Thursday, July 2, 2026 12:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କୁ ଜାତିସଂଘର ପୁଣି ପ୍ରଶଂସା

'ବିିପର୍ଯ୍ୟୟ ପରିଚାଳନା ଓଡ଼ିଶାଠାରୁ ଶିଖିବା ଦରକାର'

by Our Correspondent
30 May, 2021- 03:23 PM
in Latest News, News
1 min read
0
ନବୀନଙ୍କୁ ଜାତିସଂଘର ପୁଣି ପ୍ରଶଂସା

ଭୁବନେଶ୍ୱର: ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ବିଦ୍ୟା ନବୀନ ପଟ୍ଟନାୟକଙ୍କଠାରୁ ଶିଖିବା ଦରକାର । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି କୋଭିଡ୍ ଭଳି ମହାମାରୀର ମୁକାବିଲାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ବୋଲି ଜାତିସଂଘର ଡିଜାଷ୍ଟର୍ ରିସ୍କ ରିଡକ୍ସନ୍(UNDRR) ମୁଖ୍ୟ ମାମି ମିଜୁତୋରି କହିଛନ୍ତି । ବାତ୍ୟା ୟାସ୍ ର ସଫଳ ମୁକାବିଲା ଏବଂ କୋଭିଡ୍ ର ସଫଳ ପରିଚାଳନା ପାଇଁ ଜାତିସଂଘ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଭଳି ପ୍ରଶସ୍ତିଗାନ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ମଡେଲ୍ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ମାମି ମିଜୁତୋରି କହିଛନ୍ତି, ଓଡ଼ିଶାରେ ୧୯୯୯ ମହାବାତ୍ୟା ପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ନବୀନ ପଟ୍ଟନାୟକ । ବିପର୍ଯ୍ୟୟର ମୁକାବିଲା ପାଇଁ ତାଙ୍କର ରାଜନୈତିକ ଇଚ୍ଛାଶକ୍ତି ଓ ସଂକଳ୍ପରୁ ଜନ୍ମ ନେଇଥିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ । ଏଭଳି ଦୂରଦୃଷ୍ଟି ପଦକ୍ଷେପ ଯୋଗୁଁ ଆଜି ହଜାର ହଜାର ଅମୂଲ୍ୟ ଜୀବନ ରକ୍ଷା ପାଉଛି । ୧୯୯୯ ମହାବାତ୍ୟାରେ ୧୦ ହଜାର ଲୋକ ମୃତ୍ୟୁବରଣ କରିଥିଲେ ।

ମାତ୍ର ଇତିମଧ୍ୟରେ ଓଡ଼ିଶାରେ ଅନେକ ବଡ଼ ବାତ୍ୟା ଆସିଥିଲେ ମଧ୍ୟ ତାହାର ପୁନରାବୃତ୍ତି ହୋଇନାହିଁ । ପୂର୍ବ ସତର୍କତା ଏବଂ ଲୋକଙ୍କୁ ନିରାପଦ ଜାଗାକୁ ସ୍ଥାନାନ୍ତର କରାଯାଉଥିବାରୁ ଜୀବନ ସୁରକ୍ଷିତ ରହୁଛି ।
ବିପର୍ଯ୍ୟୟ ପରିଚାଳନାକୁ ସୁଦୃଢ଼ କରିବାକୁ ହେଲେ ଓଡ଼ିଶାର ଉଦାହରଣ ନେବାକୁ ପଡ଼ିବ । ପ୍ରାକ୍ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜନସାଧାରଣଙ୍କୁ ସାମିଲ କରି ଯୋଜନାବଦ୍ଧ ଭାବେ ବିପର୍ଯ୍ୟୟର କିଭଳି ସଫଳ ମୁକାବିଲା କରାଯାଉଛି ଓଡ଼ିଶା ତାହାର ଉଦାହରଣ ବୋଲି ମିଜୁତୋରି କହିଛନ୍ତି ।

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାକୁ ଜାତିସଂଘର ଏହି ପ୍ରଶଂସା ପ୍ରଥମ ଘଟଣା ନୁହେଁ । ୨୦୧୩ ଫାଇଲନ୍ ବାତ୍ୟାର ସଫଳ ମୁକାବିଲା ପାଇଁ ଜାତିସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ମାନପତ୍ର ପ୍ରଦାନ କରିଥିଲା । ସେହିବର୍ଷ ଅକ୍ଟୋବରରେ ଓଡ଼ିଶାରେ ମାଡ଼ ହୋଇଥିବା ବାତ୍ୟା ଫାଇଲନ୍ ର ତୀବ୍ରତା ୧୯୯୯ ମହାବାତ୍ୟା ସଦୃଶ ହୋଇଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ୨୧ରେ ସୀମିତ ଥିଲା । ନବୀନ ପଟ୍ଟନାୟକ ସରକାରଙ୍କ ଦୂରଦୃଷ୍ଟି ଓ ସଫଳ ପରିଚାଳନା ଯୋଗୁଁ ଏହା ସମ୍ଭବ ହୋଇଥିବା କୁହାଯାଇଥିଲା ।

କେବଳ ବାତ୍ୟା ନୁହେଁ, ମହାମାରୀ କୋଭିଡ୍ ମୁକାବିଲାରେ ନବୀନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମିଜୁତୋରି । କୋଭିଡ୍ ସଂକ୍ରମଣ ଆରମ୍ଭରୁ ଏହାକୁ ଜରୁରୀକାଳୀନ ଅବସ୍ଥା ଭାବେ ବିବେଚନା କରି କାର୍ଯ୍ୟକ୍ରମ ଗ୍ରହଣ କରିବା ଯୋଗୁଁ ରାଜ୍ୟବାସୀଙ୍କୁ ତାହାର ଫଳ ମିଳୁଛି । ଦ୍ୱିତୀୟ ଲହର ପାଇଁ ପ୍ରଶାସନର ଉତ୍ତମ ପ୍ରସ୍ତୁତି ଯୋଗୁଁ ଅପେକ୍ଷାକୃତ ମୃତୁ୍ୟହାର କମ୍ ଥିବା ସେ କହିଛନ୍ତି ।

କେବଳ ଜାତିସଂଘ ନୁହେଁ, ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ମାଧବନ୍ ରାଜୀବନ୍ ମଧ୍ୟ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାରଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ଅନ୍ୟ ରାଜ୍ୟମାନେ ଓଡ଼ିଶାଠାରୁ ଶିଖିବା ଦରକାର ବୋଲି ସେ ଟ୍ୱିଟ୍ କରିଛନ୍ତି ।

Previous Post

ମନ୍ତ୍ରୀ ପରିଷଦ ବୈଠକରେ ସଂକଳ୍ପ

Next Post

ଜୁନ୍ ୧୭ ଯାଏଁ ବଢ଼ିଲା ଲକଡାଉନ୍

Next Post
ଜୁନ୍ ୧୭ ଯାଏଁ ବଢ଼ିଲା ଲକଡାଉନ୍

ଜୁନ୍ ୧୭ ଯାଏଁ ବଢ଼ିଲା ଲକଡାଉନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA