Monday, June 29, 2026 04:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆରପାରିରେ ଉପେନ୍ଦ୍ର କୁମାର ପାହାଡ଼ସିଂହ

by Our Correspondent
29 Jun, 2021- 09:18 PM
in Latest News, News
1 min read
0
ଆରପାରିରେ ଉପେନ୍ଦ୍ର କୁମାର ପାହାଡ଼ସିଂହ

ଭୁୁବନେଶ୍ୱର: ଆକାଶବାଣୀ… ଖବର ପଢ଼ୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ସିଂହ । ଅଶୀ ଓ ନବେ ଦଶକରେ କୋଟି କୋଟି ଓଡ଼ିଆଙ୍କ ହୃଦୟକୁ ପାଗଳ କରିଥିଲା ଏହି କଣ୍ଠସ୍ୱର । ଯାହା ଆଜି ବି ସମସ୍ତଙ୍କ ସ୍ମୃତିପଟରେ ଜୀବନ୍ତ ରହିଛି । ଏହି ମହାନ୍ ବ୍ୟକ୍ତିତ୍ୱ ତଥା ଆକାଶବାଣୀର ପୂର୍ବତନ ସମ୍ବାଦ ପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହ ଆଜି ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି । ୮୪ ବର୍ଷ ବୟସରେ ନୂଆଦିଲ୍ଲୀସ୍ଥିତ ମାକ୍ସ ହସ୍ପିଟାଲ୍ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ପାହାଡ଼ସିଂହଙ୍କ ବିୟୋଗ ଖବର ପ୍ରଚାରିତ ହେଲା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ନୂଆଦିଲ୍ଲୀ ପାହାଡ଼ଗଞ୍ଜସ୍ଥିତ ଅଲ୍ ଇଣ୍ଡିଆ ରେଡିଓ ରେସିଡେନ୍ସିଆଲ୍ ଆପାର୍ଟମେଣ୍ଟରେ ପତ୍ନୀଙ୍କ ସହ ରହୁଥିବା ଶ୍ରୀ ପାହାଡ଼ସିଂହ ବହୁ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଗତ ମାସେ ହେଲା ସେ ମାକ୍ସ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ତାଙ୍କ ଶରୀରରେ ସୁଗାର ଲେଭଲ୍ ଦିନକୁ ଦିନ ହ୍ରାସ୍ ପାଇବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଥିଲେ ମଧ୍ୟ ଅବସ୍ଥାରେ ଉନ୍ନତି ଆସିବା ପରିବର୍ତ୍ତେ ଅଙ୍ଗ ପ୍ରତ୍ୟଙ୍ଗରେ ବିଭିନ୍ନ ଜଟିଳ ସମସ୍ୟା ଦେଇଥିଲା । ଆଜି ହୃଦଘାତ୍ ଯୋଗୁଁ ଅପରାହ୍ନ ୪ଟାରେ ତାଙ୍କର ମୃତ୍ୟୁ ହୋଇଥିବା ପୁଅ ଦିଲ୍ଲୀପ ପାହାଡ଼ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଉପେନ୍ଦ୍ର କୁମାର ପାହାଡ଼ସିଂହ ଅଶୀ ଓ ନବେ ଦଶକରେ ଆକାଶବାଣୀର ସବୁଠାରୁ ଲୋକପ୍ରିୟ ସମ୍ବାଦପାଠକ ଥିଲେ । ସକାଳ, ଦ୍ୱିପ୍ରହର ଓ ସଂଧ୍ୟାରେ ତାଙ୍କ ସ୍ୱରରୁ ସମ୍ବାଦ ଶୁଣିବାର ମଜ୍ଜା ନିଆରା ଥିଲା । ତାଙ୍କର ସ୍ପଷ୍ଟ ଓ ଗାମ୍ଭୀର୍ଯ୍ୟ ସ୍ୱରରେ ଅଗଣିତ ଶ୍ରୋତା ବାନ୍ଧି ହୋଇ ରହିଥିଲେ । ରେଡିଓରୁ ତାଙ୍କ ସ୍ୱର ଶୁଣିବା ପାଇଁ ଲୋକମାନେ ପାଗଳ ହୋଇଯାଉଥିଲେ । ଅଢ଼େଇ ଦଶନ୍ଧି ପରେ ଆଜି ବି ତାଙ୍କ ସ୍ୱର ସମସ୍ତଙ୍କ ମନରେ ସାଇତା ହୋଇ ରହିଛି ।

କିଛି ବର୍ଷ ତଳେ ତାଙ୍କର ଅସୁସ୍ଥତା ଖବର ଆସିବା ପରେ ଅଗଣିତ ଶୁଭେଚ୍ଛୁମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ମାତ୍ର ବାର୍ଦ୍ଧକ୍ୟ ରୋଗରୁ ସେ ମୁକୁଳି ପାରିନଥିଲେ । ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଏହି ପ୍ରବାଦ ପୁରୁଷ ।

Previous Post

ସମ୍ ଅଲ୍ଟିମେଟରେ ନବଜାତ ଶିଶୁର ଜଟିଳ ଅସ୍ତ୍ରୋପଚାର

Next Post

ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର

Next Post
ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର

ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA