Monday, May 25, 2026 05:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

“ସମ୍” ରେ ଭୟଙ୍କର ଅଗ୍ନିକାଣ୍ଡ, ୨୨ ମରିଗଲେ

by Our Correspondent
18 Oct, 2016- 05:58 AM
in News
1 min read
0
“ସମ୍” ରେ ଭୟଙ୍କର ଅଗ୍ନିକାଣ୍ଡ, ୨୨ ମରିଗଲେ

ଭୁବନେଶ୍ୱର(ମିଡ-ଡେ ଓଡ଼ଶା): ସ୍ଥାନୀୟ ସମ୍ ହସ୍ପିଟାଲ୍ ରେ ସୋମବାର ସଂଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ରଥମ ମହଲାରେ ଥିବା ଡାଇଲିସିସ୍ ଆଇସୟୁସି ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିବାରୁ ଗୁରୁତର ଅସୁସ୍ଥ ୨୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ରାତି ୨ ଟା ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, କ୍ୟାପିଟାଲ୍ ହସ୍ପିଟାଲ୍ ରେ ୧୪ ଜଣଙ୍କ ଶବ ଥିବା ବେଳେ ଆମ୍ରି ହସ୍ପିଟାଲ୍ ରେ ୮ ଜଣଙ୍କ ଶବ ରହିଛି । ୪୯ ଜଣ ଗୁରୁତର ରୋଗୀଙ୍କୁ ଆମ୍ରି ହସ୍ପିଟାଲ୍ ରେ ଭର୍ତ୍ତି କରାଇଛି । କ୍ୟାପିଟାଲ୍ ହସ୍ପିଟାଲ୍ ରେ ୬ ଜଣ, ଆପୋଲୋରେ ଜଣେ ଏବଂ କଟକ ଏସସିବିରେ ୬ ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ମୃତାହତଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କ୍ୟାପିଟାଲ୍ ହସ୍ପିଟାଲ୍ ଯାଇ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଟେଲିଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କଠାରୁ ସେ ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ଅଗ୍ନିକାଣ୍ଡ ଘଟଣା ସମଗ୍ର ରାଜଧାନୀବାସୀଙ୍କ ହୃଦୟ ଥରାଇ ଦେଇଛି । ଅସୁସ୍ଥଙ୍କୁ ଭର୍ତ୍ତି କରାଯାଇଥିବା ବିଭିନ୍ନ ହସ୍ପିଟାଲ୍ ଲୋକାରଣ୍ୟ ହୋଇ ହୃଦୟ ବିଦାରକ ପରିବେଶ ସୃଷ୍ଟି କରିଛି ।

ସଂଧ୍ୟା ସାଢ଼େ ସାତଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଓ ଧୂଆଁ ବ୍ୟାପିଯିବା ଯୋଗୁଁ ଚିକିତ୍ସିତ ହେଉଥିବା ଡାଇଲିସିସ୍ ରୋଗୀମାନେ ଛଟପଟ ହୋଇଥିଲେ । ସେମାନଙ୍କ ଆଟେଣ୍ଡାଣ୍ଟମାନେ ମଧ୍ୟ ଶ୍ୱାସରୁଦ୍ଧ ହୋଇ ଏଣେ ତେଣେ ଦୌଡ଼ିଥିଲେ । ଆଇସିୟୁ ଭେଣ୍ଟିଲେଟରରେ ଥିବା ରୋଗୀମାନେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ଜଣାପଡ଼ିଛି । ସେହିଭଳି ଅନ୍ୟ ଗୁରୁତର ରୋଗୀମାନେ ଅଣନିଶ୍ୱାସୀ ହୋଇ କିଛି ଘଟଣାସ୍ଥଳରେ ଏବଂ ଆଉ କିଛି ଅନ୍ୟ ହସ୍ପିଟାଲ୍ କୁ ସ୍ଥାନାନ୍ତର ସମୟରେ ପ୍ରାଣ ହରାଇଥିଲେ । ଅଗ୍ନିକାଣ୍ଡ ଖବର ପାଇ ୧୩ ଟି ଆମ୍ବୁଲାନସ୍ ଯୋଗେ ଚିକିତ୍ସିତ ରୋଗୀମାନଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରାୟ ୧୮ ଜଣ ରୋଗୀଙ୍କୁ ମୃତ ଅବସ୍ଥାରେ ହିଁ କ୍ୟାପିଟାଲ୍ ହସ୍ପିଟାଲ୍ ଓ ଆମ୍ରି ହସ୍ପିଟାଲ୍ ଅଣାଯାଇଥିଲା ବେଳେ ବାକି ୪ ଜଣ ହସ୍ପିଟାଲ୍ ରେ ମୃତ୍ୟୁବରଣ କରିଥିଲେ । ସମ୍ ହସ୍ପିଟାଲରେ ନିଆଁ ଲିଭାଇବା ପାଇଁ ୭ ଟି ଦମକଳ ଦୀର୍ଘ ୩ ଘଣ୍ଟା କାଳ ଅକ୍ଲାନ୍ତ ଉଦ୍ୟମ କଲା ପରେ ଯାଇ ନିଆଁକୁ ଆୟତ୍ତ କରିଥିଲେ ।

ସବୁଠାରୁ ହୃଦୟ ବିଦାରକ ଦୃଶ୍ୟ ଥିଲା, ନିଆଁ ଲାଗିଯିବା ପରେ ରୋଗୀ ଓ ତାଙ୍କ ଆଟେଣ୍ଡାଣ୍ଟମାନେ କିଏ କୁଆଡେ ଅଲଗା ହୋଇଯାଇଥିଲେ । ଧୂଆଁ ଓ ଶ୍ୱାସୁରଦ୍ଧ ଭିତରେ ରୋଗୀ ଓ ସମ୍ପର୍କୀୟ ଛାଡଛୁଡି ହୋଇଯାଇଥିଲେ । ହସ୍ପିଟାଲ୍ ବାହାରେ ଆସି ଲୋକମାନେ ନିଜ ନିଜ ରୋଗୀଙ୍କୁ ଖୋଜୁଥିଲେ । କାହାର ରୋଗୀ କୁଆଡେ ଗଲେ ଏବଂ ସେ ବଞ୍ଚିଛନ୍ତି ନା ମରିଛନ୍ତି ତାହା ସେମାନଙ୍କ ପକ୍ଷରେ ଜାଣିବାର ଉପାୟ ନ ଥିଲା । ଆତ୍ମବିକଳରେ କିଏ ନିଜ ରୋଗୀଙ୍କୁ ଖୋଜିବାକୁ କ୍ୟାପିଟାଲ୍ ହସ୍ପିଟାଲ୍ ଧାଉଁଥିଲେ ତ ଆଉ କିଏ ଆମ୍ରି ନହେଲେ ଆପୋଲୋ । ସେତେବେଳକୁ କ୍ୟାପିଟାଲ୍ ହସ୍ପିଟାଲ୍ କୁ ୧୪ ଟି ଶବ ଓ ଆମ୍ରିକୁ ୮ ଟି ଶବ ଆମ୍ବୁଲାନସ୍ ଯୋଗେ ବୁହା ହୋଇ ଆସି ସାରିଥିଲେ । ମୃତ ଓ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଏଣେତେଣେ ଭର୍ତ୍ତି କରାଯାଇଥିବାରୁ ସେମାନଙ୍କୁ ଖୋଜି ଖୋଜି ଆକୁଳ କ୍ରନ୍ଦନ କରୁଥିଲେ ସମ୍ପର୍କୀୟ । ତାଙ୍କ ରୋଗୀ ବଞ୍ଚିଛନ୍ତି ନା ନାହିଁ ତାହା ଜାଣିବାକୁ ବିକଳ ହେଉଥିଲେ । କ୍ୟାପିଟାଲ୍ ହସ୍ପିଟାଲ୍ ର ଶିଶୁ ବିଭାଗରେ ଜଣେ ଗୁରୁତର ପିଲାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ସାଙ୍ଗରେ ତାଙ୍କର କେହି ନ ଥିଲେ । ରାତି ୧ ଟା ବେଳୁ ତାଙ୍କ ମାଆ ଖୋଜି ଖୋଜି ଆସି କ୍ୟାପିଟାଲ୍ ହସ୍ପିଟାଲ୍ ରେ ପହଞ୍ଚିବା ପରେ ନିଜୁ ଛୁଆକୁ ପାଇ ଭୋ ଭୋ କାନ୍ଦିଥିଲେ । କିଛି ସମ୍ପର୍କୀୟ ହସ୍ପିଟାଲ୍ ଆସି ସେମାନଙ୍କ ରୋଗୀ ମରିଯାଇଥିବା ଜାଣିବାକୁ ପାଇଥିଲେ । ଫଳରେ ଉଭୟ କ୍ୟାପିଟାଲ୍ ଓ ଆମ୍ରି ହସ୍ପିଟାଲ୍ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଅଗ୍ନିକାଣ୍ଡ ଘଟିବାର ତୁରନ୍ତ ପରେ ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦ୍ଦେଶ  ଦେଇଥିଲେ । ଡିଏମଇଟିଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଫାୟାର୍ ସେଫ୍ଟି ଅଫିସରଙ୍କୁ ନେଇ ଏକ ତଦନ୍ତ ଟିମ୍ ଗଠନ କରାଯାଇଛି । କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ହେଲା ଏବଂ ଅଗ୍ନି ନିର୍ବାପକ ଯନ୍ତ୍ର ଠିକ୍ ଭାବେ କାମ କରୁଥିଲା ନା ନାହିଁ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ କମିଟି । ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ଆରତୀ ଆହୁଜା ଘଟଣାର ତଦାରଖ କରିବା ସହ ଆହତଙ୍କ ଚିକିତ୍ସାରେ ଯେଭଳି ଅବହେଳା ନ ହୁଏ ସେଥିପାଇଁ ସତର୍କ ରହିବାକୁ କଟକ ଓ ଭୁବଶ୍ୱେରର ସବୁ ହସ୍ପିଟାଲ୍ ଗୁଡ଼ିକୁ ନିର୍ଦ୍ଦେଶ  ଦେଇଥିଲେ । ସବୁ ସରକାର ଆମ୍ବୁଲାନସ୍ କୁ ରୋଗୀ ସ୍ଥାନାନ୍ତର କାର୍ଯ୍ୟରେ ଲଗାଯାଇଥିଲା । ପରେ ପରେ ସ୍ୱାସ୍ଥ୍ୟମନ୍ତ୍ରୀ କ୍ୟାପିଟାଲ୍ ହସ୍ପିଟାଲ୍ ଆସି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ । ସେଠାରେ ଉପସ୍ଥିତ ଆରଡିସି ଓ ଜିଲ୍ଲାପାଳଙ୍କୁ ସଜାଗ କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯିବାର କେଇ ମିନିଟ୍ ପରେ ରାତି ପ୍ରାୟ ୧୨ ଟା ବେଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ୍ ହସ୍ପିଟାଲ୍ ଯାଇ ତଦାରଖ କରିଥିଲେ । ଘଟଣାର ଅରଡିସି ତଦନ୍ତ ସହ ଅସୁସ୍ଥ ତଥା ଆହତମାନଙ୍କ ଚିକିତ୍ସାରେ ଯେଭଳି ତିଳେମାତ୍ର ଅବହେଳା ନହୁଏ ସେଥିପ୍ରତି ସଜାଗ କରିଯାଇଥିଲେ ।

ଅନ୍ୟପକ୍ଷରେ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱରର ଦୁଇ ବିଧାୟକ, ମେୟରଙ୍କ ସମେତ ଶାସକ ଦଳର ବହୁ ବିଧାୟକ କ୍ୟାପିଟାଲ୍ ହସ୍ପିଟାଲ୍ ଆସିଥିଲେ । ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ମନମୋହନ ସାମଲଙ୍କ ସମେତ ଦୁଇ ଦଳର ବହୁ ନେତା କ୍ୟାପିଟାଲ୍ ହସ୍ପିଟାଲ୍ ଆସି ଅସୁସ୍ଥଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ । ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ(ରାତି ୨ଟା) କ୍ୟାପିଟାଲ୍ ହସ୍ପିଟାଲ୍ ପରିସର ଲୋକାରଣ୍ୟ ରହିଛି ଏବଂ ରୋଗୀଙ୍କୁ ଖୋଜୁଥିବା ସମ୍ପର୍କୀୟମାନଙ୍କର ସୁଅ ଛୁଟିଛି ।

Previous Post

ନିଃସଙ୍ଗ ନବୀନଙ୍କ ସାଥୀ ରକ୍ସି, ବ୍ରୁନ୍

Next Post

ମଦ ପିଇ ଉତ୍ପାତ ହେଲେ ଜଗଦ୍ଦେବ

Next Post
ମଦ ପିଇ ଉତ୍ପାତ ହେଲେ ଜଗଦ୍ଦେବ

ମଦ ପିଇ ଉତ୍ପାତ ହେଲେ ଜଗଦ୍ଦେବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA