Tuesday, May 26, 2026 02:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୬ ବରିଷ୍ଠ ଓଏଏସ୍ ନିଖୋଜ !

by Our Correspondent
16 Jul, 2016- 10:03 AM
in News
1 min read
0
୬ ବରିଷ୍ଠ ଓଏଏସ୍ ନିଖୋଜ !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରାଜ୍ୟ ସରକାରଙ୍କ ୬ ଜଣ ବରିଷ୍ଠ ଓଏଏସ୍ ଅଫିସର ବିଚିତ୍ର ଢ଼ଙ୍ଗରେ ନିଖୋଜ ହୋଇଯାଇଛନ୍ତି। ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖାଇଯାଇଥିବା ଏହି ଅଫିସରଙ୍କ ଖୋଜଖବର ପାଉନାହାନ୍ତି ସରକାରୀ ବିଭାଗ। ଡାକ୍ତର ନିଖୋଜ ଖବରରେ ଅଭ୍ୟସ୍ତ ରାଜ୍ୟବାସୀଙ୍କ ପାଇଁ ଏବେ ଓଏଏସ୍ ଅଫିସର ନିରୁଦ୍ଦିଷ୍ଟ ଖବର ନୂଆ ଫ୍ଲେଭର ନେଇଆସିଛି। ଏଥିସହ ଓଡ଼ିଶା ପ୍ରାଶାସନିକ ଇତିହାସରେ ଏହା ଅଦ୍ଭୂତ ଖବର ପାଲଟିଛି। ନିଖୋଜ ଓଏଏସ୍ ମାନେ ହେଲେ ରାଜେନ୍ଦ୍ର ପଟ୍ଟନାୟକ, ଜ୍ୟୋତିରଂଜନ ମିଶ୍ର, ଡି.ଜଗନ୍ନାଥ, ସୁବାସ ଚନ୍ଦ୍ର ଦାଶ, ଚକ୍ରଧର ବେହେରା ଏବଂ କାଳୁଚରଣ ସାହୁ। ଏମାନଙ୍କ ସହ ଚାକିରୀରୁ ନିଖୋଜ ଅବସ୍ଥାରେ ନାରାୟଣ ସାମନ୍ତରାୟ ଅବସର ନେଇ ସାରିଥିବା ବେଳେ ଉପେନ୍ଦ୍ର ନାଥ ଜେନା ଅବସର ପରେ ସ୍ୱର୍ଗାରୋହରଣ କରିଥିବା ଖବର ମିଳିଛି ।

୧୯୯୮ ମସିହାରୁ ୨୦୦୫ ମସିହା ମଧ୍ୟରେ ଏହି ଓଏଏସ୍ ବାବୁମାନେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କାମ କରୁଥିଲେ। ବିଭିନ୍ନ ବ୍ଲକରେ ସେମାନେ ବିଡ଼ିଓ ଥିଲେ। ଏହି ସମୟ ମଧ୍ୟରେ ଲକ୍ଷ୍ମୀପୁର ସମେତ ବିଭିନ୍ନ ବ୍ଲକରେ ଉନ୍ନୟନ କାର୍ଯ୍ୟ ପାଇଁ ମୋଟା ଟଙ୍କା ଆସିଥିଲା। ଆଉ ଜିଲ୍ଲାର ଏହି ବଡ଼ ବାବୁମାନେ ଗାଇ ଘାସ ଚରିଲା ଭଳି ଯେଝା ବାଟରେ ଯେଝା ଚରିଗଲେ। ଗଦା ଗଦା ଟଙ୍କା ପକେଟରେ ପୂରାଇ ବିକାଶ କାର୍ଯ୍ୟକୁ ଠପ୍ କରିଦେଲେ। ୨୦୦୫ ମସିହାରେ ଟଙ୍କା ଚଳୁ ଖବର ପଦାକୁ ଆସିଲା ପରେ ଲୋକାଲ୍ ଫଣ୍ଡ ଅଡ଼ିଟ୍ ତାହାର ତନାଘନା କଲେ। ଜିଲ୍ଲାର ୮ ଜଣ ଯାକ ଓଏଏସ୍ ବାବୁଙ୍କୁ ଏଥିରେ ଦୋଷୀ ବୋଲି ଠଉରାଇଲା ଅଡିଟ୍ ରିପୋର୍ଟ ।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ୧୦ ବର୍ଷ ପରେ ନିକଟରେ ଅଡିଟ୍ ରିପୋର୍ଟ ପ୍ରକାଶ ପାଇଛି। ସଂପୃକ୍ତ ଓଏଏସ୍ ବାବୁଙ୍କ ଚାକିରୀସ୍ଥାନ ଆଦିି ବିଷୟରେ ପଂଚାୟତିରାଜ ବିଭାଗଠାରୁ ତୁରନ୍ତ ଠିକଣା ଜାଣିବାକୁ ଚାହିଁଥିଲା ଲୋକାଲ୍ ଫଣ୍ଡ ଅଡ଼ିଟ୍ ସଂସ୍ଥା। ମାତ୍ର ଦୁଭାର୍ଗର କଥା ପଂଚାୟତିରାଜ ବିଭାଗ ପାଖରେ ସଂପୃକ୍ତ ଅଫିସରଙ୍କ ଖୋଜ ନାହିଁ କି ଖବର ନାହିଁ। ଏହି ବିଡ଼ିଓମାନଙ୍କ ହୋୟୋର ଏବାଉଟ୍ସ ସମ୍ପର୍କରେ ପଂଚାୟତିରାଜ ବିଭାଗ ପାଖରେ କୌଣସି ତଥ୍ୟ ନ ଥିବା ଜଣାଇ ଦିଆଯାଇଛି। ଏତେବର୍ଷ ଧରି ସେହି ଅଫିସରମାନେ ଗଲେ କୁଆଡେ ? କୋରାପୁଟରୁ ସେମାନେ କେବେଠୁଁ ବଦଳି ହେଲେଣି ? ତାପରେ କେଉଁଠି ଜଏନ୍ କଲେ ?  ପଂଚାୟତିରାଜ ବିଭାଗ ଏହା ଉପରେ ଆଶ୍ଚର୍ଯ୍ୟଜନକ ଅସହାୟତା ପ୍ରକାଶ କରିଛି। 

ପଂଚାୟତିରାଜ ବିଭାଗଠାରୁ ତଥ୍ୟ ନ ପାଇ ନିରାଶ ହୋଇଥିବା ଲୋକାଲ୍ ଫଣ୍ଡ ଅଡ଼ିଟ୍ ଗତକାଲି ରାଜସ୍ୱ ବିଭାଗରୁ ସଂପୃକ୍ତ ଓଏଏସ୍ ବାବୁଙ୍କ ଖୋଜଖବର ତାଲିକା ମାଗିଛି। ସୋମବାର ସୁଦ୍ଧା ଏହା ଦାଖଲ କରିବାକୁ ଲୋକାଲ୍ ଫଣ୍ଡ ଅଡିଟ୍ ଚିଠି ଲେଖିଛି। ଘଟଣାଟି ସମଗ୍ର ସଚିବାଳୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Previous Post

ଓଡ଼ିଶା କ୍ରିକେଟିୟର୍: ଜନ୍ମ ଜାଲିଆତିର ମହାଖୁଲାସା

Next Post

୨୧ ମାସରେ ୭୪ ଥର, ଆଗକୁ କେତେ ?

Next Post
୨୧ ମାସରେ ୭୪ ଥର, ଆଗକୁ କେତେ ?

୨୧ ମାସରେ ୭୪ ଥର, ଆଗକୁ କେତେ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA