Thursday, June 25, 2026 08:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ବୈଜୟନ୍ତଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କର’

କ୍ୟାପିଟାଲ୍ ଥାନାରେ ଏତଲା, ରାଜରାସ୍ତାରେ ପ୍ରତିବାଦ

by Our Correspondent
19 Oct, 2020- 11:51 PM
in Latest News, News
1 min read
0
‘ବୈଜୟନ୍ତଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କର’

ଓଟିଭି ବିରୋଧରେ ଲୋକସଭା ବାଚସ୍ପତିଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ୍ ଦେଲେ ଚନ୍ଦ୍ରାଣୀ

ଭୁବନେଶ୍ୱର: ଓଡ଼ିଶାକୁ ପାକିସ୍ଥାନ ସହ ତୁଳନା କରିବାର ଧୃଷ୍ଟତା କରିଥିବା ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ପ୍ରତିବାଦ ସ୍ୱର ତୀବ୍ର ହେବାରେ ଲାଗିଛି । ତାଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରିବାକୁ ପୁଲିସରେ ଏତଲା ବି ହେଲାଣି । ବୈଜୟନ୍ତଙ୍କ ଇଂରାଜୀ ଟୁଇଟ୍ କୁ ଲୋକେ କୁଆଡ଼େ ଠିକ୍ ବୁଝିପାରିନାହାନ୍ତି । ସେଥିପାଇଁ ଜାତୀୟ ପ୍ଲାଟଫର୍ମରେ ପ୍ରାଂଜଳ ଇଂରାଜୀରେ ଓଡ଼ିଆ ଅର୍ଥ ବୁଝାଇଛନ୍ତି । ଯାହା ତାଙ୍କ ପାଇଁ ଅଧିକ ବିପଦ ଆଣିଛି । ସେପଟେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଆଜି ଓଟିଭି ବିରୋଧରେ ଲୋକସଭା ବାଚସ୍ପତିଙ୍କ ପାଖକୁ ସ୍ୱାଧୀକାର ଭଙ୍ଗ ନୋଟିସ୍ ପଠାଇଛନ୍ତି । ଓଟିଭି ମିଥ୍ୟା ଖବର କରି ତାଙ୍କୁ ବଦନାମ ଓ ମାନସିକ ନିର୍ଯ୍ୟାତନା ଦେଇଛି । ତାଙ୍କର ଜାଲ୍ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ କରିଥିବା ସାମ୍ବାଦିକଙ୍କୁ ଖସାଇ ଦେବାକୁ ଚେଷ୍ଟା କରାଯାଉଛି । ଓଟିଭି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ନ୍ୟାୟ ଭିକ୍ଷା କରିଛନ୍ତି ଏହି ଆଦିବାସୀ ସର୍ବକନିଷ୍ଠା ସାଂସଦ ।

ଓଡ଼ିଶାକୁ ପାକିସ୍ଥାନ ସହ ତୁଳନା କରିଥିବା ବୈଜୟନ୍ତ ପଣ୍ଡାଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରିବାକୁ ଯୁବ ଅଭିଯାନ ଓଡ଼ିଶା ପକ୍ଷରୁ ଆଜି କ୍ୟାପିଟାଲ୍ ଥାନାରେ ଏତଲା ଦିଆଯାଇଛି । ଆବାହକ ଅମୀୟ ପାଣ୍ଡବ କହିଛନ୍ତି, ବୈଜୟନ୍ତଙ୍କ ମନ୍ତବ୍ୟ କଦାପି ବରଦାସ୍ତ କରିହେବନାହିଁ । ତାଙ୍କ ମନ୍ତବ୍ୟରୁ ଜଣାପଡୁଛି ଯେ ସେ ଚରମ ନୈରାଶ୍ୟ ଭିତରେ ଅଛନ୍ତି ଏବଂ ନିଜର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ନିଜ ମାଟିକୁ ଅଧିକ ଭଲ ପାଇବାର ଛଳନା କରୁଥିବା ବୈଜୟନ୍ତ ଜଣେ ଡାହାଣୀ । ଏଭଳି ହୀନ ମାନସିକତା ବ୍ୟକ୍ତିଙ୍କୁ ଦେଶଦ୍ରୋହ ମାମଲାରେ ତୁରନ୍ତ ଗିରଫ କରାଯାଉ ବୋଲି ଅମୀୟ ଦାବି କରିଛନ୍ତି ।

ସେହିଭଳି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଓଡ଼ିଶା ଯୁବ ସାମ୍ମୁଖ୍ୟ ଓ ଓଡ଼ିଶା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ବୈଜୟନ୍ତଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ରାଜ୍ୟବାସୀଙ୍କୁ ବୈଜୟନ୍ତ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି । ସମ୍ବଳପୁର, ଝାରସୁଗୁଡ଼ାରେ ମଧ୍ୟ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବିଭିନ୍ନ ଆଦିବାସୀ ସଂଗଠନଗୁଡ଼ିକ ପକ୍ଷରୁ ବୈଜୟନ୍ତଙ୍କ ଟୁଇଟ୍ କୁ କଡ଼ା ସମାଲୋଚନା କରାଯାଇ ଆନ୍ଦୋଳନର ଧମକ ଦିଆଯାଇଛି ।

ବୈଜୟନ୍ତଙ୍କ ଟୁଇଟ୍ ମନ୍ତବ୍ୟକୁ ନେଇ ରାଜନୈତିକ, ବୁଦ୍ଧୀଜୀବୀ ମହଲରୁ ପ୍ରତିକ୍ରିୟା ମଧ୍ୟ ତୀବ୍ର ହେବାରେ ଲାଗିଛି । ଓଡ଼ିଶାକୁ ପାକିସ୍ଥାନ ସହ ତୁଳନା କରିବା ଅତ୍ୟନ୍ତ ନିନ୍ଦନୀୟ । ଏଥିପାଇଁ ବୈଜୟନ୍ତ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଛି । ଏପରିକି ରାଜ୍ୟ ବିଜେପି ନେତୃତ୍ୱ ତାଙ୍କ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ସମର୍ଥନରେ ବାହାରିନାହିଁ । ଆମେ ବୈଜୟନ୍ତଙ୍କ ସପକ୍ଷରେ ନାହୁଁ । ରାଜ୍ୟର ସ୍ୱାର୍ଥ ଓ ସମ୍ମାନର ପ୍ରଶ୍ନ ଆସିଲେ ବିଜେପି ତାକୁ ସମର୍ଥନ କରିପାରିବ ନାହିଁ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।

ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବରିଷ୍ଠ ବିଧାୟକ ସୁର ରାଉତରାୟ, ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ପ୍ରମୁଖ ବୈଜୟନ୍ତଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି । ବୈଜୟନ୍ତ ଓଡ଼ିଶା ମାଟିରୁ ସାଂସଦ ଓ ଶିଳ୍ପପତି ହୋଇଛନ୍ତି । ଏହି ମାଟିକୁ ଅପମାନ କରିଥିବାରୁ କ୍ଷମା ମାଗନ୍ତୁ ବୋଲି ସେମାନେ କହିଛନ୍ତି । ବୈଜୟନ୍ତଙ୍କୁ ଯଦି ପାକିସ୍ଥାନ ଏତେ ମନେପଡୁଛି ତେବେ ସେଠି ଯାଇ ରହନ୍ତୁ ବୋଲି ସୁର କହିଛନ୍ତି ।

ବରିଷ୍ଠ ବିଜେଡ଼ି ନେତ୍ରୀ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଆଗରୁ ବୈଜୟନ୍ତଙ୍କୁ ଓଡ଼ିଶା ଭାରି ଭଲ ଲାଗୁଥିଲା । ମାତ୍ର ବିଜେପିକୁ ଗଲା ଦିନୁ ଓଡ଼ିଶା ତାଙ୍କୁ ପାକିସ୍ଥାନ ଭଳି ଲାଗୁଛି । ତାଙ୍କୁ ଲଜ୍ଜା ଲାଗୁନି କେମିତି?

Previous Post

ଓଡ଼ିଶାକୁ ପାକିସ୍ଥାନ କରିଦେଲେ ବୈଜୟନ୍ତ

Next Post

ଜୀବିତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନ୍ତ୍ରୀ ପ୍ରତାପ ଜେନା

Next Post
ଜୀବିତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନ୍ତ୍ରୀ ପ୍ରତାପ ଜେନା

ଜୀବିତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନ୍ତ୍ରୀ ପ୍ରତାପ ଜେନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA