Friday, May 1, 2026 01:48 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କେବଳ ସେବାୟତ ଟାଣିବେ ରଥ, ଛାତ ଉପରୁ ରଥଯାତ୍ରା ଦେଖିବା ମନା

ଛତିଶା ନିଯୋଗ ବୈଠକରେ ରଥଯାତ୍ରା ଗାଇଡଲାଇନ୍ ଚୂଡ଼ାନ୍ତ

by Our Correspondent
03 Jul, 2021- 10:01 PM
in Latest News, News
1 min read
0
କେବଳ ସେବାୟତ ଟାଣିବେ ରଥ, ଛାତ ଉପରୁ ରଥଯାତ୍ରା ଦେଖିବା ମନା

ପୁରୀ: ଗତବର୍ଷ କୋଭିଡ୍ କଟକଣାରେ ଯେଭଳି ପୁରୀ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା, ଏବର୍ଷ ମଧ୍ୟ ସେଭଳି ହେବ । ବିନା ଭକ୍ତରେ ଅନୁଷ୍ଠିତ ହେବାକୁ ଯାଉଥିବା ରଥଯାତ୍ରାରେ କେବଳ ସେବାୟତମାନେ ରଥ ଟାଣିବେ । ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ରଥ ଟାଣିବେ ନାହିଁ । ଅନ୍ୟପକ୍ଷରେ ବଡ଼ଦାଣ୍ଡ ଛାତ ଉପରେ କିମ୍ବା ଘର ବାଲକୋନିରୁ ରଥଯାତ୍ରା ଦେଖିବା ଉପରେ କଟକଣା ଲାଗୁ କରାଯାଇଛି । ରଥଯାତ୍ରା ବେଳେ ଶ୍ରଦ୍ଧାଳୁମାନେ ନିଜ ଘର ଭିତରେ ରହିବେ । ସହରରେ ୧୪୪ ଧାରା ଜାରି ସହ କୋଭିଡ୍ କଟକଣା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

ଆଜି ଅପରାହ୍ନରେ ଅନୁଷ୍ଠିତ ଛତିଶା ନିଯୋଗର ବୈଠକରେ ରଥଯାତ୍ରା ନୀତିକାନ୍ତି ଓ ଗାଇଡଲାଇନ୍ ଚୂଡ଼ାନ୍ତ ହୋଇଛି । ବୈଠକ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ବିସ୍ତୃତ ସୂଚନା ଦେଇଥିଲେ । ଗତବର୍ଷ ଭଳି ଚଳିତ ବର୍ଷର ରଥଯାତ୍ରା କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବ । କେବଳ ସେବାୟତମାନେ ରଥ ଟାଣିବେ । ଏଥିପାଇଁ ସେମାନଙ୍କର କୋଭିଡ୍ ଟେଷ୍ଟ କରାଯିବ । ମନ୍ଦିର କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀ ରଥ ଟାଣିବେ ନାହିଁ । ରଥଟଣା ବେଳେ ସେବାୟତମାନେ ମୋବାଇଲ, କ୍ୟାମେରା ବ୍ୟବହାର କରିପାରିବେ ନାହିଁ । ରଥଯାତ୍ରା ପୂର୍ବ ରାତିରୁ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ପୁରୀ ସହରରେ କର୍ଫୁ୍ୟ ଲାଗିବ ।

ପ୍ରବଳ ଖରା ଦୃଷ୍ଟିରୁ ସେବାୟତମାନଙ୍କ ପାଇଁ ରେଷ୍ଟ୍ ସେଡ୍ ତିଆରି କରାଯିବ । ସମସ୍ତଙ୍କୁ ମାସ୍କ, ସାନିଟାଇଜର ଓ ଗାମୁଛା ଯୋଗାଇ ଦିଆଯିବ । ପୂର୍ବବର୍ଷ ଭଳି କରୋନା ଗାଇଡଲାଇନ୍ ମଧ୍ୟରେ ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ସମସ୍ତ ବନେ୍ଦାବସ୍ତ କରାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି ।

ପୁଲିସ ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ପୁରୀ ସହରକୁ ୧୨ ଟି ଜୋନ୍ ଏବଂ ବଡ଼ଦାଣ୍ଡକୁ ୩ ଟି ଜୋନ୍ ରେ ବିଭକ୍ତ କରାଯାଇ ସମୁଦାୟ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ରଥ ପୂର୍ବରୁ ପୁରୀର ସବୁ ପ୍ରବେଶ ପଥ ସିଲ୍ କରାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

Previous Post

ଜୁଲାଇ ୩୦ ରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା

Next Post

ଟୋକିଓ ଅଲିମ୍ପିକ୍ସରେ କିଟ୍‍ରୁ ୩ ଖେଳାଳି

Next Post
ଟୋକିଓ ଅଲିମ୍ପିକ୍ସରେ କିଟ୍‍ରୁ ୩ ଖେଳାଳି

ଟୋକିଓ ଅଲିମ୍ପିକ୍ସରେ କିଟ୍‍ରୁ ୩ ଖେଳାଳି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA