Saturday, July 4, 2026 05:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮୫୦୦ କୋଟି

୭୮୬ ନବନିଯୁକ୍ତ ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେଲେ

by Our Correspondent
16 Jun, 2021- 09:55 PM
in Latest News, News
1 min read
0
ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮୫୦୦ କୋଟି

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮୫୦୦  କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓପିଏଏସି ଜରିଆରେ ନବନିଯୁକ୍ତ ୭୮୬ ଡାକ୍ତରଙ୍କ ସହ ଆଜି କଥା ହେବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

କରୋନା ମହାମାରୀ ବେଳେ ଡାକ୍ତରମାନଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ । ସମାଜରେ ଡାକ୍ତରମାନଙ୍କର ଏକ ସ୍ୱତନ୍ତ୍ର ସମ୍ମାନ ଅଛି । ଜୀବନ ମୃତୁ୍ୟ ପରିସ୍ଥିତିରେ ଡାକ୍ତରଙ୍କୁ ଲୋକମାନେ ଭଗବାନ ବୋଲି ମାନନ୍ତି । କରୋନା ସେମାନଙ୍କୁ ଯୋଦ୍ଧାର ମାନ୍ୟତା ଆଣିଦେଇଛି । ଦୀର୍ଘ ବର୍ଷକରୁ ଅଧିକ ସମୟ ହେଲା ସେମାନେ କରୋନା ଯୁଦ୍ଧର ଆଗଧାଡ଼ିରେ ରହି ଲୋକଙ୍କ ଜୀବନ ବଞ୍ଚାଉଛନ୍ତି । ନବନିଯୁକ୍ତ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇ ରୋଲ୍ ମଡେଲ୍ ଆଖ୍ୟା ଦେଇଥିଲେ । କରୋନା ଦୁର୍ଗତି ବେଳେ କାର୍ଯ୍ୟରେ ଯୋଗଦେଇଥିବାରୁ ସେମାନଙ୍କ ଶୁଭକାମନା କରିବା ସହ ନିଜ ଓ ଅନ୍ୟମାନଙ୍କ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି.କେ.ପାଣ୍ଡିଆନ୍ ନବନିଯୁକ୍ତ ଡାକ୍ତରମାନଙ୍କ ସହ କଥା ହୋଇ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦେଇଥିଲେ । ଉତ୍ତମ ପ୍ରଶାସନର ମୂଳ ଲକ୍ଷ୍ୟ ହେଉଛି ସମାଜର ତଳସ୍ତରରେ ଥିବା ଲୋକଙ୍କୁ ସେବା ଯୋଗାଇବା । ଉପଲବ୍ଧ ଜ୍ଞାନକୌଶଳ ଜରିଆରେ ଲୋକଙ୍କୁ ଆଶୁ ଏବଂ ଫଳପ୍ରଦ ସେବା ଯୋଗାଇବା “ମୋ ସରକାର’ ର ମୂଳ ଲକ୍ଷ୍ୟ । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ମୁଖ୍ୟମନ୍ତ୍ରୀଙ୍କର ଏହି ସିଦ୍ଧାନ୍ତକୁ ଡାକ୍ତରମାନେ ଅନୁସରଣ କରି କାର୍ଯ୍ୟ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ ।

ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମର ସୂଚନା ଦେଇଥିଲେ । ଚଳିତବର୍ଷଠାରୁ ପୁରୀରେ ଶ୍ରୀ ଜଗନ୍ନାଥ ମେଡିକାଲ୍ କଲେଜ କାର୍ଯ୍ୟକ୍ଷମ ହେବ । ୨୦୨୪ ମଧ୍ୟରେ ଓଡ଼ିଶାରେ ଆଉ ଦୁଇଟି ମେଡିକାଲ୍ କଲେଜ ସ୍ଥାପନ ହେବ ବୋଲି ସେ ସୂଚନା ଦେଇଥିଲେ ।

ଓଡ଼ିଶାକୁ ଡାକ୍ତର ବଳକା ରାଜ୍ୟ କରିବାକୁ ଉଦ୍ୟମ ଚାଲିଛି ଏବଂ ଖୁବ୍ ଶୀଘ୍ର ଏହା ହାସଲ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିଲେ ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଥିଲେ ।

ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ରଘୁରାଜପୁରର ପ୍ରତି ପରିବାରକୁ ୧୦ ହଜାର ଟଙ୍କା

Next Post

୧୬୯୦ କୋଟିର କୋଭିଡ୍ ସହାୟତା ଘୋଷଣା

Next Post
୧୬୯୦ କୋଟିର କୋଭିଡ୍ ସହାୟତା ଘୋଷଣା

୧୬୯୦ କୋଟିର କୋଭିଡ୍ ସହାୟତା ଘୋଷଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA