Monday, May 25, 2026 04:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମଦ ପିଇ ଉତ୍ପାତ ହେଲେ ଜଗଦ୍ଦେବ

by Our Correspondent
18 Oct, 2016- 06:14 AM
in News
1 min read
0
ମଦ ପିଇ ଉତ୍ପାତ ହେଲେ ଜଗଦ୍ଦେବ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ପରେ ସମସ୍ତଙ୍କ ଭିଡ଼ ଜମିଥିଲା କ୍ୟାପିଟାଲ୍ ହସ୍ପିଟାଲରେ । ମୃତ ଓ ଗୁରୁତରଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ ବୁହାଯାଉଥିବାରୁ ସେଠାରେ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦଳର ନେତାଙ୍କର ଭିଡ଼ ହୋଇଥିଲା । ଏହି ସ୍ପର୍ଶକାତର ଦୁର୍ଘଟଣାରେ କ୍ୟାପିଟାଲ୍ ହସ୍ପିଟାଲ୍ ପରିବେଶ ଶୋକାକୁଳ ହୋଇପଡ଼ିଥିଲା ବେଳେ ସମସ୍ତଙ୍କ ନଜରକୁ ପଶି ଆସିଥିଲେ ଶାସକ ଦଳର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସଂଧ୍ୟାବେଳୁ ପେଟେ ମଦ ପିଇ ଦେଇଥିବା ଜଗଦ୍ଦେବ ସେହି ଭିଡ଼ ଭିତରେ ଆରମ୍ଭ କରିଦେଇଥିଲେ ଉତ୍ପାତ । କଞ୍ଚା ଦୋଅକ୍ଷରୀରେ ଯାହାକୁ ଇଚ୍ଛା ତାକୁ ସୋଧୁଥିଲେ । ତାଙ୍କ ଅଞ୍ଚଳର ଜଣେ ରୋଗୀ କୁଆଡେ ଗଲା ବୋଲି ହସ୍ପିଟାଲ୍ ର କିଛ କର୍ମଚାରୀଙ୍କୁ ପଚାରି ଭୀଷଣ ଗାଳିମନ୍ଦ କରିଥିଲେ । ତାଙ୍କୁ ଅଟକାଇବାକୁ କିଛି ଯୁବକ ଉଦ୍ୟମ କରୁଥିଲା ବେଳେ ବାହୁବଳି ବିଧାୟକ ନିଜ ସମର୍ଥକମାନଙ୍କୁ ଧରି ସେମାନଙ୍କୁ ମାରଧର କରିଥିଲେ । ଏକ ଶୋକାକୁଳ ପରିବେଶରେ ବିଧାୟକଙ୍କ ଏଭଳି ଉତ୍ପାତକୁ ସାଧାରଣ ଜନତା ବିରୋଧ କରି ବେଶ୍ ହଲାପଟା କରିଥିଲେ । କିଛି ଲୋକ ତାଙ୍କୁ ଧକ୍କିଆ ମାରି ହସ୍ପିଟାଲ୍ ବାହାରକୁ ଭିଡ଼ି ଭିଡ଼ି ନେଉଥିବା ଦେଖିବାକୁ ମିଳିଥିଲା ।

ତେବେ ନିଶାରେ ଚୁର୍ ଥିବା ମାତାଲ ବିଧାୟକ ଲଜ୍ଜା ମହତ୍ ଭୁଲି ପୁଣି ସେଠାରେ ଉତ୍ପାତ କରିଥିଲେ । ବିଶେଷକରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଲକ୍ଷ୍ୟ କରି ଅଭାଷାରେ ଗାଳି କରିଥିଲେ । ସମ୍ ହସ୍ପିଟାଲ୍ ମାଲିକ ମନୋଜ ନାୟକଙ୍କ ବିରୋଧରେ କାହିଁକି ଷ୍ଟୋରି କରୁନ ବୋଲି ଚିକ୍ରାର କରିଥିଲେ । ପାଦ ଠିକ୍ ରେ ପଡୁ ନ ଥିବା ବିଧାୟକଙ୍କର ନାଲି ଟହ ଟହ ଆଖି ଓ ଖନି ପାଟିରେ ସମସ୍ତଙ୍କୁ ଗାଳିଗୁଲଜ ସେଠାରେ ଦେଖଣାହାରୀଙ୍କୁ ଆଚମ୍ବିତ କରିଥିଲା ।

“ମୁଁ ଲୋକଙ୍କ ପ୍ରତିନିଧି । ଅନ୍ୟାୟ ବିରୋଧରେ ସଂଗ୍ରାମ କରିବି.. କରିବି । ସ୍କୁଲରେ ପଢ଼ିଲା ବେଳେ କ୍ଲାସ୍ ମନିଟର୍ ହୋଇ ସାର୍ ଙ୍କ ଅନ୍ୟାୟ ବିରୋଧରେ ପାଟି କରିଛି । କାହାକୁ ମୁଁ ଛାଡ଼ିବିନି । ଆମେ ପାୱାରରେ ଅଛୁ । କେହି ମତେ ହଲାଇ ପାରିବେ ନାହିଁ । ମୁଁ ଯାହା କରୁଛି ଠିକ୍ କରୁଛି । ଏଥିରେ ମୋ ଦଳ କି ନବୀନ ପଟ୍ଟନାୟକ ବଦନାମ ହେଲେ ବି ମୋର ଖାତିର ନାହିଁ ।’’ ନିର୍ଦ୍ଦିଷ୍ଟ ଭାବେ ଏହି କଥାକୁ ବାରମ୍ବାର କହି ବିଳାପ କରୁଥିଲେ ବାହୁବଳୀ ପ୍ରଶାନ୍ତ ଜଗଦ୍ଦେବ । ଏକ ଦୁଃଖଦାୟକ ମୁହୁର୍ତ୍ତରେ ଶାସକ ଦଳର ଜଣେ ବିଧାୟକଙ୍କର ଏଭଳି ଉତ୍ପାତ ଓ ଅଭଦ୍ରୋଚିତ କାରନାମାକୁ ଦେଖଣାହାରୀମାନେ ଛି ଛାକର କରୁଥିଲେ । ତାଙ୍କୁ ପ୍ରତିବାଦ କରୁଥିବା ଲୋକଙ୍କୁ ସେ ନାଲି ଆଖି ଦେଖାଉଥିବା ବେଳେ ତାଙ୍କର ସହଯୋଗୀ ଗୁଣ୍ଡାମାନେ ହଲାପଟା କରିବା ଭଳି ଅଭାବନୀୟ ଦୃଶ୍ୟ କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ମଧ୍ୟରାତ୍ର ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ।

Previous Post

“ସମ୍” ରେ ଭୟଙ୍କର ଅଗ୍ନିକାଣ୍ଡ, ୨୨ ମରିଗଲେ

Next Post

“ସମ୍’’ ଅସ୍ତ୍ର, ଅତନୁ ବିରୋଧୀ ସକ୍ରିୟ

Next Post
“ସମ୍’’ ଅସ୍ତ୍ର, ଅତନୁ ବିରୋଧୀ ସକ୍ରିୟ

“ସମ୍’’ ଅସ୍ତ୍ର, ଅତନୁ ବିରୋଧୀ ସକ୍ରିୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA