Sunday, May 31, 2026 07:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁର୍ନୀତିଖୋରଙ୍କୁ ହାଇଡୋଜ୍, ତଥାପି ସୁଧୁରୁନାହାନ୍ତି!

by Our Correspondent
17 Aug, 2020- 10:11 PM
in Latest News, News
1 min read
0
Spread the love

ବର୍ଷକରେ ବିଦାହେଲେଣି ୭୭ ଦାଗୀ ଅଫିସର

ଭୁବନେଶ୍ୱର: ସହକର୍ମୀ ଯୁବତୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବନ୍ଧା ହୋଇଥିବା ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଗତ ସପ୍ତାହରେ ସରକାରୀ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ଆଜି ଆଉ ଜଣେ ବାବୁ ପ୍ରଦୀପ କୁମାର ମହାନ୍ତିଙ୍କୁ ସମାନ ଦଣ୍ଡ ଭୋଗିବାକୁ ପଡ଼ିଛି । କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏହି ବାବୁଙ୍କର ଦୁଇମାସ ତଳେ କୃଷି ଉପନିଦେ୍ର୍ଦଶକ ଭାବେ ଭୁବନେଶ୍ୱର ବଦଳି ହୋଇଥିଲା । କୋରାପୁଟରୁ ଭୁବନେଶ୍ୱର ସିଫ୍ଟିଂ ହେବା ବେଳେ ତାଙ୍କ ପାଖରୁ ୧୧ ଲକ୍ଷ ନଗଦ ଟଙ୍କା ଭିଜିଲାନସ୍ ଧରିଥିଲା । ଖୋଳତାଡ଼ରୁ ତାଙ୍କର ସର୍ବମୋଟ ୩ କୋଟି ୫୦ ଲକ୍ଷର ସମ୍ପତ୍ତି ଠାବ ହୋଇଥିଲା । ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଚାକିରିରୁ ବିଦା କରିଦେଇଛନ୍ତି ।
ବିଜେଡ଼ି ଶାସନର ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ଓ କର୍ମଚାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ମୋ ସରକାର ଓ ୫-ଟି କାର୍ଯ୍ୟକ୍ରମକୁ ଛାଟ କରାଯାଇଛି । ଜନସେବାରେ ଉଚ୍ଚ ନୈତିକତା ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି । ଏହା ଦୁର୍ନୀତିଗ୍ରସ୍ତଙ୍କୁ ସାବାଡ଼ କରିବ ବୋଲି ସରକାର ଆଶା ରଖିଛନ୍ତି ।
ଗତବର୍ଷ ଅଗଷ୍ଟରୁ ଚଳିତ ଅଗଷ୍ଟ ମଧ୍ୟରେ ୬୦ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଗଲାଣି । ଏହି ସମୟ ମଧ୍ୟରେ ବିଭୁ ଷଡ଼ଙ୍ଗୀ ଏବଂ ପ୍ରଦୀପ ମହାନ୍ତିଙ୍କ ସମେତ ୧୭ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୨୨ ଜଣଙ୍କର ପେନସନ୍ ବନ୍ଦ କରାଯାଇଛି ।
ତେବେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଅଭ୍ୟାସଗତ ଦୁର୍ନୀତିଗ୍ରସ୍ତଙ୍କ ଉପରେ ପ୍ରଭାବ ପଡୁନାହିଁ ତାହାର ଅନେକ ଉଦାହରଣ ଦେଖିବାକୁ ମିଳୁଛି । ତଳୁ ଉପର ପର୍ଯ୍ୟନ୍ତ ଦୁର୍ନୀତି କାୟାବିସ୍ତାର କରିସାରିଛି । ଆଜି ବି ବ୍ଲକ୍ କି ତହସିଲ ଅଫିସରେ ହାତଗୁଞ୍ଜା ନ ଦେଲେ କାମ ହୋଇପାରୁନି । ଭୁବନେଶ୍ୱର ମୁଖ୍ୟ ଅଫିସ୍ ଗୁଡ଼ିକରେ ବି ସମାନ ଅବସ୍ଥା । ବିନା ଲାଞ୍ଚରେ ଫାଇଲ୍ ହଲୁନି । ଜନସାଧାରଣଙ୍କଠାରୁ ପ୍ରତିଦିନ ଏଭଳି ମାଳ ମାଳ ଅଭିଯୋଗ ଆସୁଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କ୍ଷମତାରେ ଥିବା କିଛି ବାବୁ ଏପରିକି ତଳିଆ କର୍ମଚାରୀ ସମ୍ପତ୍ତିର ପାହାଡ଼ ଛିଡ଼ା କରିଥିଲେ ବି ସେମାନଙ୍କ ମନ ସନ୍ତୁଷ୍ଟ ହେଉନି । ନିକଟରେ ଭିଜଲାନସ୍ ଦ୍ୱାରା ଗିରଫ ହୋଇଥିବା ରାଜସ୍ୱ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଜୟ କୁମାର ଦାସଙ୍କର ୩ଟି କୋଠା, ୪ଟି ଫ୍ଲାଟ୍, ୯ଟି ପ୍ଲଟ୍, କେଜିଏରୁ ଅଧିକ ସୁନା ଠାବ ହୋଇଛି । ଶ୍ରୀ ଦାସଙ୍କ ଭଳି ଏମିତି ଅନେକ ଅଧିକାରୀ ଅଛନ୍ତି ଯେଉଁମାନେ ଅସାଧୁ ଉପାୟରେ ପଇସା କମେଇବାକୁ ଅଭ୍ୟାସ କରିଦେଇଛନ୍ତି ।
ଏହିଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀ/ କର୍ମଚାରୀଙ୍କ ଯୋଗୁଁ ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍, ମୋ ସରକାର, ୫-ଟି କାର୍ଯ୍ୟକ୍ରମ ସେମାନଙ୍କୁ କାଟୁ କରୁନି । ଏହା ଚିନ୍ତାର ବିଷୟ ବୋଲି କହିଛନ୍ତି ଜଣେ ପୂର୍ବତନ ପ୍ରଶାସକ । ତେବେ ସରକାରୀ କଳରେ ଏହା ଶୃଙ୍ଖଳା ବାତାବରଣ ସୃଷ୍ଟି କରିବା ସହ ଦୁର୍ନୀତି ବିରୋଧୀ ମାହୋଲ୍ ସୃଷ୍ଟି କରିବାରେ ସହାୟକ ହୋଇଥିବା ସେ କହିଛନ୍ତି । ଅବସ୍ଥାରେ ସୁଧାର ଆଣିବାକୁ ସରକାରଙ୍କୁ ବ୍ୟବସ୍ଥାଗତ ଢ଼ାଞ୍ଚାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି ।
Previous Post

୨ ଦିନରେ ଲକ୍ଷେ ଟେଷ୍ଟିଂ, ସଂକ୍ରମଣ ହାର ୫.୫% କୁ ହ୍ରାସ୍

Next Post

ଏକାମ୍ର କ୍ଷେତ୍ର ପାଇଁ ବିଗ୍ ପ୍ଲାନ୍: ୬୬ ଏକର ଜାଗା, ୨ ଲକ୍ଷ ଭକ୍ତ ସମାଗମ

Next Post

ଏକାମ୍ର କ୍ଷେତ୍ର ପାଇଁ ବିଗ୍ ପ୍ଲାନ୍: ୬୬ ଏକର ଜାଗା, ୨ ଲକ୍ଷ ଭକ୍ତ ସମାଗମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA