Monday, June 29, 2026 01:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟୋକିଓ ଅଲିମ୍ପିକ୍ସରେ କିଟ୍‍ରୁ ୩ ଖେଳାଳି

ଦୂତୀଙ୍କ ପାଇଁ କିଟ୍‍ ତରଫରୁ ଦୁଇଟି ବଡ଼ ଉପହାର ଘୋଷଣା

by Our Correspondent
04 Jul, 2021- 09:06 PM
in Latest News, News
1 min read
0
ଟୋକିଓ ଅଲିମ୍ପିକ୍ସରେ କିଟ୍‍ରୁ ୩ ଖେଳାଳି

ଭୁବନେଶ୍ୱର: ଚଳିତବର୍ଷ ଟୋକିଓ ଅଲିମ୍ପିକ୍‍ସରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଅଂଶଗ୍ରହଣର ସୁଯୋଗ ପାଇଛନ୍ତି। ସମଗ୍ର ଭାରତରେ କିଟ୍‍ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛି। ଗୋଟିଏ ବିଶ୍ୱବିଦ୍ୟାଳୟରୁ ୩ଜଣ ଖେଳାଳି ଅଲିମ୍ପିକ୍‍ସରେ ଅଂଶଗ୍ରହଣ କରିବା ରାଜ୍ୟ ତଥା ଦେଶ ପାଇଁ ଗୌରବର ବିଷୟ ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ।

ରବିବାର ଭୁବନେଶ୍ୱରରେ ଭର୍ଚୁଆଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସାମନ୍ତ କହିଛନ୍ତି, କିଟ୍‍ ଓ କିସ୍‍ ସର୍ବଦା ଶିକ୍ଷା ସହ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ କ୍ରୀଡ଼ା କ୍ଷେତ୍ର ପ୍ରତି କିଟ୍‍ ଓ କିସ୍‍ର ଯଥେଷ୍ଟ ଅବଦାନ ରହିଛି। କିସ୍‍ ମାଧ୍ୟମରେ ହଜାର ହଜାର କ୍ରୀଡ଼ାବିତ୍‍ଙ୍କୁ ସୁଯୋଗ ଦିଆଯାଇଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟ ଜରିଆରେ ମଧ୍ୟ ବହୁ ଛାତ୍ରଛାତ୍ରୀ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ଖୋଳାଳି ଭାବେ ସୁଯୋଗ ପାଇଛନ୍ତି। ନିକଟରେ ଟୋକିଓରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଲିମ୍ପିକ୍‍ସରେ ଭାରତ ତଥା ଓଡ଼ିଶାର ଗର୍ବ ଓ ଗୌରବ କିଟ୍‍ ଛାତ୍ରୀ ଦୂତୀ ଚାନ୍ଦ ଦ୍ୱିତୀୟ ଥର ପାଇଁ ଦୁଇଟି ଇଭେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ଏକମାତ୍ର ଭାରତୀୟ ଭାବେ ଦୂତୀ ଚାନ୍ଦ ଦ୍ୱିତୀୟ ଥର ଅଲିମ୍ପିକ୍‍ସରେ ୧୦୦ ଓ ୨୦୦ ମିଟର ଦୌଡ଼ ଭଳି ଦୁଇଟି ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି।

ଦୂତୀଙ୍କ ବ୍ୟତୀତ କିଟ୍‍ ବିଶ୍ୱବିଦ୍ୟାଳୟର ଆଉ ଦୁଇ ଛାତ୍ରଛାତ୍ରୀ ମଧ୍ୟ ଟୋକିଓ ଅଲିମ୍ପିକ୍‍ସରେ ଅଂଶ ଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଅସି ଚାଳିକା ସି ଏ ଭବାନୀ ଦେବୀ ଏବଂ ଜାଭେଲିନ୍‍ ଥ୍ରୋ ଖେଳାଳି ଶିବପାଲ୍‍ ସିଂହ। ସି ଏ ଭବାନୀ ଦେବୀ ଏବେ କିଟରେ ପିଏଚ୍‍ଡି କରୁଛନ୍ତି। ଭବାନୀ ଦେବୀ ଏକମାତ୍ର ଓ ପ୍ରଥମ ଭାରତୀୟ ଅସି ଚାଳିକା ଭାବେ ଅଲିମ୍ପିକ୍‍ସରେ ଅଂଶଗ୍ରହଣ କରୁଛନ୍ତି। ଗତ ମାର୍ଚ୍ଚ ମାସରେ ହଙ୍ଗେରୀରେ ଅନୁଷ୍ଠିତ ବିଶ୍ୱକପରେ ଉତ୍ତମ ପ୍ରଦର୍ଶନ ସହ ଟୋକିଓ ଅଲିମ୍ପିକ୍‍ସ ପାଇଁ ଯୋଗ୍ୟତା ହାସଲ୍‍ କରିଛନ୍ତି। ତାଙ୍କର ବିଶ୍ୱ ର‌୍ୟାଙ୍କ ୪୨ ରହିଥିବା ବେଳେ ୨୦୧୮ରେ ଅଷ୍ଟ୍ରିଆରେ ଅନୁଷ୍ଠିତ ବରିଷ୍ଠ ରାଜ୍ୟଗୋଷ୍ଠୀ ଅସିଚାଳନା ଚାମ୍ପିଅନ୍‍ସିପରେ ସ୍ୱର୍ଣ୍ଣପଦକ ହାସଲ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି। କିଟ୍‍ ବିବିଏ ଛାତ୍ର ଶିବପାଲ୍‍ ସିଂହ ମାର୍ଚ୍ଚ ମାସରେ ଦକ୍ଷିଣ ଆଫ୍ରିକାର ଏସିଏନ୍‍ଡବ୍ଲ୍ୟୁ ମିଟ୍‍ରେ ୮୫.୪୭ ମିଟର ଜାଭେଲିନ୍‍ ଥ୍ରୋ କରି ସ୍ୱର୍ଣ୍ଣ ପଦକ ସହ ଅଲିମ୍ପିକସପାଇଁ ଯୋଗ୍ୟତା ହାସଲ୍‍ କରିଛନ୍ତି। ଭାରତର ଅନ୍ୟତମ କ୍ରୀଡ଼ାବିତ୍‍ ନିରଜ ଚୋପ୍ରାଙ୍କ ସହ ଶିବପାଲ୍‍ ଜାଭେଲିନ୍‍ ଥ୍ରୋରେ ଭାରତର ପ୍ରତିନିଧିତ୍ୱ କରିବେ। ସେହିପରି ଭାରତୀୟ ପୁରୁଷ ହକି ଦଳରେ ଡାକ୍ତର ଭାବେ କିମ୍‍ସର ଡାକ୍ତର ସୁଦୀପ ଶତପଥୀ ମନୋନୀତ ହୋଇ ଜାପାନ ଗସ୍ତ କରୁଛନ୍ତି। ଡା. ଶତପଥୀ ପୂର୍ବରୁ ୨୦୧୬ରେ ରିଓ ଅଲିମ୍ପିକ୍‍ସରେ ସ୍ପୋର୍ଟସ ମେଡିସିନ୍‍ ଡାକ୍ତର ଭାବେ ଯୋଗ ଦେଇଥିବା ବେଳେ କ୍ଲିନିକାଲ୍‍ ଫିଜିଓଲୋଜିଷ୍ଟ ତଥା ସ୍ପୋର୍ଟସ ଆଣ୍ଡ ଏକ୍‍ସରସାଇଜ୍‍ ଫିଜିଓଲୋଜି ବିଶେଷଜ୍ଞ ଭାବେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି।

ଶ୍ରୀ ସାମନ୍ତଙ୍କ ପୌରୋହିତ୍ୟରେ ରବିବାର ଏହି ଖେଳାଳିଙ୍କ ପାଇଁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍‍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତୀ ବେହେରା ଏବଂ ସମ୍ମାନୀୟ ଅତିଥି ଭାବେ କ୍ରୀଡ଼ା ଓ ଯୁବବ୍ୟାପାର ତଥା ପର୍ଯ୍ୟଟନ ବିଭାଗ ମୁଖ୍ୟ ସଚିବ ବିଶାଳ କୁମାର ଦେବ ପ୍ରମୁଖ ଯୋଗଦେଇଥିଲେ। କିଟ୍‍ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିବା ବେଳେ ଶ୍ରୀ ସାମନ୍ତ ସ୍ୱାଗତ ଭାଷଣ ଦେଇ କହିଥିଲେ, ୨୦୧୩ରୁ ଦୂତୀର ସମସ୍ତ ସୁଖ ଦୁଃଖରେ କିଟ୍‍ ଓ ଶ୍ରୀ ସାମନ୍ତ ରହି ଆସିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ରହିବ।

ଅଲିମ୍ପିକ୍‍ରୁ ଫେରିବା ପରେ ଦୂତୀଙ୍କ ପାଇଁ କିଟ୍‍ ତରଫରୁ ଦୁଇଟି ବଡ଼ ଉପହାର ପ୍ରଦାନ କରାଯିବ ବୋଲି ଏହି ଅବସରରେ ଶ୍ରୀ ସାମନ୍ତ ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ର ସମସ୍ତ କର୍ମଚାରୀ ଓ ଲକ୍ଷାଧିକ କ୍ରୀଡ଼ାପ୍ରେମୀ ଭର୍ଚୁଆଲରେ ଯୋଡ଼ି ହୋଇଥିଲେ।

Previous Post

କେବଳ ସେବାୟତ ଟାଣିବେ ରଥ, ଛାତ ଉପରୁ ରଥଯାତ୍ରା ଦେଖିବା ମନା

Next Post

୭ ରୁ କଂଗ୍ରେସର ଦରବୃଦ୍ଧି ପ୍ରତିବାଦ

Next Post
୭ ରୁ କଂଗ୍ରେସର ଦରବୃଦ୍ଧି ପ୍ରତିବାଦ

୭ ରୁ କଂଗ୍ରେସର ଦରବୃଦ୍ଧି ପ୍ରତିବାଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA