Monday, June 29, 2026 08:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁର୍ଘଟଣାରେ ଚାଲିଗଲେ ଜୀମୂତ ମଙ୍ଗରାଜ

by Our Correspondent
27 Jun, 2021- 10:40 PM
in Latest News, News
1 min read
0
ଦୁର୍ଘଟଣାରେ ଚାଲିଗଲେ ଜୀମୂତ ମଙ୍ଗରାଜ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ ଆଉ ନାହାନ୍ତି । ଆଜି ସଂଧ୍ୟାରେ ଭୁବନେଶ୍ୱର ଉପକଣ୍ଠ ଜାଆଁଳା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସେ ମୃତ୍ୟୁବରଣ କରିଛନ୍ତି । ତାଙ୍କୁ ୬୪ ବର୍ଷ ହୋଇଥିଲା । ଓଡ଼ିଶା ସାମ୍ବାଦିକ ଜଗତର ଏହି ଜଣାଶୁଣା ସାମ୍ବାଦିକଙ୍କ ଏଭଳି ଅକାଳ ମୃତ୍ୟୁ ସମସ୍ତଙ୍କୁ ହତବାକ୍ କରିଦେଇଛି ।ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଆଜି ସଂଧ୍ୟା ୭ଟା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶ୍ରୀ ମଙ୍ଗରାଜ ତାଙ୍କ ଗାଁ ଜଙ୍କିଆ ନିକଟସ୍ଥ ସରପାରିରୁ ଏକ ସ୍କୁଟିରେ ଭୁବନେଶ୍ୱର ଫେରୁଥିଲେ । ଜାଆଁଳା ନିକଟରେ ତାଙ୍କ ସ୍କୁଟିକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଏଥିରେ ଶ୍ରୀ ମଙ୍ଗରାଜ ଗଭୀର ଭାବେ କ୍ଷତାକ୍ତ ହୋଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ପୁଲିସ ଏବଂ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ତାଙ୍କୁ ଏମସ୍ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ ।

ଜୀମୂତ ମଙ୍ଗରାଜ ତାଙ୍କ ସାମ୍ବାଦିକତା କ୍ୟାରିୟର୍ ରେ ଶୀର୍ଷକୁ ଯାଇଥିଲେ । ସମ୍ବାଦ ଓ ପ୍ରଜାତନ୍ତ୍ର ଭଳି ପ୍ରତିଷ୍ଠିତ ଖବରକାଜରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କରି ସମ୍ପାଦନାରେ ଆରମ୍ଭ ହୋଇଥିଲା ଓଡ଼ିଶାର ପ୍ରଥମ ରାଜନୈତିକ କାଗଜ ‘ନେତା’ । ଏହା ପାଠକଙ୍କ ମଧ୍ୟରେ ବେଶ୍ ଆଦୃତ ଲାଭ କରିଥିଲା । କେବଳ ସାମ୍ବାଦିକତା ନୁହେଁ, ଶ୍ରୀ ମଙ୍ଗରାଜ ଅନେକ ରାଜନୈତିକ ପୁସ୍ତକ ରଚନା କରିଥିଲେ । ବିଜୁ ବାବୁଙ୍କ ଉପରେ ତାଙ୍କର ପୁସ୍ତକ ସମସ୍ତଙ୍କର ଆଦୃତ ଲାଭ କରିଥିଲା । ଅଧ୍ୟୟନ ଓ ଗବେଷଣା ପାଇଁ ସେ ତିନି ତିନିଟି ପିଏଚଡି ଡିଗ୍ରୀ ହାସଲ କରିଥିଲେ ।

ବେଶ୍ ଖୁସି ମିଜାଜ ଓ ମେଳାପୀ ମଣିଷ ଥିଲେ ଜୀମୂତ ମଙ୍ଗରାଜ । ତାଙ୍କର ନିଆରା କଥାବାର୍ତ୍ତା ଓ ଚାଲିଚଳଣ ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ଓଡ଼ିଶା ସାମ୍ବାଦିକ ଜଗତର ସେ ଥିଲେ ଅନ୍ୟତମ ମୁରବୀ । ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାକୁ ସରକାରଙ୍କ ପାଖରେ ଉପସ୍ଥାପିତ କରି ତାହାର ସମାଧାନ ପାଇଁ ଉଦ୍ୟମ କରୁଥିଲେ । ସଚିବାଳୟ ସାମ୍ବାଦିକ ସଂଘର ସେ ନେତୃତ୍ୱ ନେଉଥିଲେ । ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ମଧ୍ୟ ସେ ସଂପୃକ୍ତ ଥିଲେ ।

୭ ବର୍ଷ ତଳେ ଜୀମୂତ ମଙ୍ଗରାଜଙ୍କର ପତ୍ନୀ ବରିଷ୍ଠ ସାମ୍ବାଦିକା ତଥା ଲେଖିକା ଜୋତ୍ସ୍ନା ରାଉତରାୟଙ୍କର ପରଲୋକ ଘଟିଥିଲା । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

Previous Post

ଆଇଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ

Next Post

ସମ୍ ଅଲ୍ଟିମେଟରେ ନବଜାତ ଶିଶୁର ଜଟିଳ ଅସ୍ତ୍ରୋପଚାର

Next Post
ସମ୍ ଅଲ୍ଟିମେଟରେ ନବଜାତ ଶିଶୁର ଜଟିଳ ଅସ୍ତ୍ରୋପଚାର

ସମ୍ ଅଲ୍ଟିମେଟରେ ନବଜାତ ଶିଶୁର ଜଟିଳ ଅସ୍ତ୍ରୋପଚାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA