Monday, June 29, 2026 12:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜୁନ୍ ୧ ରୁ ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ

ଐତିହ୍ୟ କରିଡର ଚିଠା ପ୍ରସ୍ତାବ ଚୂଡ଼ାନ୍ତ

by Our Correspondent
15 Feb, 2021- 11:53 PM
in Latest News, News
1 min read
0
ଜୁନ୍ ୧ ରୁ ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ

ପୁରୀ: ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡରର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ଏହାର ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି । ଐତିହ୍ୟ ପ୍ରକଳ୍ପରେ ୩ଟି ପ୍ରମୁଖ ବିଷୟକୁ ଗୁରୁତ୍ୱ ଦିଆଯାଇ ୪ ଟି ଭାଗରେ ବିଭକ୍ତ କରାଯାଇଛି । ଫେବୃଆରୀ ୨୮ ସୁଦ୍ଧା ପ୍ରକଳ୍ପ ଅନୁମୋଦନ କାର୍ଯ୍ୟ ଶେଷ ହେବ ଏବଂ ଆସନ୍ତା ଜୁନ୍ ୧ ରୁ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ସୂଚନା ଦେଇଛନ୍ତି ।

ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା, ସେବାୟତ ଓ ଭକ୍ତଙ୍କ ମୌଳିକ ସୁବିଧା ଏବଂ ନୀତିକାନ୍ତି ବେଳେ ଅଧିକ ସମାଗମକୁ ନିୟନ୍ତ୍ରଣ କରିବା ହେଉଛି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ପ୍ରସ୍ତାବିତ ଐତିହ୍ୟ ପ୍ରକଳ୍ପକୁ ୪ଟି ଭାଗରେ ବିଭକ୍ତ କରାଯାଇଛି । ତାହା ହେଲା, ୧-ଐତିହ୍ୟ କରିଡର, ୨-ଅଭ୍ୟର୍ଥନା କକ୍ଷ, ୩-ମୌଳିକ ସୁବିଧା,୪-ଭଙ୍ଗା ଯାଇଥିବା ମଠର ଉତ୍କଳୀୟ କଳାରେ ପୁନର୍ବିକାଶ ।

ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାମ ୮୫ ପ୍ରତିଶତ ସରିଛି । ବାକି ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି ହୋଇଛି । ଜମି ଅଧିଗ୍ରହଣ କାର୍ଯ୍ୟ ଶୀଘ୍ର ଶେଷ କରାଯାଇ ଏନଏମଏ, ଏଏସଆଇ, ପିକେଡିଏ ଠାରୁ ଅନୁମୋଦନ ମଗାଯିବ । ଟେକ୍ନିକାଲ୍ ଟିମ୍ ଅନୁଧ୍ୟାନ କରିବା ପରେ ଓବିସିସି ମାଧ୍ୟମରେ ଟେଣ୍ଡର କରାଯାଇ ଜୁନ୍ ୧ ରୁ କାମ ଆରମ୍ଭ ହେବ ।

ପ୍ରସ୍ତାବିତ ପ୍ରକଳ୍ପରେ ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଦୁଆରକୁ ୯ ଭାଗରେ ବିଭକ୍ତ କରାଯାଇଛି ।

  • ୫୫ରୁ ୭୫ ମିଟର ଦୂରରେ ରହୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି । ସେଠାରେ ସଟଲ ଲେନ୍ ରହିବ, ବ୍ୟାଟେରୀ ଗାଡ଼ି ଚାଲିବ ।
  • କୀର୍ତ୍ତନ ଓ ଜରୁରୀକାଳୀନ ସେବା ପାଇଁ ସୁବିଧା କରାଯାଇଛି ।
  • ସ୍ୱତନ୍ତ୍ର ଶ୍ରୀମନ୍ଦିର ଅଭ୍ୟର୍ଥନା କକ୍ଷ ହେବ ।
  • ୬ ହଜାର ଲୋକଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ । ଅତ୍ୟାବଶ୍ୟକସ୍ଥଳେ ଆଉ ୨ ହଜାର ଭକ୍ତଙ୍କ ପାଇଁ ବ୍ୟବସ୍ଥା ହେବ ।
  • ୪ ହଜାର ପରିବାରର ବ୍ୟାଗେଜ୍ ପାଇଁ ନିଶୁଳ୍କ ବ୍ୟବସ୍ଥା କରାଯିବ ।
  • ଭକ୍ତ ଏବଂ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଲେଜର ସ୍କି୍ରିନିଂ ଲଗାଯିବ ।
  • ଶ୍ରୀମନ୍ଦିରର ଦକ୍ଷିଣ, ଉତ୍ତର ଏବଂ ପଶ୍ଚିମରେ ଶୌଚାଳୟ ହେବ ।
  • ସେବାୟତଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଶୌଚାଳୟ କରାଯିବ ।
  • ଶ୍ରୀମନ୍ଦିର ନିକଟରେ ସୂଚନା ପ୍ରଦାନ କେନ୍ଦ୍ର ରହିବ ।
  • ଶ୍ରୀମନ୍ଦିର ନିକଟରେ ଏଟିଏମ, ପୁଲିସ ସେବା କେନ୍ଦ୍ର ରହିବ ।
  • ୫୦୦ ଲୋକ ବସି କୀର୍ତ୍ତନ କରିପାରିବା ଭଳି ମଣ୍ଡପ ହେବ ।
  • ବଡ଼ଛତା ଏବଂ ମୌଳି ମନ୍ଦିର ନିର୍ମାଣ କରାଯିବ ।
  • ୨ ଲକ୍ଷ ଭକ୍ତ ଠିଆ ହୋଇ ସୁନାବେଶ ଦେଖିପାରିବା ଭଳି ବ୍ୟବସ୍ଥା ହେବ । ଏବେ ସୁନାବେଶ ମାତ୍ର ୨୦ ହଜାର ଭକ୍ତ ଦେଖିପାରୁଛନ୍ତି।                                                                          ଡ. କ୍ରିଷନ୍ କୁମାର କହିଛନ୍ତି, ଆଜିର ଦିନ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଐତିହାସିକ ଦିନ । ସେବାୟତ, ମଠ ଓ ପୁରୀବାସୀଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି । ୨୦୧୯ ଅକ୍ଟୋବର ୧୯ରେ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଥିଲା । କରିଡର ପାଇଁ କ୍ୟାବିନେଟ୍ ରେ ୮୦୦ କୋଟିର ଅନୁମୋଦନ ମିଳିଥିଲା । ୨୦୧୯ ଡିସେମ୍ବର ୩୦ ରେ ପ୍ରକଳ୍ପ ନେଇ ଚିଠା ପ୍ରସ୍ତୁତ ହୋଇଥିଲା । ପ୍ରାୟ ୩୦୦ ପ୍ରସ୍ତାବ ଆଧାରରେ ସାଂସ୍କୃତିକ, ଟେକ୍ନିକାଲ ଓ ଡିଜାଇନ କମିଟି ଗଠନ ହୋଇଥିଲା । ଏହି ତିନୋଟି କମିଟି ପ୍ରାୟ ୫୦ ରୁ ଉଦ୍ଧ୍ୱର୍ ବୈଠକ କରି ସମୀକ୍ଷା କରିଛନ୍ତି ।
Previous Post

ଜାତି ନନ୍ଦିଘୋଷ କନକ୍ଲେଭ୍ ରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ

Next Post

ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୦୦ କୋଟି

Next Post
ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୦୦ କୋଟି

ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୦୦ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA