Thursday, June 25, 2026 04:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନାବାଳିକା ଗଣଦୁଷ୍କର୍ମ: ଅଭିଯୁକ୍ତ ଓଟିଭିର ୪ କର୍ମଚାରୀ ଗିରଫ

ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଜାଗୀ ପଣ୍ଡା ଭର୍ଚୁଆଲ୍ ହାଜର

by Our Correspondent
14 Dec, 2020- 01:10 PM
in Crime, Latest News, News
1 min read
0
ନାବାଳିକା ଗଣଦୁଷ୍କର୍ମ: ଅଭିଯୁକ୍ତ ଓଟିଭିର ୪ କର୍ମଚାରୀ ଗିରଫ

ଭୁୁବନେଶ୍ୱର: ହାଇକୋର୍ଟଙ୍କ କଡ଼ା ତାଗିଦ୍ ଓ ଡେଡଲାଇନ୍ ପରେ ଚଞ୍ଚଳ ହୋଇଛି କ୍ରାଇମବ୍ରାଞ୍ଚ ପୁଲିସ । ବହୁ ଚର୍ଚ୍ଚିତ ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ୭ ଅଭିଯୁକ୍ତଙ୍କ ବିରୋଧରେ ପୋକସୋ ଆକ୍ଟରେ ମାମଲା ରୁଜୁ ହେବାର ଦୀର୍ଘ ସାଢ଼େ ୩ ମାସ ପରେ ଯାଇ ଅଭିଯୁକ୍ତ ଧରାପଡ଼ିଛନ୍ତି । ଗିରଫ ୪ ଜଣଯାକ ଓଟିଭିର କର୍ମଚାରୀ । ସେମାନେ ହେଲେ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା, ସୁରକ୍ଷାକର୍ମୀ ବିଜୟ ରାଉତ ଏବଂ ଶ୍ରୀ ସାମଲ ।

ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କର ବିଶ୍ୱସ୍ତ କର୍ମଚାରୀ ଅନିରୁଦ୍ଧ ପଣ୍ଡାଙ୍କୁ ଗତକାଲି ରାତିରେ କ୍ରାଇମବ୍ରାଞ୍ଚର ଏକ ଟିମ ଗୋପ ଅଞ୍ଚଳରୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା । ଆଜି ସେମାନଙ୍କୁ ପୋକସୋ କୋର୍ଟରେ ହାଜର କରାଯାଉଛି । ଫେରାର ଅନ୍ୟ ତିନିଜଣଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

ଅଗଷ୍ଟ ୩୦ରେ ମହିଳା ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ କମିଶନରେଟ୍ ପୁଲିସ ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିପାରି ନ ଥିଲା । ଖୋଦ୍ ହାଇକୋର୍ଟଙ୍କ ଅସନ୍ତୋଷ ବି କମିଶନରେଟ୍ ପୁଲିସକୁ ଚେତାଇ ପାରି ନ ଥିଲା । ଅକ୍ଟୋବର ୬ ରେ ରାଜ୍ୟ ସରକାର ମାମଲାକୁ କ୍ରାଇମବ୍ରାଞ୍ଚ ହାତକୁ ଦେଇଥିଲେ । ତେବେ କ୍ରାଇମବ୍ରାଞ୍ଚ ପୁଲିସ ମଧ୍ୟ ତଦନ୍ତରେ ଢ଼ିଲା ମାରିଥିଲା । ଗତ ନଭେମ୍ବର ୯ ତାରିଖରେ ହାଇକୋର୍ଟ ଏ ନେଇ ଭୀଷଣ ଅସନ୍ତୋଷ ପ୍ରକାଶ କରି ନଭେମ୍ବର ୧୮ ରେ ସ୍ୱୟଂ ଡିଜି ହାଜର ହୋଇ ତଦନ୍ତ ଅଗ୍ରଗତି ଜଣାଇବାକୁ ନିଦେ୍ର୍ଦଶ ଦେଇଥିଲେ । ସେହି ଅନୁଯାୟୀ ଡିଜି ଶ୍ରୀ ଅଭୟ ହାଇକୋର୍ଟରେ ହାଜର ହୋଇ ଏକ ଜଉମୁଦ ଲଫାପାରେ ନିଜର ପକ୍ଷ ରଖିଥିଲେ । ତେବେ ଅଭିଯୁକ୍ତମାନେ କାହିଁକି ଧରାପଡ଼ିନାହାନ୍ତି ହାଇକୋର୍ଟ ଡିଜିଙ୍କଠାରୁ ଜବାବ ମାଗି କଡ଼ା ଶବ୍ଦରେ ଭର୍ସନା କରିଥିଲେ । ଡିସେମ୍ବର ୧୬ ତାରିଖ ସୁଦ୍ଧା ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡେଡଲାଇନ୍ ଦେଇଥିଲେ ହାଇକୋର୍ଟ ।

ସୂଚନାଥାଉକି, ଲକଡାଉନ୍ ବେଳେ ୧୩ ବର୍ଷର ନାବାଳିକାକୁ ଦୀର୍ଘ ୧୫ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ମାଆ ଓଟିଭିରେ ଚାକିରି କରୁଥିଲେ । ସେ ଅଫିସ ଆସିବା ପରେ ଘରେ ଝିଅ ଏକୁଟିଆ ରହୁଥିବାର ସୁଯୋଗ ଦେଖି ଓଟିଭିର ଦୁଇ କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା ଏବଂ ଦୁଇ ସୁରକ୍ଷାକର୍ମୀଙ୍କ ସମେତ ମୋଟ ୭ ଜଣ ତାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି । ଟିଭିରେ ଏକ ପ୍ରମୋ ପାଇଁ ଝିଅର ଅଶ୍ଲୀଳ ଭିଡ଼ିଓ ସୁଟ୍ କରିଥିଲେ ଏବଂ ଘଟଣା ସମ୍ପର୍କରେ ପାଟି ଖୋଲିଲେ ଝିଅକୁ ମାରିଦେବାକୁ ଧମକ ଦେଇଥିବା ପୀଡ଼ିତାଙ୍କ ମାଆ ଅଭିଯୋଗ କରିଥିଲେ ।

ତେବେ ଝିଅଠାରୁ ସବୁ ଜାଣିଲା ପରେ ପୀଡ଼ିତାଙ୍କ ମାଆ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ଘଟଣା ସମ୍ପର୍କରେ ଜଣାଇ ନ୍ୟାୟ ଭିକ୍ଷା କରିଥିଲେ ମଧ୍ୟ ସେ ବିଶାଖା କମିଟି ତଦନ୍ତର ଆଳ କରି ମାମଲା ଚାପିଦେବାକୁ ଉଦ୍ୟମ କରିଥିଲେ ବୋଲି ପୀଡ଼ିତାଙ୍କ ମାଆ ଅଭିଯୋଗ କରି ମହିଳା କମିଶନ ଏବଂ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ମଧ୍ୟ ଦ୍ୱାରସ୍ଥ ହୋଇଥିଲେ ।

ଭର୍ଚୁଆଲ୍ ରେ ହାଜର ହେଲେ ଜାଗୀ ପଣ୍ଡା

ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ହାଜିରା ନୋଟିସ୍ କୁ ବାରମ୍ବାର ଟାଳି ଚାଲିଥିବା ଓଟିଭି ଏମଡି ଜାଗୀ ପଣ୍ଡା ଆଜି ଭର୍ଚୁଆଲ୍ ରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି । ତାଙ୍କ ବିରୋଧରେ ପୀଡ଼ିତାଙ୍କ ମାଆ ତଥା ତାଙ୍କର ପୂର୍ବତନ କର୍ମଚାରୀ ଆଣିଥିବା ଅଭିଯୋଗକୁ ଫାଙ୍କି ଦେଇଛନ୍ତି ଜାଗୀ । ଜାଗୀଙ୍କ ବୟାନରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୀଡ଼ିତାଙ୍କ ଓକିଲ ଭାଗ୍ୟବତୀ ରାଉତରାୟ । ପୀଡ଼ିତାଙ୍କ ଅଭିଯୋଗ ସଂକ୍ରାନ୍ତରେ ସେ ଜାଣିନାହାନ୍ତି କି ତାଙ୍କ ଘରକୁ ଯାଇନାହାନ୍ତି ବୋଲି ଜାଗୀ ସଫେଇ ଦେଇଛନ୍ତି ।

Previous Post

ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ ପାଇଁ ବ୍ୟାପକ ଆୟୋଜନ

Next Post

କଥା ରଖିଲେ ମୁଖ୍ୟମନ୍ତ୍ରୀ: ଲିଙ୍ଗରାଜ ମନ୍ଦିର ପାଇଁ ହେଲା ସ୍ୱତନ୍ତ୍ର ଆଇନ

Next Post
କଥା ରଖିଲେ ମୁଖ୍ୟମନ୍ତ୍ରୀ: ଲିଙ୍ଗରାଜ ମନ୍ଦିର ପାଇଁ ହେଲା ସ୍ୱତନ୍ତ୍ର ଆଇନ

କଥା ରଖିଲେ ମୁଖ୍ୟମନ୍ତ୍ରୀ: ଲିଙ୍ଗରାଜ ମନ୍ଦିର ପାଇଁ ହେଲା ସ୍ୱତନ୍ତ୍ର ଆଇନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA