Wednesday, June 24, 2026 10:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓହୋ ! ହାଲୋ, ଏକ ନମ୍ବର ଟିଭି ନ୍ୟୁଜ୍‌

by Our Correspondent
12 Jun, 2016- 07:24 AM
in News
1 min read
0
ଓହୋ ! ହାଲୋ, ଏକ ନମ୍ବର ଟିଭି ନ୍ୟୁଜ୍‌

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କାମାକ୍ଷା ପ୍ରସାଦ ସିଂହଦେଓ ବିଜେପିରେ ମିଶିଲେ । ଦିଲ୍ଲୀଠାରେ ସେ ଦଳୀୟ ନେତାମାନଙ୍କ ସହ ଆଲୋଚନା କଲା ପରେ ବିଜେପିରେ ଯୋଗଦେଇଛନ୍ତି । ଗତକାଲି ରାଜ୍ୟର ଏକ ନମ୍ବର ଟିଭି ଚାନେଲ୍‌ରେ ଏହା ତାଜା ଖବର ଭାବେ ଆସିଥିଲା ସଂଧ୍ୟା ପ୍ରାଇମ୍‌ ଟାଇମ୍‌ରେ । ପିଟିଆଇ ସୂତ୍ରର ଖବର ଦର୍ଶାଇ ବ୍ରେକିଂ ନ୍ୟୁଜ୍‌ରେ ପଡ଼ିଥିଲା ଖବରଟି । ଆଉ କିଛି ଟିଭି ଚାନେଲ୍‌ ଏକ ନମ୍ବର ଟିଭି ଦେଖାଦେଖି ଖବରଟିକୁ ବ୍ରେକିଂ ଖବରରେ ପକାଇଥିଲେ । ଖବରଟିକୁ ନେଇ ସମଗ୍ର ରାଜନୈତିକ ମାହୋଲ୍‌ରେ କମ୍ପନ ସୃଷ୍ଟି ହେଲା । ମାତ୍ର ଲଜ୍ଜାର କଥା, କିଛି ସମୟ ପରେ ଖବରଟି ଫୁସ୍‌ ହୋଇଗଲା । ନିଜେ କେ.ପି. ଏହାକୁ ଖଣ୍ଡନ କରି ବିବୃତି ଛାଡ଼ିଲେ । ଖବରଟି ସମ୍ପୂର୍ଣ୍ଣ ଗୁଜବ ଏବଂ ସେ କଂଗ୍ରେସ ଛାଡ଼ିନାହାନ୍ତି ବୋଲି କ୍ଷୁବ୍ଧ ଭାଷାରେ ଜଣାଇଦେଲେ । ଯେଉଁ ଟିଭି ଏହାକୁ ବ୍ରେକିଂ ଖବର କରି ବାହାଦୁରି ନେବାକୁ ଚେଷ୍ଟା କରିଥିଲେ ମାତ୍ର କେଇ ମିନିଟ୍‌ ପରେ ସେହି ଟିଭି ତାକୁ ମିଛ ଦର୍ଶାଇ ବ୍ରେକିଂ ଖବର କରିଥିଲେ । ଖାସ୍‌ କରି ନିଜ ଛେପ ନିଜେ ଢ଼ୋକି ରାଜ୍ୟବାସୀଙ୍କୁ ଭକୁଆ ବନେଇ ଦେଲା ଏକ ନମ୍ବର ଟିଭି ଚାନେଲ୍‌ ।

କେ.ପି.ସିଂହଦେଓ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ଖବରଟି ଗଣମାଧ୍ୟମ ପାଇଁ ନିଶ୍ଚିତ ଭାବେ ବଡ଼ ଖବର । ଏମିତିକା ବଡ଼ ଖବର ଆସିଲା ବେଳେ ଗଣମାଧ୍ୟମର ଦାୟିତ୍ୱ ବି ଅଧିକ ବଢ଼ିଯାଏ । ପରିବେଷଣ ପୂର୍ବରୁ ଭଲ ଭାବେ ଖବରଟିର ସତ୍ୟତା ପରଖିବା ସାଧାରଣ କଥା । ପିଟିଆଇ ଦେଶର ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠିତ ଖବର ସରବରାହ ସଂସ୍ଥା ସେଥିରେ କାହାର ଦ୍ୱିମତ ନାହିଁ । ମାତ୍ର ଦିଲ୍ଲୀରୁ ଏଭଳି ଖବର ମିଳିଲା ପରେ କେ.ପି.ସିଂହଦେଓଙ୍କୁ ସିଧାସଳଖ ମୋବାଇଲ୍‌ ଫୋନ୍‌ରେ ପଚାରିଦେବା ରାଜ୍ୟର ଯେ କୌଣସି ଗଣମାଧ୍ୟମର ପ୍ରଥମ ଦାୟିତ୍ୱ । କେ.ପି.ଙ୍କୁ ଫୋନ୍‌ କରିଦେଇଥିଲେ ଏତେବଡ଼ ଭୁଲ୍‌ ହୋଇ ନ ଥାଆନ୍ତା । ହେଲେ ତଥାକଥିତ ଦିଲ୍ଲୀ ଖବରକୁ ଅନ୍ଧ ଭାବେ ପ୍ରାଇମ୍‌ ଟାଇମ୍‌ରେ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବା ଗର୍ହିତ ଅପରାଧଠାରୁ କମ୍‌ ନୁହେଁ । ଭୁଲ୍‌ ଖବର ଥୋଇ କିଛି ସମୟ ପାଇଁ ଲୋକଙ୍କୁ ବିଭ୍ରାନ୍ତ କରିବା ନିଶ୍ଚିତ ଭାବେ ଅକ୍ଷମଣୀୟ ଅପରାଧ । ଗତକାଲି ସୋସିଆଲ୍‌ ମିଡ଼ିଆରେ ଏହାକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଖୋଦ୍‌ ସଂସ୍ଥା ମାଲିକ ଟ୍ୱିଟ୍‌ କରିବାକୁ ବାଧ୍ୟ ହୋଇଛନ୍ତି । ନିଜ ଟିଭି ସଂସ୍ଥାର ପ୍ରସାରିତ ଖବରକୁ ପ୍ରଶ୍ନ ଖେପି ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରିଛନ୍ତି ।

ଖାଲି କେ.ପି. ଖବର ନୁହେଁ ତିନି ବର୍ଷ ତଳେ ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତିଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ମୃତ୍ୟୁ ଖବରକୁ ବ୍ରେକିଂ ଆକାରରେ ପ୍ରସାର କରିଥିଲା ଏକ ନମ୍ବର ଟିଭି । ନିକଟ ଅତୀତରେ ଟୁରିଷ୍ଟ ଅପହରଣକୁ ଟେରରିଷ୍ଟ ଅପହରଣ ଖବର କରି ଖାଲି ବିଭ୍ରାନ୍ତ ନୁହେଁ ବରଂ ସରକାରୀ କଳର ହୋସ୍‌ ଉଡାଇ ଦେଇଥିଲା ଏହି ଟିଭି । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ବିରୋଧରେ ଏକ ବେନାମୀ ଚିଠିକୁ ଅସଲି ରଙ୍ଗ ଦେବା ହେଉ କି ତାରା ବାହିନୀପତିଙ୍କୁ ପୁଲିସ ନୋଟିସ୍‌ ପ୍ରସଙ୍ଗ ହେଉ ଖବରର ସତ୍ୟତା ନ ବୁଝି ଏକ ନମ୍ବର ଖବର ଭାବେ ମାର୍କେଟ୍‌ ଛାଡ଼ିବାର ନଜିର ରହିଛି ଟିଭି ପଛରେ । ଭଣ୍ଡ ସାରଥୀ ବାବାଙ୍କ ଖବର ପ୍ରସାରରେ ପଛୁଆ ପଡ଼ି ମାଲିକଙ୍କ ରାଜନୈତିକ ହାନୀ କରିଥିବା ଏହି ଟିଭି ସବୁ ଖବରକୁ ଆଗୁଆ ଦେବାର ଦୃଢ଼ ସଂକଳ୍ପବଦ୍ଧତା ସ୍ୱାଗତଯୋଗ୍ୟ । ମାତ୍ର ଲୋକଙ୍କ ପାଖରେ ଖବରର ବିଶ୍ୱନୀୟତା ଅତୁଟ ରହିବା ନିହାତି ଜରୁରୀ ।

Previous Post

ମାର୍କେଟ୍‌ ନେଲା ଅରୁଣଙ୍କ ଡାଇଲଗ୍‌

Next Post

ଠକ ଚିଟ୍‌ଫଣ୍ଡ ସଂସ୍ଥା ଠାରୁ ବି କମ୍‌ ନୁହେଁ

Next Post
ଠକ ଚିଟ୍‌ଫଣ୍ଡ ସଂସ୍ଥା ଠାରୁ ବି କମ୍‌ ନୁହେଁ

ଠକ ଚିଟ୍‌ଫଣ୍ଡ ସଂସ୍ଥା ଠାରୁ ବି କମ୍‌ ନୁହେଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA