Monday, May 11, 2026 11:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନାବାଳିକା ଗଣଦୁଷ୍କର୍ମ: ଓଟିଭି ଏଚଆର ମୁଖ୍ୟଙ୍କୁ ଜେରା, ଏମଡିଙ୍କ ପାଳି କେବେ?

by Our Correspondent
18 Sep, 2020- 04:00 PM
in Latest News
1 min read
0
ନାବାଳିକା ଗଣଦୁଷ୍କର୍ମ: ଓଟିଭି ଏଚଆର ମୁଖ୍ୟଙ୍କୁ ଜେରା, ଏମଡିଙ୍କ ପାଳି କେବେ?

ଭୁୁବନେଶ୍ୱର: ୧୩ ବର୍ଷର ନାବାଳିକାକୁ ୧୫ ଦିନ ଧରି ଗଣଦୁଷ୍କର୍ମ । ଓଟିଭିର ୪ କର୍ମଚାରୀ, ଜଣେ ପୁଲିସ କର୍ମଚାରୀଙ୍କ ସମେତ ୭ ଅଭିଯୁକ୍ତଙ୍କ ନାଁ ଏତଲାରେ ସ୍ପଷ୍ଟ ଉଲ୍ଲେଖ । ପୋକସୋ ଆକ୍ଟରରେ ପୁଲିସ ମାମଲା ରୁଜୁ । ପୀଡ଼ିତାଙ୍କ ବୟାନ ଲିପିବଦ୍ଧ । ମହିଳା ଥାନାରେ ମାମଲାକୁ ୧୯ ଦିନ ପୂରିଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିପାରିନି ପୁଲିସ । ମାମଲା ଚପେଇ ଦେବାକୁ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା ଉଦ୍ୟମ କରିଥିବା ପୀଡ଼ିତାଙ୍କ ମାଆ ତଥ୍ୟପ୍ରମାଣ ସହ ଅଭିଯୋଗ କରିଥିଲେ ମଧ୍ୟ ପୁଲିସର କାର୍ଯ୍ୟାନୁଷ୍ଠାନ ନାହିଁ ।

ଖୋଦ୍ ରାଜଧାନୀରେ ଏତେବଡ଼ ଜଘନ୍ୟ ମାମଲାରେ ପୁଲିସର ନିଷ୍କ୍ରିୟତାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ତଦନ୍ତକୁ ନେଇ ଡିସିପି ଗଣମାଧ୍ୟମରେ ବୟାନ ଦେଉଥିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ । ମୋଟାମୋଟି ଦେଖିବାକୁ ଗଲେ, ଏପର୍ଯ୍ୟନ୍ତ ପୁଲିସର କାର୍ଯ୍ୟ ଉପରଠାଉରିଆ ଚାଲିଛି । ଏହି ମାମଲାରେ ସଂପୃକ୍ତ ସଂସ୍ଥା ଓଟିଭି ଚାନେଲ୍ ର ଏଚଆର ମୁଖ୍ୟଙ୍କୁ ଆଜି ମହିଳା ଥାନା ପୁଲିସ ଡାକି ଜେରା କରିଛି ।

ପୂର୍ବରୁ ଓଟିଭି ଇନପୁଟ୍ ଏଡିଟର ଏବଂ ଆଉଟପୁଟ୍ ଏଡିଟରଙ୍କୁ ଡାକି ମହିଳା ଥାନା ପୁଲିସ ପଚରାଉଚୁରା କରିଥିଲା । ଓଟିଭି ଅଧିକାରୀ ଏବଂ ପୀଡ଼ିତାଙ୍କ ମାଆଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍ ବାର୍ତ୍ତଳାପ ପୁଲିସକୁ ନ ଦେଇ ଓଟିଭିରେ ପ୍ରସାର କରିଥିବାରୁ ପୁଲିସ ସେମାନଙ୍କୁ ଜେରା କରୁଥିବା କୁହାଯାଉଛି । ଅନ୍ୟପକ୍ଷରେ, ଓଟିଭି ଏମଡିଙ୍କ ଉପରେ ଆରୋପ ଲାଗିଥିଲେ ମଧ୍ୟ ପୁଲିସ ତାଙ୍କୁ ନୋଟିସ୍ ପଠାଉ ନାହିଁ ।

ଏହାପୂର୍ବରୁ ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗକ୍ରମେ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ପକ୍ଷରୁ ଓଟିଭି ଏମଡିଙ୍କୁ ଜବାବ ମଗାଯାଇଥିଲେ ମଧ୍ୟ ତାହାକୁ ସେ ଭ୍ରୃକ୍ଷେପ କରି ନାହାନ୍ତି । ମହିଳା କମିଶନଙ୍କ ପକ୍ଷରୁ ତାଙ୍କୁ ଆସନ୍ତା ୨୧ ତାରିଖରେ ହାଜିରା ପାଇଁ ନୋଟିସ୍ ପଠାଯାଇଛି । ଦୁଇ ଦୁଇଟି କମିଶନଙ୍କ ପକ୍ଷରୁ ଓଟିଭି ଏମଡିଙ୍କୁ ନୋଟିସ୍ ଦିଆଯାଇଥିଲେ ମଧ୍ୟ ପୁଲିସ ଚୁପ୍ ବସିବା ସମସ୍ତଙ୍କୁ ସନ୍ଦେହରେ ପକାଇଛି ।

ପୋକସୋ ଆକ୍ଟ ୨୦୧୨ ମାମଲା ସତ୍ତ୍ୱେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିବା ଏବଂ ମାମଲା ଚପାଇ ଦେବାକୁ ଓଟିଭି ଏମଡି ଉଦ୍ୟମ କରିଥିବାର ସିଧାସଳଖ ଅଭିଯୋଗ ଆସିଥିବା ସତ୍ତ୍ୱେ ପୁଲିସ ଚୁପ୍ ରହିବା ପଛର ରହସ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାଥାଉକି, ଏହି ଘଟଣାରେ ପୁଲିସର ନିଷ୍କ୍ରିୟତାକୁ ପ୍ରଶ୍ନ ଉଠାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ । ଘଟଣାର ସିବିଆଇ ତଦନ୍ତ ପାଇଁ ଗତ ୧୬ ତାରିଖ ଦିନ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଏଥିସହ ପୀଡ଼ିତାଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରିବାକୁ ପ୍ରାର୍ଥନା କରାଯାଇଛି ।

Previous Post

ପୁଣି ଚିଟଫଣ୍ଡ ଡ୍ରାମା; ଦେବୀ ମିଶ୍ର ଙ୍କ ଘରେ ପଶିଲା ସିବିଆଇ

Next Post

‘ଲକ୍ଷଣ ନ ଥିଲେ ହୋମ ଆଇସୋଲେସନରେ ରୁହନ୍ତୁ’

Next Post
‘ଲକ୍ଷଣ ନ ଥିଲେ ହୋମ ଆଇସୋଲେସନରେ ରୁହନ୍ତୁ’

‘ଲକ୍ଷଣ ନ ଥିଲେ ହୋମ ଆଇସୋଲେସନରେ ରୁହନ୍ତୁ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA