Friday, June 26, 2026 12:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ି ନୂଆ ମୁଖ୍ୟାଳୟର ଭୂମିପୂଜା କଲେ ନବୀନ

ଏହା ସାଢ଼େ ୪ କୋଟି ଓଡ଼ିଆଙ୍କ ସେବାରେ ସମର୍ପିତ ହେବ: ବବି

by Our Correspondent
12 Jul, 2021- 11:51 PM
in Latest News, News
1 min read
0
ବିଜେଡ଼ି ନୂଆ ମୁଖ୍ୟାଳୟର ଭୂମିପୂଜା କଲେ ନବୀନ

ଭୁବନେଶ୍ୱର: ନୂଆ ଚେହେରା ପାଇବ ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ । ବର୍ତ୍ତମାନର ରାଜ୍ୟ କାର୍ଯ୍ୟାଳୟର ପଛପଟେ ଏହା ନିର୍ମାଣ ହେବାକୁ ଯାଉଛି । ଆଜି ପବିତ୍ର ରଥଯାତ୍ରା ଅବସରରେ ଏହି ମୁଖ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ନେତାଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ନଡିଆ ବାଡେଇ ଭୂମିପୂଜା କରିଥିଲେ ।

ସରକାରୀ କ୍ୱାର୍ଟରରେ ଚାଲିଥିବା ବର୍ତ୍ତମାନର ରାଜ୍ୟ କାର୍ଯ୍ୟାଳୟଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ହେବ । ସରକାରଙ୍କଠାରୁ କିଣା ଯାଇଥିବା ଦୁଇଟି କ୍ୱାଟର୍ସର ଜମିରେ ବି+ଜି+୩ ମହଲାର କୋଠା ହେବ । ସମ୍ପୂର୍ଣ୍ଣ କର୍ପୋରେଟ୍ ଢ଼ାଞ୍ଚାରେ ନିର୍ମାଣ ପାଇଁ ଏହାର ଡିଜାଇନ୍ ପ୍ରସ୍ତୁତ ହୋଇଛି । କୋଠାର ବେସମେଣ୍ଟ ଓ ତଳ ମହଲା ପାର୍କିଂ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ବାକି ତିନି ମହଲାରେ ଦଳୀୟ କାର୍ଯ୍ୟ ହେବ । ଦଳ ସଭାପତିଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିବ । ଦଳର ଛାମୁଆ ସଂଗଠନ ଓ ବିଭିନ୍ନ ସେଲ୍ ପାଇଁ କାର୍ଯ୍ୟାଳୟ ରହିବ । ଏକାଧିକ କନଫରେନ୍ସ ହଲ୍, ମିଡ଼ିଆ ପାଇଁ ସ୍ୱତନ୍ତ୍ର ରୁମ୍, ଷ୍ଟୁଡ଼ିଓ, ଆଇଟି ସେଲ୍, କ୍ୟାଣ୍ଟିନ୍, ଲାଇବ୍ରେରୀ ସୁବିଧା ରହିବ ।

ବିଜେଡ଼ି ନୂତନ କାର୍ଯ୍ୟାଳୟ ସାଢ଼େ ୪ କୋଟି ଓଡ଼ିଆଙ୍କ ସେବାରେ ସମର୍ପିତ ହେବ ବୋଲି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ କହିଛନ୍ତି । ଉକ୍ତ କାର୍ଯ୍ୟାଳୟରେ ଓଡ଼ିଶାବାସୀଙ୍କ ସେବା ପାଇଁ ବିଭିନ୍ନ ଶାଖା କାର୍ଯ୍ୟକ୍ଷମ ହେବା ସହିତ ରକ୍ତଦାନ ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଚାଲୁ ରହିବ । ଏହା କେବଳ ଦଳୀୟ କାର୍ଯ୍ୟାଳୟ ହେବ ନାହିଁ, ବରଂ ଏହା ଓଡ଼ିଶାବାସୀଙ୍କ ପାଇଁ ସେବା ଓ ସମର୍ପଣର ପ୍ରତୀକ ହେବ । ଓଡ଼ିଶା ସ୍ୱାଭିମାନର ଜାଗ୍ରତ ପ୍ରହରୀ ଭାବେ ମଧ୍ୟ ଏହା କାର୍ଯ୍ୟ କରିବ ବୋଲି ଶ୍ରୀ ଦାସ କହିଛନ୍ତି ।

ସୂଚନାଥାଉକି, ବିଜେପି ମଧ୍ୟ ତାର କାର୍ଯ୍ୟାଳୟକୁ ନୂଆ ରୂପ ଦେବାକୁ ଯାଉଛି । ଏହାର ଡିଜାଇନ୍ କର୍ପୋରେଟ୍ ଢ଼ାଞ୍ଚାରେ ପ୍ରସ୍ତୁତ ହୋଇଛି । ୧୦ ମହଲା କୋଠା ନିର୍ମାଣ କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି ।

Previous Post

ବିଶ୍ୱ ପୁଣି ଦେଖିଲା ଭକ୍ତଶୂନ୍ୟ ଶୃଙ୍ଖଳିତ ରଥଯାତ୍ରା

Next Post

ନବୀନଙ୍କ କଳା ଟି-ସାର୍ଟ ଓ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା

Next Post
ନବୀନଙ୍କ କଳା ଟି-ସାର୍ଟ ଓ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା

ନବୀନଙ୍କ କଳା ଟି-ସାର୍ଟ ଓ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA