Thursday, June 25, 2026 12:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏସଆଇଟି ଛାନଭିନ୍, ଆକାଶ ଆକାଉଣ୍ଟରେ ୧୪.୭୭ କୋଟି

ଖୋଲୁଛି ପାଠକ ବାପା, ପୁଅଙ୍କ କଳା ସାମ୍ରାଜ୍ୟର ଅଧିକ ଗୁମର

by Our Correspondent
01 Dec, 2020- 11:27 PM
in Crime, Latest News, News
1 min read
0
ଏସଆଇଟି ଛାନଭିନ୍, ଆକାଶ ଆକାଉଣ୍ଟରେ ୧୪.୭୭ କୋଟି

ଭୁବନେଶ୍ୱର: ବିପୁଳ କଳାଟଙ୍କା ଓ ଠକେଇ ଅଭିଯୁକ୍ତ ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ କଳା ସାମ୍ରାଜ୍ୟର ଛାନଭିନ୍ ଆରମ୍ଭ କରିଛି ଏସଆଇଟି । ଅଭୟଙ୍କ ଚାକିରି କାଳର ୭ଟି ଜାଗା ଉପରେ ଆଜି ଚଢ଼ଉ ହୋଇଥିବା ବେଳେ ନିଜକୁ ଟାଟା ମୋଟର୍ସର ଏମଡି ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଆକାଶ ପାଠକର ଅଧିକ ଜାଲିଆତି ଫର୍ଦ୍ଦ ଲାଗିଛି ଏସଆଇଟି ହାତରେ । ଚାଞ୍ଚଲ୍ୟକର ତଥ୍ୟ ହେଉଛି, ଆକାଶ ଆକାଉଣ୍ଟରେ ସମୁଦାୟ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ଅଛି । ଭୁବନେଶ୍ୱର ଓ ପୁନେରେ ଥିବା ବିଭିନ୍ନ ବ୍ୟାଙ୍କରେ ଆକାଶ ଏହି ଟଙ୍କା ଜମା କରିଛନ୍ତି । ୯ କୋଟି ୪୮ ଲକ୍ଷ ଟଙ୍କା ନଗଦ ଜମା କରିଥିବା ବେଳେ ଟ୍ରାନସଫର୍ ଜରିଆରେ ୫ କୋଟି ୨୯ ଲକ୍ଷ ଟଙ୍କା ଜମା କରିଛନ୍ତି ।

ଆକାଶ ପାଠକ ବ୍ୟାଙ୍କ ଆକାଉଣ୍ଟକୁ ଏତେ ଟଙ୍କା କେଉଁଠୁ ଆସିଲା ତାହାର ଖୋଳତାଡ଼ କରୁଛି ଏସଆଇଟି ଟିମ୍ । ନିଜକୁ ଟାଟା କମ୍ପାନୀର ଏମଡି ପରିଚୟରେ କେବଳ ଗୋପାଳପୁର ନିର୍ବାଚନମଣ୍ଡଳୀରୁ ୬୮ ଜଣ ଯୁବକଙ୍କୁ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ଆକାଶ ବ୍ୟବହାର କରୁଥିବା ସମସ୍ତ କମ୍ପୁ୍ୟଟର, ଲାପଟପ୍ ଏବଂ ମୋବାଇଲ୍ ର ତନାଘନା କରାଯାଉଛି । ସେଥିପାଇଁ ବୈଷୟିକ ଓ ଫରେନସିକ୍ ବିଶେଷଜ୍ଞଙ୍କ ସହାୟତା ଲୋଡାଯାଇଛି ।

ଲକଡାଉନ୍ ବେଳେ ଚାଟର୍ଡ ଫ୍ଲାଇଟ୍ ରେ ଦିଲ୍ଲୀ, ମୁମ୍ବାଇ ଓ ପୁନେ ବୁଲିଥିଲେ ପାଠକ ପରିବାର ଓ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର । ଆକାଶ ପାଠକ ନିଜକୁ ଟାଟା ମୋଟର୍ସ ଏମଡି ର ଜାଲ୍ ପରିଚୟ ଦେଇ ବିମାନ ବୁକିଂ କରିଥିବାରୁ ଆଜି ସଂପୃକ୍ତ ଟ୍ରାଭେଲ୍ ଏଜେନ୍ସୀ ସ୍କାଏ କିଙ୍ଗ୍ କମ୍ପାନୀ ପକ୍ଷରୁ ପାଠକ ବାପା,ପୁଅଙ୍କ ବିରୋଧରେ ଖାରବେଳନଗର ଥାନାରେ ଏତଲା ଦିଆଯାଇଛି । ଜୁନ୍ ରୁ ବିଭିନ୍ନ ସମୟରେ ୨.୭୮ କୋଟି ଟଙ୍କାର ଫ୍ଲାଇଟ୍ ବୁକ୍ କରିଥିଲେ । ଏ ବାବଦରେ ୨.୧୩ କୋଟି ଟଙ୍କା ଆକାଶ ଦେଇଥିବା ବେଳେ ୬୫.୧୬ ଲକ୍ଷ ଟଙ୍କା ବକେୟା ରଖିଛନ୍ତି । ସ୍କାଏ କିଙ୍ଗ୍ କମ୍ପାନୀ ମ୍ୟାନେଜିଂ ପାର୍ଟନର୍ ପ୍ରଭାସ ଚୌଧୁରୀଙ୍କ ଏତଲାକ୍ରମେ ଖାରବେଳନଗର ଥାନା ପୁଲିସ ପାଠକ ବାପା,ପୁଅଙ୍କ ବିରୋଧରେ ଆଇପିସି ଧାରା ୪୧୯, ୪୨୦, ୪୬୮, ୪୭୧, ୭୭୬ ରେ ମାମଲା ରୁଜୁ କରିଛି ।

ସେପଟେ ଅଭୟ ପାଠକଙ୍କ ରାଜଗାଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ, କୋରାପୁଟ ଏବଂ ବ୍ରହ୍ମପୁର ଚାକିରି କାଳରେ ଦୁର୍ନୀତିରେ ତନାଘନା କରୁଛି ଏସଆଇଟି । ଏଥିସହ ପିସିସିଏଫ୍ ଅଫିସରେ ମଧ୍ୟ ଖୋଳତାଡ଼ କରୁଛି । ୨୦୦୪ ରୁ ୨୦୦୭ ପର୍ଯ୍ୟନ୍ତ ବ୍ରହ୍ମପୁର, ୨୦୦୮ ରୁ ୨୦୧୩ ଯାଏଁ ଓଏଫଡିସି ଜିଏମ୍, ୨୦୧୪ ରୁ ୨୦୧୭ ଯାଏଁ ବଲାଙ୍ଗୀର ଡିଏଫଓ ଥିବା ବେଳେ ବ୍ୟାପକ ଦୁର୍ନୀତି କରିଥିବା ଏସଆଇଟି ନଜରକୁ ଆସିଛି । ସଂପୃକ୍ତ ଅଫିସ, ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସ ତନାଘନା ଚାଲିଛି । ଅତିରିକ୍ତ ପିସିସିଏଫ୍ ଭାବେ ବନୀକରଣ ଦାୟିତ୍ୱରେ ଥାଇ ଅଭୟ ପାଠକ କୋଟି କୋଟି ଟଙ୍କା ହଡ଼ପ କରିଥିବାର ଗଦା ଗଦା ଅଭିଯୋଗକୁ ମଧ୍ୟ ଏକାସାଙ୍ଗେ ଛାନଭିନ୍ କରୁଛି ଏସଆଇଟି ।

ଇତିମଧ୍ୟରେ ଏସଆଇଟି ନଜରକୁ ଆଉ ଏକ ରୋଚକ ସୁରାକ୍ ଆସିଛି । ଏକ ସୂତ୍ରର ସୂଚନା ଅନୁଯାୟୀ, କଟକ ରୋଡରେ ଥିବା ଏକ ହୋଟେଲ୍ ରେ ପାଠକ ଓ ତାଙ୍କର ଭାବୀ ସମ୍ପର୍କୀୟଙ୍କ ବିପୁଳ ଟଙ୍କା ଲାଗିଛି । ବ୍ରହ୍ମପୁରର ସାହୁ ସାଙ୍ଗିଆଧାରୀ ଜଣେ ବ୍ୟକ୍ତି ହେଉଛନ୍ତି ହୋଟେଲ୍ ର ମାଲିକ । ଶ୍ରୀ ସାହୁ ୨୫୦ କୋଟିର ଜାତୀୟ ରାଜପଥ ନିର୍ମାଣ ଟେଣ୍ଡର କାମ ମଧ୍ୟ କରୁଛନ୍ତି ।

ସେହିଭଳି ଲକଡାଉନ୍ ବେଳେ ଭିପୁଲ୍ ଗାର୍ଡେନ୍ ସ୍ଥିତି ପାଠକଙ୍କ ବାସଭବନରୁ ଏକ ଟଙ୍କା ଭର୍ତ୍ତି ଅଖା ଟଙ୍କପାଣି ରୋଡସ୍ଥିତ ଏକ ଘରକୁ ଆସିଥିବା ଏହି ସୂତ୍ରରୁ ଜଣାପଡ଼ିଛି । ଏହି ବିପୁଳ ଟଙ୍କା କେଉଁଠୁ ଆସିଲା ତାହାର ଚେର୍ ଖୋଜା ଆରମ୍ଭ ହୋଇଛି ।

Previous Post

ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର କଡ଼ାଗଣ୍ଡା ହିସାବ ଦେଲା ବିଜେଡ଼ି

Next Post

ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ୧୧୨

Next Post
ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ୧୧୨

ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ୧୧୨

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA