Monday, June 29, 2026 12:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦେବଗଡରେ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ୍ ଉଦଘାଟିତ

by Our Correspondent
29 Jun, 2021- 10:53 PM
in Latest News, News
1 min read
0
ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଗତକାଲି ଅନୁଷ୍ଠିତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ କୋଭିଡ୍ ପରିଚାଳନାରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରାଯାଇଥିଲା । କୋଭିଡ୍ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିବା ପଛରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରାଗଲା । ରାଜ୍ୟ ସରକାରଙ୍କ କୋଭିଡ୍ ଚିକିତ୍ସା ବ୍ୟବସ୍ଥାକୁ ସମାଲୋଚନା କରାଗଲା । ସର୍ବୋପରି କୋଭିଡ୍ ପରିଚାଳନାରେ କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ରାଜ୍ୟ ବିପଦ ମୁହଁକୁ ଗଲା ବୋଲି ଆଲୋଚନା ହେଲା ।

ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ ଓଡ଼ିଶାରେ କୋଭିଡର ପ୍ରଭାବ କମିବାରେ ଲାଗିଥିବା ସେ କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଓଡ଼ିଶାରେ ଟିକା ଉତ୍ପାଦନ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମର ପ୍ରଶଂସା କରିଛନ୍ତି ଧର୍ମେନ୍ଦ୍ର । ଟିକାକରଣ କାର୍ଯ୍ୟକ୍ରମକୁ ଯୋଜନାବଦ୍ଧ ଭାବେ ଆଗେଇନେଲେ ୬ ରୁ ୮ ମାସ ମଧ୍ୟରେ ସବୁ ଲୋକ ଟିକା ପାଇପାରନ୍ତେ ବୋଲି କହିଛନ୍ତି ।

ଦେବଗଡ଼ରେ ବେଦାନ୍ତ ଗ୍ରୁପ୍ ସହଯୋଗରେ ନିର୍ମିତ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଉଦଘାଟନ ଉତ୍ସବରେ ଯୋଗଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମୁହଁରୁ ଆଜି ରାଜ୍ୟ ସରକାରଙ୍କର ଏଭଳି ପ୍ରଶଂସା ଶୁଣିବାକୁ ମିଳିଥିଲା । କୋଭିଡ ମୁକାବିଲା ଓ ଟିକାକରଣରେ ରାଜ୍ୟ ସରକାରଙ୍କୁ ସେ ସହଯୋଗର ହାତ ବଢ଼ାଇଥିଲେ । ଆଗାମୀ ଦିନରେ କରୋନାର ସମ୍ଭାବ୍ୟ ଲହର ପାଇଁ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଦୃଷ୍ଟିରୁ ରାଜ୍ୟର ସ୍ୱାସ୍ଥ୍ୟଗତ ଢ଼ାଞ୍ଚାକୁ ସ୍ଥାୟୀ ଭାବରେ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ମତ ଦେଇଥିଲେ ।

ସୂଚନାଥାଉକି, ଗତକାଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଭର୍ଚୁଆଲ୍ ବୈଠକରେ ଉପସ୍ଥିତ ଥିଲେ ଧର୍ମେନ୍ଦ୍ର । ସେ ତାଙ୍କ ଭାଷଣରେ ବିଜେଡ଼ି କି ରାଜ୍ୟ ସରକାରଙ୍କୁ ସମାଲୋଚନା ନ କରି ବରଂ ସ୍ଥାନୀୟ ନିର୍ବାଚନ ଓ ସଂଗଠନ ଉପରେ ଜୋର ଦେଇଥିଲେ । କାର୍ଯ୍ୟକର୍ତ୍ତାମାନେ ନିଜେ ଆତ୍ମସମୀକ୍ଷା କରି ସାଢ଼େ ଚାରି କୋଟି ଓଡ଼ିଆଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ କାମ କରିବାକୁ ଆହ୍ୱାନ ଦେଇଥିଲେ ।

ଅନ୍ୟପକ୍ଷରେ ଆଜି ଦେବଗଡ଼ରେ କୋଭିଡ୍ ହସ୍ପିଟାଲ୍ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ ।ମହାମାରୀର ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ଏ ଦିଗରେ ବେସରକାରୀ ଚିକିତ୍ସାଳୟ ମାନଙ୍କ ସହିତ କର୍ପୋରେଟ୍‌ ସେକ୍ଟର, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ PSU ମାନେ ଆଗେଇ ଆସିବା ଖୁସିର କଥା। ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାମାରୀ ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ । ତେଣୁ ସମସ୍ତେ ନିଜ ନିଜ ସ୍ତରରେ ମୁକାବିଲା କରିବା ପାଇଁ କାମ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ଦେବଗଡର ଏହି ୧୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲରେ ଶିଶୁ ଶଯ୍ୟା ସହିତ ୧୨ଟି ICU, ୩୨ଟି HDU, ସ୍ବତନ୍ତ୍ର ଶିଶୁ ୱାର୍ଡ ସହିତ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ପରୀକ୍ଷାଗାରର ସୁବିଧା ରହିଛି । ଏହି ଡାକ୍ତରଖାନାରେ ସମସ୍ତ ଚିକିତ୍ସା ସୁବିଧା, ଔଷଧ ଯୋଗାଣ, ରୋଗୀଙ୍କୁ ଖାଦ୍ୟ ବ୍ୟବସ୍ଥା ଦାୟିତ୍ବ ରାଜ୍ୟ ସରକାର ହାତକୁ ନେଇଛନ୍ତି । ପୂର୍ବରୁ ଦେବଗଡରେ ୧୪୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ହସ୍‌ପିଟାଲ କାର୍ଯ୍ୟ କରୁଛି । ଏହାଦ୍ବାରା ଜିଲ୍ଲାରେ ବର୍ତ୍ତମାନ ଦୁଇଟି କୋଭିଡ ହସ୍‌ପିଟାଲ ପ୍ରତିଷ୍ଠିତ ହେଲା ।

ଦେବଗଡର ଏହି ହସ୍‌ପିଟାଲ ସ୍ଥାପନରେ ବେଦାନ୍ତର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଗ୍ରୁପ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ କୋଭଡର ଦ୍ବିତୀୟ ଲହରରେ ପଶ୍ଟିମ ଓଡିଶା ଅଧିକ ପ୍ରଭାବିତ ହୋଇଥିଲା । ସମସ୍ତଙ୍କ ସହଯୋଗରେ ଏହାକୁ ନିୟନ୍ତ୍ରଣ କରାଯାଇପାରିଛି । କୋଭିଡ ନିୟନ୍ତ୍ରଣରେ ଦେବଗଡ ଜିଲ୍ଲା ବହୁତ ଭଲ ପ୍ରଦର୍ଶନ କରିଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଜନସାଧାରଣ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ କୋଭିଡ ପରିଚାଳନାରେ ଓଡିଶା ଦେଶରେ ଏକ ନମ୍ବର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଟିକାକରଣ ସହିତ, ରାଜ୍ୟର ଯେକୌଣସି କାର୍ଯ୍ୟକ୍ରମ ପାଇଁ ବେଦାନ୍ତ ଗ୍ରୁପ ସହଯୋଗ ପାଇଁ ସବୁବେଳେ ପ୍ରସ୍ତୁତ ଅଛି ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ ଦାସ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସାଂସଦ ଶ୍ରୀ ନିତିଶ ଗଙ୍ଗଦେବ, ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀ ପ୍ରମୁଖ  ଯୋଗଦେଇ ସେମାନଙ୍କ ମତାମତ ରଖିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ଆରପାରିରେ ଉପେନ୍ଦ୍ର କୁମାର ପାହାଡ଼ସିଂହ

Next Post

କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କର: ମୁଖ୍ୟମନ୍ତ୍ରୀ

Next Post
କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କର: ମୁଖ୍ୟମନ୍ତ୍ରୀ

କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କର: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA