Monday, May 11, 2026 11:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଲକ୍ଷଣ ନ ଥିଲେ ହୋମ ଆଇସୋଲେସନରେ ରୁହନ୍ତୁ’

by Our Correspondent
18 Sep, 2020- 09:36 PM
in Latest News
1 min read
0
‘ଲକ୍ଷଣ ନ ଥିଲେ ହୋମ ଆଇସୋଲେସନରେ ରୁହନ୍ତୁ’

ଭୁବନେଶ୍ୱର: ସବୁ କରୋନା ରୋଗୀ ହସ୍ପିଟାଲ୍ ଯିବାର ଆବଶ୍ୟକତା ନାହିଁ । ଯଦି ଲକ୍ଷଣ ନାହିଁ କିମ୍ବା ସାମାନ୍ୟ ଲକ୍ଷଣ ଅଛି ତେବେ ହୋମ୍ ଆଇସୋଲେସନ୍ ରହନ୍ତୁ । ଏଭଳି ଆକ୍ରାନ୍ତମାନେ ଘରେ ରହିଲେ ଉପଯୁକ୍ତ ସେବାଯତ୍ନ ପାଇପାରିବେ । ଆତ୍ମୀୟସ୍ୱଜନଙ୍କ ପରିସରରେ ରହିଲେ ମନୋବଳ ବଢ଼ିବ ଏବଂ ମାନସିକ ଭାବେ ସୁସ୍ଥ ରହିବେ । ହୋମ୍ ଆଇସୋଲେସନରେ ରହୁଥିବା ଆକ୍ରାନ୍ତମାନଙ୍କୁ ମାଗଣାରେ କିଟ୍ ଦିଆଯାଉଛି । ସେଥିରେ ଔଷଧ ସହ ଯାବତୀୟ ସୂଚନା, ପୁସ୍ତିକା, ଫୋନ୍ ନମ୍ବର ରହିଛି । ତେଣୁ ଭୟ କରିବାର ନାହିଁ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏହି ଆଶ୍ୱାସନା ଦିଆଯାଇଛି । ଏଥିସହ କରୋନା ସମ୍ପର୍କରେ ଅଧିକ ଜାଣିବା ପାଇଁ ୭ ଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏଥିରେ ଲୋକଙ୍କୁ ହ୍ୱାଟସଆପ ଜରିଆରେ କରୋନା ପରାମର୍ଶ ଦିଆଯିବ । ସେଥିଲାଗି ହ୍ୱାଟସଆପ୍ ନମ୍ବର ୯୯୩୭୫୬୪୦୬୬ ଜାରି କରାଯାଇଛି । ଦୈନିକ ଅପରାହ୍ନ ୩ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଲୋକେ ଏହି ନମ୍ବର ଜରିଆରେ ପ୍ରଶ୍ନ କରିପାରିବେ । ଅପରାହ୍ନ ସାଢ଼େ ୪ଟାରୁ ୫ଟା ଯାଏଁ ଡାକ୍ତର ଓ ବିଶେଷଜ୍ଞମାନେ ଏହାର ଉତ୍ତର ରଖିବେ ।

ସ୍ୱାସ୍ଥ୍ୟ ମିଶନ୍ ନିଦେ୍ର୍ଦଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, କରୋନାକୁ ନେଇ କେହି ଆତଙ୍କିତ ହୁଅନ୍ତୁ ନାହିଁ । ଓଡ଼ିଶା ଏବେ ଭଲ ସ୍ଥିତିରେ ଅଛି । ପ୍ରତିଦିନ ହାରାହାରି ୫୦ ହଜାର ଟେଷ୍ଟିଂ ହେଉଥିବା ବେଳେ ସଂକ୍ରମଣ ହାର କମ୍ ରହିଛି । ଅନ୍ୟପକ୍ଷରେ ୭୮% ଆରୋଗ୍ୟ ହାର ସହ ଓଡ଼ିଶା ଦେଶରେ ଅଗ୍ରଣୀ ସ୍ଥାନରେ ରହିଛି । ଆମ ରାଜ୍ୟରେ କୋଭିଡ୍ ମୃତ୍ୟୁହାର ୦.୪% ଯାହାକି ଦେଶରେ ସବୁଠୁ କମ୍ ।

ଦେଶକୁ କରୋନା ଆସିବାର ୯ ମାସ ମଧ୍ୟରେ ଅନେକ ଗବେଷଣା ହେଲାଣି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ସମସ୍ତ କରୋନା ଆକ୍ରାନ୍ତ ହସ୍ପିଟାଲ୍ ରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ । ଲକ୍ଷଣ ନ ଥିଲେ କିମ୍ବା ସାମାନ୍ୟ ଲକ୍ଷଣ ଥିଲେ ହୋମ୍ ଆଇସୋଲେସନରେ ରହି ଆରାମରେ ସୁସ୍ଥ ହୋଇପାରିବେ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୦% ଲୋକ ହୋମ ଆଇସୋଲେସନରେ ଅଛନ୍ତି । ସେମାନଙ୍କ ମଧ୍ୟରେ ବହୁ ମନ୍ତ୍ରୀ, ବିଧାୟକ, ପ୍ରଶାସକ ମଧ୍ୟ ଅଛନ୍ତି । ଆରୋଗ୍ୟ ହାର ବି ବହୁତ ଭଲ । ଯେ କୌଣସି ସମୟରେ ଡାକ୍ତରଙ୍କ ପରାମର୍ଶ ନେବାର ସୁଯୋଗ ଥିବାରୁ ଭୟ କରିବାର କାରଣ ନାହିଁ ବୋଲି ଶ୍ରୀମତୀ ପଣ୍ଡିତ କହିଥିଲେ ।

ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟତମ ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତି ହୋମ୍ ଆଇସୋଲେସନ ଉପରେ ବିସ୍ତୃତ ସୂଚନା ଦେଇଥିଲେ । ସେମାନଙ୍କ କହିବା କଥା, ହୋମ୍ ଆଇସୋଲେସନ୍ ଉଭୟ ଶାରୀରିକ ଓ ମାନସିକ ଦୃଷ୍ଟିରୁ ଭଲ । ଏହି ଆକ୍ରାନ୍ତମାନଙ୍କୁ ମାଗଣାରେ କିଟ୍ ଦିଆଯାଉଛି । କିଟ୍ ରେ ଔଷଧ ସହ ଯାବତୀୟ ସୂଚନା, ପୁସ୍ତିକା, ଫୋନ୍ ନମ୍ବର ଦିଆଯାଉଛି । ୧୦ ଦିନ ଆଇସୋଲେସନ ଓ ୭ ଦିନ କ୍ୱାରେଣ୍ଟାଇନରେ ରହିବେ । ହୋମ ଆଇସୋଲେସନରେ ଥିବା ବେଳେ ଲକ୍ଷଣ ଜାଣିଲେ ଡାକ୍ତରଙ୍କୁ ଜଣାଇପାରିବେ ।

ହୋମ୍ ଆଇସୋଲେସନରେ ରହୁଥିବା ରୋଗୀ ପ୍ରଚୁର ପାଣି ପିଇବାକୁ ସେମାନେ ପରାମର୍ଶ ଦେଇଛନ୍ତି । ଆମେ ସଚେତନ ହେଲେ କରୋନା ହାରିବ, ଆମେ ନିଶ୍ଚିତ ଜିତିବା ବୋଲି କହିଛନ୍ତି ।

Previous Post

ନାବାଳିକା ଗଣଦୁଷ୍କର୍ମ: ଓଟିଭି ଏଚଆର ମୁଖ୍ୟଙ୍କୁ ଜେରା, ଏମଡିଙ୍କ ପାଳି କେବେ?

Next Post

ଭୋଟ ଆସିଲେ ସିବିଆଇ ପଶେ

Next Post
ଭୋଟ ଆସିଲେ ସିବିଆଇ ପଶେ

ଭୋଟ ଆସିଲେ ସିବିଆଇ ପଶେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA