Thursday, June 25, 2026 04:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର କଡ଼ାଗଣ୍ଡା ହିସାବ ଦେଲା ବିଜେଡ଼ି

'ଏପରି କଦର୍ଯ୍ୟ, ଧୋକାବାଜ୍, ନିର୍ଲଜ ଲୋକଙ୍କ ଦଳରେ ସ୍ଥାନ ନାହିଁ'

by Our Correspondent
01 Dec, 2020- 10:10 PM
in Latest News, News
1 min read
0
ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର କଡ଼ାଗଣ୍ଡା ହିସାବ ଦେଲା ବିଜେଡ଼ି

ଭୁୁବନେଶ୍ୱର: ଯେଉଁ ସମୟରେ କରୋନା ମହାମାରୀରେ କବଳିତ ହୋଇ ଗଞ୍ଜାମବାସୀ ଜୀବନ ସହ ଯୁଝୁଥିଲେ ସେହି ସମୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭାବୀ ସମୁଦୀଙ୍କ ପରିବାର ସହ ଚାର୍ଟର ଫ୍ଲାଇଟ୍ ରେ ଦିଲ୍ଲୀ, ମୁମ୍ବାଇ, ପୁନେ ଭ୍ରମଣ କରି ମଉଜ କରୁଥିଲେ । ଦିଲ୍ଲୀ ତାଜ୍ ହୋଟେଲରେ ଦିନକୁ ଅଢ଼େଇ ଲକ୍ଷ ଟଙ୍କା ଉଡ଼ାଇ ବିନ୍ଦାସ୍ କରୁଥିଲେ । ଜଣେ ଜନପ୍ରତିନିଧିଙ୍କର ଏଭଳି କାର୍ଯ୍ୟ ଜନବିରୋଧୀ ନୁହେଁ ତ ଆଉ କ’ଣ?

ଜନ ବିରୋଧୀ କାର୍ଯ୍ୟ ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତକାଲି ବିଜେଡ଼ିରୁ ବହିଷ୍କୃତ କରାଯାଇଥିଲା । ଏହା ପରେ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଣିଗ୍ରାହୀ ବିଜେଡ଼ି କାର୍ଯ୍ୟାନୁଷ୍ଠାନକୁ ଚାଲେଂଜ କରିଥିଲେ । ସେ କ’ଣ ଜନବିରୋଧୀ କାର୍ଯ୍ୟ କରିଛନ୍ତି ତାହାର ପ୍ରମାଣ ଦେବାକୁ ଆହ୍ୱାନ ଦେଇଥିଲେ । ଆଉ ପ୍ରଦୀପଙ୍କୁ କଡ଼ାଗଣ୍ଡା ଜବାବ ଦେଇଛି ବିଜେଡ଼ି । ବିଧାୟକ ପ୍ରତାପ ଦେବ ଏକ ପ୍ରେସମିଟ୍ ରେ ପ୍ରଦୀପଙ୍କ ଗୁମର ଖୋଲି ପ୍ରଶ୍ନଜାଲରେ ଛନ୍ଦିଛନ୍ତି । ଏଥିସହ ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଦସ୍ତଖତରେ ଏକ ପ୍ରେସ୍ ଇସ୍ତାହାର ଜାରି କରାଯାଇଛି ।

  • ଓଡ଼ିଶାବାସୀଙ୍କୁ ବୋକା ଭାବି ଭୂତାଉଛନ୍ତି ତିନି ତିନି ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ତାଙ୍କ ଭାବୀ ଜ୍ୱାଇଁ କୁଆଡ଼େ ଟାଟା କମ୍ପାନୀର ଜଣେ ଉଚ୍ଚପଦସ୍ଥ ଅଧିକାରୀ । ସବୁଠୁ ମହଙ୍ଗା ଚାଟାର୍ଡ ବିମାନରେ ଯାତ୍ରା କରନ୍ତି ଓ ନାମୀଦାମୀ ଫ୍ଲାଟରେ ରହନ୍ତି । ସେ ଭୁଲିଯାଆନ୍ତୁ ନାହିଁ ଯେ ଖୋଦ୍ ଟାଟା କମ୍ପାନୀ କର୍ତ୍ତୃପକ୍ଷ ଏହା ଜାଲ୍ ବୋଲି କହିଛନ୍ତି । ଆକାଶ ପାଠକଙ୍କ ସହ କମ୍ପାନୀର କୌଣସି ସମ୍ପର୍କ ନାହିଁ ଏବଂ ଟାଟାରେ ଚାକିରି ଦେବା ନାଁରେ ଆକାଶ ଜାଲ୍ ନିଯୁକ୍ତିପତ୍ର ଦେଇ କୋଟି କୋଟି ଟଙ୍କା ଠକିଥିବା ଟାଟା କର୍ତ୍ତୃପକ୍ଷ ଏତଲା ଦେଇଛନ୍ତି ।

ପ୍ରଦୀପ ପାଣିଗ୍ରାହୀ ଭାବୁଛନ୍ତି ଓଡ଼ିଶାବାସୀ ମୁର୍ଖ? ତା ହୋଇ ନ ଥିଲେ ଏପରି ହାଇପ୍ରୋଫାଇଲ ଠକାମୀକୁ ଲୁଚାଇବା ପାଇଁ ଓଡ଼ିଶାବାସୀଙ୍କୁ ମନଗଢ଼ା କଥା କହି ଦିନରେ ଜହ୍ନ ଦେଖାନ୍ତେନି । ଏହା ଧୋକା ନୁହେଁ ତ ଆଉ କ’ଣ?

  • ଯେତେବେଳେ ଗଞ୍ଜାମରେ କରୋନା ସ୍ଥିତି ଭୟଙ୍କର ଥିଲା, ଲୋକମାନେ ମରୁଥିଲେ, କୋଭିଡ ଯୋଦ୍ଧାମାନେ ଦିନରାତି ସଂଘର୍ଷ କରୁଥିଲେ, ସେତେବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ତାଙ୍କ ପରିବାର ସହ ଦିଲ୍ଲୀର ପଞ୍ଚତାରକା ହୋଟେଲରେ ଦିନକୁ ଅଢ଼େଇ ଲକ୍ଷ ଟଙ୍କା ଉଡ଼ାଇ ମଉଜ କରୁଥିଲେ । ପ୍ରଦୀପ ପାଣିଗ୍ରାହୀ ନିଜର ଅୟସ ପାଇଁ ଉଡାଉଥିବା ଟଙ୍କା କାହାର ଥିଲା? ଏତ ଟଙ୍କା ସେ କେଉଁଠୁ ଆଣିଥିଲେ?
  • ଏହା ଓଡ଼ିଶାବାସୀଙ୍କ ଝାଳବୁହା ଟଙ୍କା ଥିଲା । ଯାହା ସେ ବେଧଡ଼କ ଭାବେ ଖର୍ଚ୍ଚ କରୁଥିଲେ । ଏହି ଟଙ୍କା ସେଇମାନଙ୍କର ଯେଉଁମାନେ ଦିନରାତି ଏକ କରି ଉପାର୍ଜନ କରିଥିବା ଟଙ୍କାକକୁ ଟାଟାରେ ଖଣ୍ଡେ ଚାକିରି ପାଇବା ଆଶାରେ ତାଙ୍କୁ ଟେକି ଦେଇଥିଲେ ।

ଏସବୁ ଜନବିରୋଧୀ କାର୍ଯ୍ୟକଳାପ ନୁହେଁ ତ ଆଉ କ’ଣ?

  • ତିନି ତିନି ଥରର ବିଧାୟକ, ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ ଆଇଏଫଏସ ଅଧିକାରୀ ମିଳିତ ଭାବେ ୨୧ ବର୍ଷୀୟ ପୁଅ ଓ ଭାବି ଜ୍ୱାଇଁକୁ ନିଜର ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ଟାଟା କମ୍ପାନୀର ଫେକ୍ ଏମଡି କରିପାରନ୍ତି । ଏପରି କଦର୍ଯ୍ୟ ଲୋକଙ୍କୁ କ’ଣ କୁହାଯିବ?
  • ପିଲାଙ୍କୁ ଭୁଲ୍ ପଥରେ ଯିବାରୁ ରୋକିବା, ଉଚିତ୍ ରାସ୍ତା ଦେଖାଇବା ବାପାମାଆଙ୍କ କର୍ତ୍ତବ୍ୟ । ହେଲେ ଏଠି ନିଜର ସ୍ୱାର୍ଥ ପାଇଁ, ଆରାମଦାୟକ ଜୀବନ ପାଇଁ ନିଜେ ବାପାମାଆ ନିଜ ପିଲାକୁ ଦୁର୍ନୀତିର ଦଳ ଭିତରକୁ ଠେଲି ଦେଇଛନ୍ତି । ଗୋଟିଏ ପରେ ଗୋଟିଏ ଦୁର୍ନୀତି କରିବାକୁ ପ୍ରୋତ୍ସାହନ ଦେଇଛନ୍ତି । ଯାହାଦ୍ୱାରା ଶ୍ୱଶୁର ଘର ଲୋକେ ନିଜର ପତିଆରା ଜୀବନ ବିତାଇପାରିବେ ।
  • ନିଜର ଭାବୀ ଜ୍ୱାଇଁ ଆକାଶ ପାଠକଙ୍କୁ ଟାଟା କମ୍ପାନୀର ଏମଡି ଭାବେ ପରିଚୟ ଦେଇ ପ୍ରଦୀପ ପାଣିଗ୍ରାହୀ ତାଙ୍କ ନିର୍ବାଚନମଣ୍ଡଳୀରେ ବେକାର ଯୁବକଯୁବତୀଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିଲେ । ବିସ୍ଥାପିତ ପରିବାର ଲୋକଙ୍କୁ ଚାକିରି ଦେବା ନାଁରେ ଠକିଥିଲେ ।
  • ଏତେସବୁ ପରେ ବି ନିର୍ଲଜ ପରି ପ୍ରଦୀପ କହୁଛନ୍ତି, ଆକାଶ ଟାଟା କମ୍ପାନୀର ରିୟଲ୍ ଏମଡି । ପୁଣି କହୁଛନ୍ତି, ଯଦି ଆକାଶ ଏମଡି ବୋଲି ପ୍ରମାଣ କରି ନ ପାରିବେ, ସେ ଓଡ଼ିଶା ଛାଡ଼ିଦେବେ ।
  • ପ୍ରେସମିଟ୍ କରି ଲୋକଙ୍କୁ ଭ୍ରମିତ କରିବା ସହ ଚାକିରି ପାଇଁ ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ତାଙ୍କ ବିରୋଧରେ ନ ଯିବାକୁ ପରୋକ୍ଷରେ ପ୍ରଦୀପ ଧମକେଇଥିଲେ । ଓଡ଼ିଶାବାସୀ ତାଙ୍କ ଚାଲ୍ ଜାଣିସାରିଛନ୍ତି ଏବଂ ଏପରି ଧୋକାବାଜ୍କୁ ସେମାନେ ଛାଡ଼ିବେ ନାହିଁ ।
  • ଯେଉଁମାନେ ତୁମକୁ ଭରସା କରି ନିଜର ସୁରକ୍ଷା ପାଇଁ ଭୋଟ୍ ଦେଇଥିଲେ, ଶେଷରେ ସେଇମାନଙ୍କୁ ବିଶ୍ୱାସଘାତକ କରିବାକୁ ପଛେଇଲେନି ପ୍ରଦୀପ ।
  • ଓଡ଼ିଶାବାସୀଙ୍କ ପାଇଁ କାମ କରିବା ବିଜେଡ଼ି ଦଳର ଏକମାତ୍ର ଉଦ୍ଦେଶ୍ୟ । ପ୍ରଦୀପ ପାଣିଗ୍ରାହୀ ପରି ହୀନ ବ୍ୟକ୍ତି, ଯିଏ ନିଜର ସ୍ୱାର୍ଥ ପାଇଁ ଭାବୀ ଜ୍ୱାଇଁକୁ ବ୍ୟବହାର କରିପାରେ, ନିଜର ନିର୍ବାଚନମଣ୍ଡଳୀବାସୀଙ୍କୁ ଧୋକା ଦେଇପାରେ ଏବଂ ଓଡ଼ିଶାବାସୀଙ୍କୁ ବେଧଡ଼କ ମିଛ କହିପାରେ, ସେପରି ବ୍ୟକ୍ତିଙ୍କ ଦଳରେ ସ୍ଥାନ ନାହିଁ ।
Previous Post

ବିବାହରେ ୨୦୦, ଅନ୍ତେଷ୍ଟିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି

Next Post

ଏସଆଇଟି ଛାନଭିନ୍, ଆକାଶ ଆକାଉଣ୍ଟରେ ୧୪.୭୭ କୋଟି

Next Post
ଏସଆଇଟି ଛାନଭିନ୍, ଆକାଶ ଆକାଉଣ୍ଟରେ ୧୪.୭୭ କୋଟି

ଏସଆଇଟି ଛାନଭିନ୍, ଆକାଶ ଆକାଉଣ୍ଟରେ ୧୪.୭୭ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA