Tuesday, June 23, 2026 08:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍, କିସ୍ ର ମହିଳା କର୍ମଚାରୀଙ୍କୁ ମାଗଣାରେ କରୋନା ଟିକା

by Our Correspondent
08 Mar, 2021- 11:54 PM
in Latest News, News
1 min read
0
କିଟ୍, କିସ୍ ର ମହିଳା କର୍ମଚାରୀଙ୍କୁ ମାଗଣାରେ କରୋନା ଟିକା

ଭୁବନେଶ୍ୱର: କିଟ୍‍ ଅନୁଷ୍ଠାନ ସମୂହ ଓ କିସ୍ ରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀଙ୍କୁ କିଟ୍‍ ପକ୍ଷରୁ ମାଗଣା କରୋନା ଟିକା ଯୋଗାଇ ଦିଆଯିବ। ଟିକା ବାବଦ ସମସ୍ତ ଅର୍ଥ କିଟ୍‍ ବହନ କରିବ। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କିଟ୍‍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଘୋଷଣା କରିଛନ୍ତି।

ଏହା ସହିତ କିଟ୍ ରେ ଏକ ମହିଳା ଫୋରମ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଛନ୍ତି । ଯେ ପର୍ଯ୍ୟନ୍ତ ମହିଳାମାନଙ୍କୁ ଅଗ୍ରାଧିକାର ଦିଆ ନ ଯାଇଛି ସେ ପର୍ଯ୍ୟନ୍ତ ବିକାଶ କଥା ଚିନ୍ତା କରାଯାଇ ପାରିବ ନାହିଁ। ମହିଳା ସଶକ୍ତିକରଣ ମୂଳରେ ଶିକ୍ଷା ନିହାତି ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି ।

ସୋମବାର ଦିନ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଥିଲା । ଏହି ଅବସରରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନୂଆଦିଲ୍ଲୀରୁ ଭର୍ଚୁଆଲ ମୋଡରେ ଯୋଗଦେଇ ମହିଳାମାନେ ଯେତେ ସଶକ୍ତ ହେବେ ସମାଜ, ରାଜ୍ୟ ଓ ଦେଶ ସେତେ ପ୍ରଗତି କରିବ ବୋଲି କହିଥିଲେ। କିଟ୍‍ ଓ କିସରେ ମହିଳାଙ୍କୁ ଅଧିକ ନିଯୁକ୍ତି ସୁଯୋଗ ଦିଆଯିବାଠାରୁ ଆରମ୍ଭ କରି ଅନେକ ଉଚ୍ଚ ଓ ଗୁରତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ ସମ୍ପାଦନ ପାଇଁ ସୁଯୋଗ ଦିଆଯାଇଛି। କିଟ୍‍ ଓ କିସ‍ର ଅଗ୍ରଗତିରେ ମହିଳା କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ସେ ସମସ୍ତ ମହିଳା କର୍ମଚାରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ସାଧାରଣ ସଂପାଦକ ତଥା ଭାରତୀୟ ସ୍କାଉଟ୍‍ ଓ ଗାଇଡ୍‍ର ରାଷ୍ଟ୍ରୀୟ କମିଶନର-ରେଞ୍ଜରସ ଡ. ପଙ୍କଜ ମିତ୍ତଲ କହିଲେ, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସ୍କୁଲ୍‍, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲାଯାଇଥିବାରୁ ଅଧିକ ସଂଖ୍ୟକ ଛାତ୍ରୀ ଶିକ୍ଷାଲାଭ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସଚେତନତା ଆବଶ୍ୟକ ଏବଂ ସେମାନଙ୍କୁ ସୁଯୋଗ ଦିଆଗଲେ ସେମାନେ ଏହାର ସଦୁପଯୋଗ କରିପାରିବେ ବୋଲି ଡ. ମିତ୍ତଲ କହିଥିଲେ। ତେବେ କେବଳ ବର୍ଷର ଗୋଟିଏ ଦିନକୁ ମହିଳା ଦିବସ ଭାବେ ପାଳନ ନ କରି ବର୍ଷ ତମାମ ମହିଳା ଦିବସର ତାତ୍ପର୍ଯ୍ୟ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ସେ କହିଥିଲେ।

କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ମହିଳାଙ୍କୁ ଶିକ୍ଷା ଓ ଉପଯୁକ୍ତ ସୁଯୋଗ ତଥା ସତେଚନତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶେଷରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ସୁଧାଂଶୁ ଷଡ଼ଙ୍ଗୀ ବିଦା, ସୌମେନ୍ଦ୍ର ପ୍ରିୟଦର୍ଶୀ ପୁଲିସ କମିଶନର

Next Post

IDCO+IOCL: ପାରାଦ୍ୱୀପରେ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ

Next Post
IDCO+IOCL: ପାରାଦ୍ୱୀପରେ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ

IDCO+IOCL: ପାରାଦ୍ୱୀପରେ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA