Tuesday, May 26, 2026 12:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆର୍ଥିକ ସଙ୍କଟରେ କରୋନା ଚାଲେଞ୍ଜ୍

by Our Correspondent
22 Jul, 2020- 11:41 PM
in Latest News, News
1 min read
0
ଆର୍ଥିକ ସଙ୍କଟରେ କରୋନା ଚାଲେଞ୍ଜ୍
ଭୁୁବନେଶ୍ୱର: କରୋନା ଯୁଦ୍ଧରେ ଅବତୀର୍ଣ୍ଣ ରାଜ୍ୟ ସରକାରଙ୍କ ଆଗରେ ଉଭା ହୋଇଛି ଆର୍ଥିକ ସଙ୍କଟ । ଏପ୍ରିଲ୍/ମେ’ ମାସରେ ୭୦% ରାଜସ୍ୱ କମିଥିବା ବେଳେ ଜୁନ୍/ଜୁଲାଇରେ ୨୦% ରାଜସ୍ୱ କମିଛି । କରୋନା ପାଇଁ ଏହି ଅବସ୍ଥା ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଯୋଜନାରେ ଅନୁଦାନ କମିବା ଆଶଙ୍କା ମଧ୍ୟ ରହିଛି । ଗୋଟେ ପଟେ କରୋନା ମୁକାବିଲା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଏବଂ ଅନ୍ୟପକ୍ଷେ ରାଜସ୍ୱ ଓ କେନ୍ଦ୍ରୀୟ ଅନୁଦାନ ହ୍ରାସ୍ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇଛି । ଏହି ସଙ୍କଟରୁ ମୁକୁଳିବା ପାଇଁ ରାଜ୍ୟ ବଜେଟ୍ ର ପୁନର୍ବିନ୍ୟାସ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଲୋକଙ୍କ ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ୱ ଦେଇ ସରକାର ଆଗକୁ ବଢ଼ିବେ । ବର୍ତ୍ତମାନ ପରିସ୍ଥିତିରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଗ୍ରାମ୍ୟ ନିଯୁକ୍ତି ଏବଂ ସାମାଜିକ କ୍ଷେତ୍ରକୁ ଅନୁରୂପ ଗୁରୁତ୍ୱ ଦିଆଯିବ । ସ୍ୱାସ୍ଥ୍ୟ ବିଭାଗକୁ ଛାଡ଼ିଦେଲେ ଅନ୍ୟ ବିଭାଗରେ ଖର୍ଚ୍ଚ ନ ହୋଇ ପଡ଼ି ରହିଥିବା ଅର୍ଥର ସୁବିନିଯୋଗ କରାଯିବ ।
କରୋନା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଇତିମଧ୍ୟରେ କାମ୍ଫା, ଓମ୍ବାଡସିରୁ ୩% ସୁଧରେ ୧ ହଜାର କୋଟି ଋଣ ଆଣିଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବାର୍ଷିକ ଋଣ ଏଫଆରବିଏମ୍ ଦ୍ୱାରା ନିର୍ଦ୍ଧାରିତ ସୀମା ମଧ୍ୟରେ ରହିଥିବାରୁ ସେଭଳି ସମସ୍ୟା ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ସ୍ପଷ୍ଟ କରିଛନ୍ତି ।
କରୋନା ମୁକାବିଲା ପାଇଁ ଅଦ୍ୟାବଧି ଖର୍ଚ୍ଚ ହେଲାଣି ପ୍ରାୟ ୧୯୦୦ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦୪ କୋଟି, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୬୨୪ କୋଟି, ପଞ୍ଚାୟତିରାଜ ବିଭାଗ ମାଧ୍ୟମରେ ୮୭୫ କୋଟି ଏବଂ ବିଧାୟକ ଉନ୍ନୟନ ପାଣ୍ଠିରୁ ଖର୍ଚ୍ଚ ହୋଇଛି ୭୩ କୋଟି । କୋଭିଡ୍ ଲଢ଼େଇରେ ହୋଇଥିବା ବାକି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ନିଜ ପାଣ୍ଠିରୁ ବହନ କରୁଛନ୍ତି ।
ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ କୋଭିଡ୍ ଲଢ଼େଇ ଏବଂ କୋଭିଡ୍ ପରିଚାଳନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । କରୋନା ସ୍ଥିତି ଏବଂ ମୁକାବିଲାର ସମସ୍ତ ତଥ୍ୟ ମନ୍ତ୍ରୀ ପରିଷଦକୁ ଅବଗତ କରାଯାଇଥିଲା ।
ରାଜ୍ୟରେ ଏବେ ୩୫ ଟି କୋଭିଡ୍ ହସ୍ପିଟାଲ୍ ଏବଂ ୧୩, ୭୯୬ କ୍ୱାରେଣ୍ଟାଇନ୍ କେନ୍ଦ୍ର( ୬ ଲକ୍ଷ ୧୭ ହଜାର ୯୦ ଶଯ୍ୟା) କାର୍ଯ୍ୟ କରୁଛି । ଏ ପର୍ଯ୍ୟନ୍ତ ୮ ଲକ୍ଷ ୫୦ ହଜାର ବ୍ୟକ୍ତି କ୍ୱାରେଣ୍ଟାଇନ୍ ସାରି ଘରକୁ ଫେରିଲେଣି । କରୋନା ମୁକାବିଲାରେ ୮୦୨୩ ଡାକ୍ତର ନିୟୋଜିତ ଅଛନ୍ତି । ୪ ହଜାର ୧୪ ଜଣ ଆୟୁଷ ଡାକ୍ତର ମଧ୍ୟ ନିୟୋଜିତ ଅଛନ୍ତି । କରୋନା ଆକ୍ରାନ୍ତଙ୍କର କ୍ୱାରେଣ୍ଟାଇନ୍, ଚିକିତ୍ସା, ଖାଦ୍ୟପେୟ, ଓଷଧ, ପରିମଳ ଆଦି ବାବଦ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର ପାଇଁ ମଧ୍ୟ ରାଜ୍ୟ ସରକାର ୭,୫୦୦ ଟଙ୍କା ଯୋଗାଇ ଦେଉଛନ୍ତି ।
ମନ୍ତ୍ରୀ ପରିଷଦ ବୈଠକରେ ହୋଇଥିବା ନିଷ୍ପତ୍ତି ହେଉଛି
(୧) ରାଜ୍ୟରେ ସ୍ୱାସ୍ଥ୍ୟସେବା ଅବ୍ୟାହତ ରଖିବା ପାଇଁ ଆବଶ୍ୟକୀୟ ଅର୍ଥ ବରାଦ କରାଯିବ ।
(୨) ସମସ୍ତ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ବଜାୟ ରହିବ ।
(୩) ଶିକ୍ଷା କ୍ଷେତ୍ରରେ ଥିବା ଯୋଜନା ସବୁ ଚାଲୁ ରହିବ ।
(୪) ଜୀବିକା ନିର୍ବାହ ଉପାୟ ବୃଦ୍ଧି ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ।
(୫) ଚାଲୁ ରହିଥିବା କାର୍ଯ୍ୟ ଓ ପ୍ରକଳ୍ପ ବନ୍ଦ ହେବ ନାହିଁ ।
(୬) ଅଣ-ଅଗ୍ରାଧିକାର କ୍ଷେତ୍ରରେ ନୂଆ ପୁଞ୍ଜି ବିନିଯୋଗ ଉପରେ କଟକଣା ରହିବ ।
(୭) କମ ସୁଧହାରରେ ମିଳୁଥିବା ପାଣ୍ଠିରୁ ଯଥୋଚିତ ପରିମାଣ ଋଣ କରାଯିବ ।
ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭରେ ମୃତ୍ୟୁବରଣ କରିଥିବା ୮ କୋଭିଡ୍ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ସହିଦ ହୋଇଥିବା କର୍ମଚାରୀମାନେ ଅବସର ନେବା ପର୍ଯ୍ୟନ୍ତ ଯେତିକି ଦରମା ପାଇଥାଆନ୍ତେ ସେହିଭଳି ହାରରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ସମେତ ଅନ୍ୟ ସହାୟତା ପ୍ରଦାନ କରିବାକୁ ନୀତିଗତ ନିଷ୍ପତ୍ତି ହୋଇଥିଲା ।
Previous Post

ସାଇତି ରଖାଯିବ ମହାପ୍ରଭୁଙ୍କ ଏବର୍ଷର ରଥ

Next Post

ଆମେରିକାକୁ ‘3-O’ ଲୋଭ ଦେଖାଇଲେ ମୋଦି

Next Post
ଆମେରିକାକୁ ‘3-O’ ଲୋଭ ଦେଖାଇଲେ ମୋଦି

ଆମେରିକାକୁ ‘3-O’ ଲୋଭ ଦେଖାଇଲେ ମୋଦି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA