Monday, May 11, 2026 09:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୋଟ ଆସିଲେ ସିବିଆଇ ପଶେ

by Our Correspondent
18 Sep, 2020- 11:11 PM
in Latest News
1 min read
0
ଭୋଟ ଆସିଲେ ସିବିଆଇ ପଶେ

ଭୁୁବନେଶ୍ୱର: ଚିଟଫଣ୍ଡ ମାମଲାରେ ସିବିଆଇ ତଦନ୍ତର ଗତି କୁଆଡେ? ରାଜନୀତି ପାଣିପାଗ ସିବିଆଇ ତଦନ୍ତର ଗତିବିଧି ନିର୍ଦ୍ଧାରଣ କରୁନାହିଁ କି? ଏଭଳି ଅନେକ ପ୍ରଶ୍ନ ଓଡ଼ିଶାବାସୀଙ୍କୁ ଦୀର୍ଘଦିନ ଧରି ଆନେ୍ଦାଳିତ କରି ରଖିଛି । କାରଣ କୌଣସି ଭୋଟ ଆସିଲେ ଯାଇ ସିବିଆଇର ଚିଟଫଣ୍ଡ ତଦନ୍ତ କଥା ମନେପଡୁଛି । ଆଉ ଭୋଟ ସରିଲେ ପରବର୍ତ୍ତୀ ଭୋଟ ଯାଏ ଚିଟଫଣ୍ଡ ନାଁ ଗନ୍ଧ ଶୁଣାଯାଉନାହିଁ । ଏହିଭଳି ଭାବେ ଦୀର୍ଘ ୭ ବର୍ଷ ଧରି ସିବିଆଇର ଚିଟଫଣ୍ଡ ପାଲା ଦେଖୁଛନ୍ତି ଓଡ଼ିଶାବାସୀ ।

ଶେଷଥର ପାଇଁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ସିବିଆଇର ଓଡ଼ିଶା ଚାପ୍ଟର ମନେ ପଡ଼ିଥିଲା । ବିଜେଡ଼ିର ଦୁଇ ପ୍ରଭାବଶାଳୀ ନେତା ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ ନାୟକଙ୍କୁ ନୋଟିସ୍ ଜାରି କରିଥିଲା । ତେବେ କେଉଁ ମାମଲାରେ ଏହି ନୋଟିସ୍ ଜାରି ହୋଇଥିଲା ତାହା କେହି ଜାଣିପାରିଲେ ନାହିଁ । ଇତିମଧ୍ୟରେ ସାଧାରଣ ନିର୍ବାଚନ ସରିବାର ଦେଢ଼ବର୍ଷ ବିତିଯାଇଥିଲେ ମଧ୍ୟ ଚିଟଫଣ୍ଡ ଦୁର୍ନୀତି ତଦନ୍ତର ନାଁ ଗନ୍ଧ ନ ଥିଲା ।

ଆଜି ଅଚାନକ ସିବିଆଇ ପଶିଛି ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଘରେ । ୨୦୧୩ ମସିହାରେ ଶ୍ରୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସି-ସୋର୍ କମ୍ପାନୀକୁ ଘଟେଶ୍ୱର ଘାଟ ବୋଟିଂ ପ୍ରକଳ୍ପ ଲିଜ୍ ରେ ମିଳିଥିଲା । ଚିଟଫଣ୍ଡ ନାଁରେ ଲୋକଙ୍କ କୋଟି କୋଟି ଟଙ୍କା ଚଳୁ କରିଥିବା ସି-ସୋର କମ୍ପାନୀକୁ ଏହି ପ୍ରକଳ୍ପ କେମିତି ଦିଆଗଲା ତାହାର କୁଆଡ଼େ ଖୋଳତାଡ଼ କରିବାକୁ ଆସିଥିଲା ସିବିଆଇର ୬ ଜଣିଆ ଟିମ୍ ।

ଏହି ନିର୍ଦ୍ଦିଷ୍ଟ ମାମଲାରେ ତକ୍ରାଳୀନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ମିଶ୍ରଙ୍କୁ ପୂର୍ବରୁ ସିବିଆଇ ଅଧିକାରୀମାନେ ଦୁଇ ଦୁଇଥର ପଚରାଉଚୁରା କରିଥିଲେ । ଏ ସମ୍ପର୍କିତ ସରକାରୀ ଦସ୍ତାବିଜ୍ ବି ସିଜ୍ କରିଥିଲେ । ତାହାକୁ କ’ଣ ଅନୁଧ୍ୟାନ କରିଛନ୍ତି ସେମାନଙ୍କୁ ଜଣାଥିବ । ମାତ୍ର ଆଜି ପୁଣି ଥରେ ଦେବୀ ମିଶ୍ରଙ୍କ ଘରକୁ ଅତର୍କିତ ଆସି ସମାନ କଥା ପଚାରିଥିଲେ । ଶ୍ରୀ ମିଶ୍ର ସେମାନଙ୍କୁ ସହଯୋଗ କରିଥିବା କହିଛନ୍ତି । ତେବେ ଚଢ଼ାଉ ନାଁରେ ସିବିଆଇ ଅଧିକାରୀମାନେ ତାଙ୍କ ଘରେ ପ୍ରାୟ ସାଢ଼େ ତିନିଘଣ୍ଟା ଖୁସିଗପରେ କଟାଇ ଫେରିଥିବା ଜଣାପଡ଼ିଛି ।

ଆଜି ଦେବୀ ମିଶ୍ରଙ୍କ ଭୁବନେଶ୍ୱର ଓ ନରସିଂହପୁର ଘର ସମେତ ୮ଟି ସ୍ଥାନରେ ସିବିଆଇ ରେଡ୍ କରିଥିଲା । ତକ୍ରାଳୀନ ପର୍ଯ୍ୟଟନ ନିଦେ୍ର୍ଦଶକ ରବି ନନ୍ଦ, ସ୍ୱାଗତିକା ଇନଫ୍ରା ଲିମିଟେଡର ଏମଡି ପ୍ରଶାନ୍ତ ପଟ୍ଟନାୟକ ଏବଂ ଆଭେନ୍ୟୁ ଆସୋସିଏଟ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ବିଷ୍ଣୁ ମିଶ୍ରଙ୍କ ଘରେ ଏହି ରେଡ୍ ହୋଇଥିଲା ।

ସିବିଆଇର ଏହି ତଦନ୍ତ ଫାର୍ସକୁ କଂଗ୍ରେସ କଡ଼ା ଭାଷାରେ ସମାଲୋଚନା କରିଛି । ଆଗକୁ ଦୁଇଟି ଉପନିର୍ବାଚନ ଥିବାରୁ ସିବିଆଇର ଚିଟଫଣ୍ଡ କଥା ମନେପଡ଼ିଛି । କେନ୍ଦ୍ର ସରକାରଙ୍କ ହାତବାରିସୀ ହୋଇଥିବା ସିବିଆଇର ଏହା ନାଟକବାଜି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ ଏବଂ ତାରା ବାହିନୀପତି କଟାକ୍ଷ କରିଛନ୍ତି । ଓଲଟି ଦେବୀ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି ସୁର ରାଉତରାୟ ।

ବିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି କହିଛନ୍ତି, ସିବିଆଇ ଗତ ୭ ବର୍ଷ ଧରି ତଦନ୍ତ କରୁଛି । କିନ୍ତୁ ତଦନ୍ତର ବିଚିତ୍ର ଧାରା ଦେଖିବାକୁ ମିଳୁଛି । ସାଧାରଣ ନିର୍ବାଚନ, ଉପନିର୍ବାଚନ କିମ୍ବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସିବିଆଇ ହଠାତ ସକ୍ରିୟ ହୋଇପଡୁଛି । ନିର୍ବାଚନ ପୂର୍ବରୁ ଏମିତିି ହେବା ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଅତୀତରେ ବିଜେପିର ବହୁ ବରିଷ୍ଠ ନେତା ମଧ୍ୟ ସିବିଆଇର ଚିଟଫଣ୍ଡ ଆଭିମୁଖ୍ୟକୁ ପ୍ରଶ୍ନ ଉଠାଇଛନ୍ତି । ସିବିଆଇ ତଦନ୍ତ ତରିକା ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ମାତ୍ର ଯଥା ପୂର୍ବଂ ତଥା ପରଂ । ସିବିଆଇ ତାର କାମ କରୁଛି ବୋଲି ଆଜି ବିଜେପି ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି ।

Previous Post

‘ଲକ୍ଷଣ ନ ଥିଲେ ହୋମ ଆଇସୋଲେସନରେ ରୁହନ୍ତୁ’

Next Post

ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ସସ୍ମିତ୍

Next Post
ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ସସ୍ମିତ୍

ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ସସ୍ମିତ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA