Monday, May 25, 2026 08:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୪୫୬ ନୂଆ ପଜିଟିଭ୍, ଆଖି ବୁଜିଲେ ଆଉ ଦୁଇ

by Our Correspondent
06 Jul, 2020- 12:59 PM
in Latest News, News
1 min read
0
୪୫୬ ନୂଆ ପଜିଟିଭ୍, ଆଖି ବୁଜିଲେ ଆଉ ଦୁଇ
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ଲଗାତର ଚତୁର୍ଥ ଦିନ ପାଇଁ ଦୈନିକ ୪୫୦ ଉପରେ ବାହାରୁଛନ୍ତି ନୂଆ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୪ ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୫୬ ପଜିଟିଭ୍ । ସେଥିମଧ୍ୟରୁ ୧୪୭ ହେଉଛନ୍ତି ଲୋକାଲ୍ କଣ୍ଟାକ୍ଟସ୍ ବା ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ । ଗଞ୍ଜାମ ଜିଲ୍ଲାରୁ ଆଜି ମଧ୍ୟ ସର୍ବାଧିକ ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ଜଣେ ୭୭ ବର୍ଷୀୟ କରୋନା ଆକ୍ରାନ୍ତ ହସ୍ପିଟାଲ୍ ରେ ଆଖି ବୁଜିଛନ୍ତି । ସେପଟେ ଯାଜପୁରର ଜଣେ ୬୪ ବର୍ଷୀୟ ଆକ୍ରାନ୍ତଙ୍କୁ ମଧ୍ୟ କରୋନା ନେଇଯାଇଛି । ଗଞ୍ଜାମ ଜିଲ୍ଲାରେ ଏବେ କରୋନା ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି ପାଇଥିଲା ବେଳେ ଯାଜପୁର ଜିଲ୍ଲାର ଏହା ପ୍ରଥମ କରୋନା ମୃତ୍ୟୁ ।
ଆହୁରି ଉଦବେଗର କଥା ହେଉଛି, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍ ଏବଂ ଏସସିସି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ପରେ କଟକ ଶିଶୁ ଭବନରେ ପଶିଲାଣି କରୋନା । ସେଠାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ କୋକୁଆ ଭୟ ସୃଷ୍ଟି ହୋଇଛି । ଶିଶୁ ଭବନ ଆଉଟଡୋର୍ କୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଜରୁରୀ ନ ଥିଲେ ଶିଶୁ ଭବନ କେହି ନ ଆସିବାକୁ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀ ପରାମର୍ଶ ଦେଇଛନ୍ତି ।
ଆଜି କେଉଁ ଜିଲ୍ଲାରୁ କେତେ ପଜିଟିଭ୍
ଅନୁଗୁଳ-୧, ବାଲେଶ୍ୱର-୧୪, ବରଗଡ଼-୩୩, ଭଦ୍ରକ-୧୨, ବଲାଙ୍ଗୀର-୬, କଟକ-୧୩, ଢ଼େଙ୍କାନାଳ-୧, ଗଜପତି-୧, ଗଞ୍ଜାମ-୧୬୬, ଜଗତସିଂହପୁର-୨୩, ଯାଜପୁର-୫୭, କଳାହାଣ୍ଡି-୧, କନ୍ଧମାଳ-୩, କେନ୍ଦ୍ରାପଡ଼ା-୫, କେନ୍ଦୁଝର-୨, ଖୋର୍ଦ୍ଧା-୨୧, କୋରାପୁଟ-୧୦, ମୟୁରଭଞ୍ଜ-୮, ନବରଙ୍ଗପୁର-୨୪, ନୟାଗଡ଼-୪, ପୁରୀ-୩, ରାୟଗଡ଼ା-୧୩, ସମ୍ବଲପୁର-୧୫, ସୁନ୍ଦରଗଡ଼-୨୦ ।
ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ ରେ ପହଞ୍ଚିଛି । ୨୪ ଘଣ୍ଟାରେ ଆଉ ୨୯୦ ସୁସ୍ଥ ହୋଇଥିବାରୁ ଏ ପର୍ଯ୍ୟନ୍ତ ୬୨୨୪ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏବେ ଆକ୍ଟିଭ୍ କେସ୍ ଅଛନ୍ତି ୩୨୫୪ ।
ଇତିମଧ୍ୟରେ କୋଭିଡ୍ ଟେଷ୍ଟରେ ଭୁବନେଶ୍ୱର ଆରଏମଆରସି ୧ ଲକ୍ଷ ସଂଖ୍ୟା ପାର୍ କରିଛି । ଟେଷ୍ଟିଂରେ ଦେଶର ପ୍ରମୁଖ ତିନୋଟି ଲାବ୍ ମଧ୍ୟରେ ଆରଏମଆରସି ସ୍ଥାନ ପାଇଛି । ଆରଏମଆରସିର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
Previous Post

ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଇଶ୍ଵର

Next Post

‘ତ୍ୟାଗ, ସଂଯମ, ଶୃଙ୍ଖଳାର ମାର୍ଗରେ ଆମେ ଜିତିବା କୋଭିଡ୍ ଯୁଦ୍ଧ’

Next Post
‘ତ୍ୟାଗ, ସଂଯମ, ଶୃଙ୍ଖଳାର ମାର୍ଗରେ ଆମେ ଜିତିବା କୋଭିଡ୍ ଯୁଦ୍ଧ’

‘ତ୍ୟାଗ, ସଂଯମ, ଶୃଙ୍ଖଳାର ମାର୍ଗରେ ଆମେ ଜିତିବା କୋଭିଡ୍ ଯୁଦ୍ଧ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA