Monday, May 11, 2026 08:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ସସ୍ମିତ୍

by Our Correspondent
19 Sep, 2020- 07:38 PM
in Latest News
1 min read
0
ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ସସ୍ମିତ୍

ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବର ଦିନ । ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ରାଜ୍ୟସଭାରେ ଜଣେ ଓଡ଼ିଆ ସାଂସଦଙ୍କୁ ଅଧ୍ୟକ୍ଷ ଆସନରେ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଯୁବ ସାଂସଦ ଡ. ସସ୍ମିତ୍ ପାତ୍ର ଆଜି ରାଜ୍ୟସଭାରେ ଅଧ୍ୟକ୍ଷତା କରିବାର ସୁଯୋଗ ପାଇଥିଲେ । ପାର୍ଲିଆମେଣ୍ଟର ଅପର୍ ହାଉସ୍ ତାହା ପୁଣି ମହାମାରୀ ରୋଗ(ସଂଶୋଧନ) ଅର୍ଡିନାନସ୍,୨୦୨୦ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଲୋଚନା କାଳରେ ସସ୍ମିତ୍ ଙ୍କୁ ଗୃହ ପରିଚାଳନା କରିବାର ଦାୟିତ୍ୱ ମିଳିଥିବାରୁ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି ।

ଭୁବନେଶ୍ୱର ଜାଭିୟର୍ ଇନଷ୍ଟିଚ୍ୟୁଟ୍ ରେ ଅଧ୍ୟାପନା କରୁଥିବା ଡ. ସସ୍ମିତ୍ ମାତ୍ର ବର୍ଷକ ତଳେ ବିଜେଡ଼ି ଟିକେଟରେ ରାଜ୍ୟସଭା ଯାଇଥିଲେ । ପାର୍ଲିଆମେଣ୍ଟକୁ ପ୍ରଥମ ଥର ଯାଇଥିଲେ ବି ଗୃହର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସକ୍ରିୟ ଭାଗନେଇ ଆସୁଛନ୍ତି । ବିଷୟ ଉପରେ ତାଙ୍କର ଗଭୀର ଅନୁଶୀଳନ, ଉଚ୍ଚକୋଟୀର ଉପସ୍ଥାପନା ଶୈଳୀ ପାଇଁ ସେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖୋଦ୍ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ସସ୍ମିତ୍ ଙ୍କୁ ଗୃହ ମଧ୍ୟରେ ପ୍ରଶଂସା କରିବାକୁ ଭୁଲି ନ ଥିଲେ ।

ନିକଟରେ ନିଜ ଯୋଗ୍ୟତାର ସ୍ୱୀକୃତି ବି ସସ୍ମିତ୍ ଙ୍କୁ ମିଳିଥିଲା । ଅଧ୍ୟକ୍ଷ/ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଗୃହରେ ଅଧ୍ୟକ୍ଷତା କରିବା ପାଇଁ ଗଠିତ ପ୍ୟାନେଲ୍ ରେ ସସ୍ମିତ୍ ସ୍ଥାନ ପାଇଥିଲେ । ଆଉ ଆଜି ପ୍ରଥମ ସୁଯୋଗରେ ମହାମାରୀ ସଂଶୋଧନ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଲୋଚନାର ପରିଚାଳନା କରିଥିଲେ । ଅଳ୍ପ ସମୟ ପାଇଁ ଅଧ୍ୟକ୍ଷତା କରିଥିଲେ ବି ଗୃହକୁ ଦକ୍ଷତାର ସହ ପରିଚାଳନା କରି ସମସ୍ତଙ୍କର ପ୍ରିୟଭାଜନ ହୋଇଛନ୍ତି ।

ସସ୍ମିତ୍ ଙ୍କୁ ଦଳମତ ନିର୍ବିଶେଷରେ ସବୁଦଳର ସାଂସଦମାନେ ଅଭିନନ୍ଦନ ଜଣାଇଛନ୍ତି । ଯୁବ ସାଂସଦ ହୋଇଥିଲେ ମଧ୍ୟ ଗୃହ ପରିଚାଳନାରେ ତାଙ୍କର ଦକ୍ଷତା ଓ ନମ୍ରତାକୁ ସେମାନେ ପସନ୍ଦ କରିଛନ୍ତି ।

ଆଜିର ଦିନକୁ ଏକ ସ୍ମରଣୀୟ ଦିନ ବୋଲି ସସ୍ମିତ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏଥିସହ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଓ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଏହାର ସମସ୍ତ ଶ୍ରେୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଓ ଓଡ଼ିଶାବାସୀଙ୍କ ଆଶିର୍ବାଦ ନ ଥିଲେ ଏହା ସମ୍ଭବ ହୋଇନଥାଆନ୍ତା ବୋଲି ସେ କହିଛନ୍ତି । ଓଡ଼ିଶାବାସୀ, ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ତାଙ୍କୁ ସମର୍ଥନ ଜଣାଇଥିବା ସାଂସଦ ଏବଂ ସର୍ବାପରି ଅଧ୍ୟକ୍ଷଙ୍କୁ ସସ୍ମିତ୍ ଗଭୀର କୃତଜ୍ଞତା ଜଣାଇଛନ୍ତି ।

Previous Post

ଭୋଟ ଆସିଲେ ସିବିଆଇ ପଶେ

Next Post

IPL:2020:-CSK beat MI

Next Post
IPL:2020:-CSK beat MI

IPL:2020:-CSK beat MI

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA