Tuesday, June 23, 2026 05:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୫ରୁ କିଟ୍‍ ଇନଡୋର ଷ୍ଟାଡିଅମରେ ବରିଷ୍ଠ ଜାତୀୟ ଭଲବଲ ଚାମ୍ପିଅନସିପ୍

by Our Correspondent
03 Mar, 2021- 10:12 PM
in Latest News, News, Sports
1 min read
0
୫ରୁ କିଟ୍‍ ଇନଡୋର ଷ୍ଟାଡିଅମରେ ବରିଷ୍ଠ ଜାତୀୟ ଭଲବଲ ଚାମ୍ପିଅନସିପ୍

• କ୍ରମାଗତ ଦୁଇଥର ଏହି ଚାମ୍ପିଅନସିପ ଆୟୋଜନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ
• ସମସ୍ତ ମ୍ୟାଚ କିଟ୍‍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ କୋର୍ଟରେ 
• କଡ଼ାକଡ଼ି ପାଳନ ହେବ କୋଭିଡ ନିୟମ

ଭୁବନେଶ୍ୱର: ମାର୍ଚ୍ଚ ୫ରୁ କିଟ୍‍ ର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମଠାରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନସିପ ୨୦୨୦-୨୧ ଅନୁଷ୍ଠିତ ହେବାକୁ ଯାଉଛି। ଭାରତୀୟ ଭଲିବଲ ସଂଘ (ଭିଏଫ୍‍ଆଇ) ତତ୍ତ୍ୱାବଧାନରେ ମାର୍ଚ୍ଚ ୫ରୁ ୧୧ତାରିଖ ପର୍ଯ୍ୟନ୍ତ ଏହି ଚାମ୍ପିଅନସିପ ଅନୁଷ୍ଠିତ ହେବ। ଭାରତୀୟ ଭଲିବଲ୍‍ ଇତିହାସରେ ଓଡ଼ିଶା ରାଜ୍ୟ ଭାବେ ପ୍ରଥମ ଥର ଲାଗି ଲଗାତାର ଦୁଇଥର ଏହି ଚାମ୍ପିଅନସିପ ଆୟୋଜନ କରୁଛି। ପ୍ରଥମ ଥର ଲାଗି ଚାମ୍ପିଅନସିପର ସମସ୍ତ ମ୍ୟାଚ କିଟ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ କୋର୍ଟରେ ଅନୁଷ୍ଠିତ ହେବ।  ଏହା ପୂର୍ବରୁ ୬୮ତମ ଜାତୀୟ ଭଲିବଲ୍‍ (ମହିଳା ଓ ପୁରୁଷ) ଚାମ୍ପିଅନସିପ ମଧ୍ୟ ଗତବର୍ଷ କିଟ୍‍ ରେ ଆୟୋଜନ କରାଯାଇଥିଲା।

ମାର୍ଚ୍ଚ ୫ରୁ ହେବାକୁ ଥିବା ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନସିପରେ ଦେଶର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୧୨ଶହରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ବର୍ଗର ଖେଳାଳି ଯୋଗଦେବେ। ଏଥିରେ ବହୁ ଅର୍ଜୁନ ପୁରସ୍କାର ବିଜେତା ତଥା ଜାତୀୟ ଓ ଆନ୍ତର୍ଜାତିକ ଖେଳାଳି ମଧ୍ୟ ଅଂଶଗ୍ରହଣ କରିବେ। ଏହି ଚାମ୍ପିଅନସିପ ଜରିଆରେ ନିକଟରେ ହେବାକୁ ଥିବା ଏସିଆନ ଚାମ୍ପିଅନସିପ ଓ ଅନ୍ୟ ଆନ୍ତର୍ଜାତିକ ମିଟରେ ଯୋଗଦେବା ପାଇଁ ଖେଳାଳି ଚୟନ କରାଯିବ। ଭାରତୀୟ ଭଲିବଲ୍‍ ଦଳର କୋଚ୍‍, ଅର୍ଜୁନ ପୁରସ୍କାର ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଜି. ଇ ଶ୍ରୀଧରନ୍‍; ଅର୍ଜୁନ ପୁରସ୍କାର ବିଜେତା ଡ. ଦଲେଲ୍‍ ସିଂହ ଓ ଡ. ଜଗିର ସିଂହ ରନ୍ଧୱା ଆଦିଙ୍କୁ ନେଇ ଗଠନ କରାଯାଇଥିବା ପୁରୁଷ ଭଲିବଲ୍‍ ଚୟନ କମିଟି ଖୋଳାଳି ଚୟନ କରିବେ। ସେହିପରି ଭାରତୀୟ ମହିଳା ଭଲିବଲ୍‍ ଚୟନ କମିଟିରେ ସ୍ପୋର୍ଟସ ଅଥରିଟି ଅଫ୍‍ ଇଣ୍ଡିଆର ଅଜୟ ଜଙ୍ଗରା, ଦଲଜୀତ ସିଂହ ଓ ଭାରତୀୟ ଭଲିବଲ୍‍ ମହିଳା ଦଳର କୋଚ ବୈଶାଳୀ ଫଡତାରେ ପ୍ରମୁଖ ସଦସ୍ୟ ରହିଛନ୍ତି। ଦ୍ରୋଣାଚାର୍ଯ୍ୟ ତଥା ଅର୍ଜୁନ ପୁରସ୍କାର ବିଜେତା ପ୍ରକାଶ ରାୟ ଏବଂ ଏ. ରାମଣ ରାଓ ଉଭୟ ଚୟନ କମିଟିର ସଂଯୋଜକ ଅଛନ୍ତି। ସଂପୂର୍ଣ୍ଣ ଚାମ୍ପିଅନସିପ ଓଡ଼ିଶା ସରକାରଙ୍କ କୋଭିଡ୍‍ ନିର୍ଦ୍ଦେଶାବଳୀକୁ ଅନୁସରଣ କରାଯାଇ ଆୟୋଜନ କରାଯାଉଛି। ଭିଏଫଆଇ ସଭାପତି ଅଚ୍ୟୁତ ସାମନ୍ତଙ୍କ ଅନୁମତି କ୍ରମେ ଜମ୍ମୁ ଓ କାଶ୍ମୀରର ଲଦାଖ ଦଳ ପ୍ରଥମର ଥର ପାଇଁ ଏହି ଚାମ୍ପିଅନସିପରେ ଅଂଶଗ୍ରହଣ କରୁଛି।

ଉଦଘାଟନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଉ ଥିବା ବେଳେ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ, ଭିଏଫଆଇର ଆଞ୍ଚଳିକ କାର୍ଯ୍ୟକାରୀ ଉପସଭାପତି ଓ ବୋର୍ଡ ଅଫ୍‍ ଆଡମିନିଷ୍ଟ୍ରେସନ ସଦସ୍ୟ ତଥା ଭିଏଫଆଇର ମୁଖ୍ୟ ପରିଚାଳନା ଅଧିକାରୀ ରାମାବତାର ସିଂହ ଝାକର, ଭିଏଫ୍‍ଆଇର ମହାସଚିବ ଅନୀଲ ଚୌଧୁରୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା, କନ୍ଧମାଳ ସାଂସଦ ତଥା ଭିଏଫଆଇର ସଭାପତି ଅଚ୍ୟୁତ ସାମନ୍ତ ଉଦ୍‍ଘାଟନୀ ଉତ୍ସବରେ ସଭାପତିତ୍ୱ କରିବେ।

ଏହି ଅବସରରେ ଶ୍ରୀ ସାମନ୍ତ ଚାମ୍ପିଅନ୍‍ସିପ୍‍ର ସମସ୍ତ ଖେଳାଳି, କୋଚ ଓ ଅଫିସିଆଲକୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି। ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ ଚାମ୍ପିଅନସିପ ଆୟୋଜନ କରିବା ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟକୁ ସୁଯୋଗ ଦେଇଥିବାରୁ ଭିଏଫଆଇକୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି। ଭିଏଫଆଇର ସଭାପତି ଦାୟିତ୍ୱ ନେବା ପରେ ଶ୍ରୀ ସାମନ୍ତ ତୃଣମୂଳସ୍ତରରେ ଭଲିବଲ୍‍ର ପ୍ରଚାର ଓ ପ୍ରସାର ଦିଗରେ ପ୍ରୟାସ ଜାରି ରଖିଛନ୍ତି।

Previous Post

ବିବନ ବିଶ୍ୱାଳକୁ ଚିହ୍ନିଲେ ଅଞ୍ଜନା !

Next Post

କେନ୍ଦ୍ରାପଡ଼ାରେ ୫୦ ହଜାର କୋଟିର ଷ୍ଟିଲ୍ ପ୍ଲାଣ୍ଟ

Next Post
କେନ୍ଦ୍ରାପଡ଼ାରେ ୫୦ ହଜାର କୋଟିର ଷ୍ଟିଲ୍ ପ୍ଲାଣ୍ଟ

କେନ୍ଦ୍ରାପଡ଼ାରେ ୫୦ ହଜାର କୋଟିର ଷ୍ଟିଲ୍ ପ୍ଲାଣ୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA