Thursday, June 25, 2026 07:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ କଳା ଟି-ସାର୍ଟ ଓ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା

by Our Correspondent
14 Jul, 2021- 08:23 PM
in Latest News, News, Politics
1 min read
0
ନବୀନଙ୍କ କଳା ଟି-ସାର୍ଟ ଓ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା

ଭୁୁବନେଶ୍ୱର: ଜିଲ୍ଲାୱାରୀ ଦଳୀୟ ନେତାଙ୍କ ସହ ଭିଡ଼ିଓ କନଫରେନ୍ସିଂ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଛି । ଧଳା କୂର୍ତ୍ତା ଜାଗାରେ ନବୀନ ପିନ୍ଧିଛନ୍ତି କଳା ଟି-ସାର୍ଟ । ମୁହଁରେ ଗମ୍ଭୀରତା ନାହିଁ । ବରଂ ଖୁବ୍ ହାଲକା ଫୁଲକା ମୁଡ୍ ରେ ବସି ସ୍ମିତହାସ୍ୟ ଦେଉଛନ୍ତି ।

ମନ୍ତ୍ରୀ, ବିଧାୟକ ଓ ଛାମୁଆ ସଂଗଠନର କର୍ମକର୍ତ୍ତାମାନଙ୍କ ସହ ବିଜେଡ଼ି ସୁପ୍ରିମୋ ଦଳର ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ଅନଔପଚାରିକ ଆଲୋଚନା କରିବା ବେଳର ଏହି ଦୃଶ୍ୟ । ହସ ହସ ମୁହଁ ସାଙ୍ଗକୁ ନବୀନଙ୍କର ଏହି କଳା ଟି-ସାର୍ଟି ପିନ୍ଧା ଫଟୋଟି ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଭିନ୍ନ ଅବତାରରେ ମୁଖ୍ୟମନ୍ତ୍ରୀଙ୍କ ଏହି ସାଂଗଠନିକ ମଜବୁତ କାର୍ଯ୍ୟକ୍ରମ ପଛରେ ଆଗକୁ ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଇସାରା ରହିଥିବା ବିଶ୍ୱାସ କରାଯାଉଛି ।

ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ଶାସନକୁ ଇତିମଧ୍ୟରେ ଦୁଇବର୍ଷ ପୂରି ଯାଇଛି । ବିଭିନ୍ନ କାରଣରୁ କିଛି ମନ୍ତ୍ରୀଙ୍କୁ ବାଦ୍ ଦେଇ ନବୀନ ନୂଆ ମୁହଁକୁ ସାମିଲ୍ କରିବେ ବୋଲି ବର୍ଷେ ହେଲା ଚର୍ଚ୍ଚା ହେଉଛି । ଗତବର୍ଷ କରୋନା କମିଗଲା ବେଳେ ଏହି ଚର୍ଚ୍ଚା ହୋଇଥିଲା ଏବଂ ଏବେ କରୋନା ବେଳକୁ ଏହି ଚର୍ଚ୍ଚା ଆହୁରି ଜୋର୍ ହୋଇଛି ।

ତେବେ ବାହୁଡ଼ା ଯାତ୍ରା ସରିବା ପରେ ନବୀନ ତାଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବା ନିଶ୍ଚିତ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । ମନ୍ତ୍ରୀ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାଙ୍କ ସହ ତାଙ୍କର ଆଲୋଚନାକୁ ରୁଟିନ୍ କାର୍ଯ୍ୟକ୍ରମର ଆଖ୍ୟା ଦିଆଯାଉଥିଲେ ମଧ୍ୟ ଅନେକ ନେତା ସେଥିରୁ ଭିନ୍ନ ଆଭାସ ପାଇଛନ୍ତି । ଏଥିଯୋଗୁଁ ବିପଦ ଗଣୁଥିବା ମନ୍ତ୍ରୀ ଓ ସ୍ୱପ୍ନ ଗଣୁଥିବା ମନ୍ତ୍ରୀ ଆଶାୟୀଙ୍କ ନିଦ ହଜିଯାଇଛି ।

କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ଓ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟରେ ନବୀନଙ୍କ ପାଇଁ ସଂଗଠନ ଓ ସରକାରକୁ ଅଧିକ ସଶକ୍ତ କରିବାର ଆବଶ୍ୟକତା ଦେଖାଦେଇଛି । ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ତୃଣମୂଳସ୍ତରରୁ ଦଳୀୟ ସଂଗଠନ ଓ ସରକାରକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ଅପରିହାର୍ଯ୍ୟ ବୋଲି ବିଚାର କରାଯାଉଛି । ଇତିମଧ୍ୟରେ ସାଂଗଠନିକ ସଶକ୍ତିକରଣ କାର୍ଯ୍ୟକ୍ରମକୁ ନବୀନ ହାତକୁ ନେଇସାରିଥିବା ବେଳେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କାର୍ଯ୍ୟ ଖୁବ୍ ଶୀଘ୍ର ସାରି ଆଗକୁ ବଢ଼ିବାର ଯୋଜନା ହୋଇଥିବା ଦଳର ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି ।

ଅଧ ଡର୍ଜନରୁ ଅଧିକ ମନ୍ତ୍ରୀଙ୍କ କାର୍ଯ୍ୟକଳାପ ଓ ଦକ୍ଷତାକୁ ନେଇ ନବୀନ ଅସନ୍ତୁଷ୍ଟ ଥିବା କୁହାଯାଉଛି । ଅଧିକାଂଶ ମନ୍ତ୍ରୀ ମୋ ସରକାର ଓ ୫-ଟି କାର୍ଯ୍ୟକ୍ରମକୁ ଏପର୍ଯ୍ୟନ୍ତ ନିଜେ ବି ବୁଝିନାହାନ୍ତି । କିଛି ମନ୍ତ୍ରୀ ଦୁର୍ନୀତିରେ ବୁଡ଼ିଥିବା ବେଳେ କିଛି ନିଜର ବ୍ୟବସାୟକୁ ପ୍ରାଧାନ୍ୟ ଦେଇ ରାଜକାର୍ଯ୍ୟକୁ ଗୌଣ କରିଛନ୍ତି । ନିଜ ବିଭାଗକୁ ବୁଝି ନ ଥିବା ମନ୍ତ୍ରୀ ବି ଏଥିରେ ଅଛନ୍ତି । କରୋନା କାଳରେ ଏହି ମନ୍ତ୍ରୀମାନଙ୍କ ଅସଲ ସ୍ୱରୂପ ଲୋକେ ବୁଝିଯାଇଛନ୍ତି । ସରକାର ପାଇଁ ସେମାନେ ବୋଝ ବୋଲି ବିଚାର କରାଯାଉଛି ।

ସୁତରାଂ ସେମାନଙ୍କ ଜାଗାରେ ଦକ୍ଷ ନେତାଙ୍କୁ ସ୍ଥାନ ଦେଇ ଦଳ ଓ ସରକାରର ଭାବମୂର୍ତ୍ତି ବଢ଼ାଇବାକୁ ନବୀନ ଯୋଜନା କରିଥିବା କୁହାଯାଉଛି । ତେବେ ଏଥିରେ କିଛି ରାଜନୈତିକ ବାଧ୍ୟବାଧକତାର ପ୍ରସଙ୍ଗ ଥିବାରୁ ନବୀନ ମାପିଚୁପି ଆଗକୁ ଯାଉଥିବା ବିଜେଡ଼ି ମହଲରୁ ଜଣାପଡ଼ିଛି ।

ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିବାକୁ ଥିବା ମନ୍ତ୍ରୀ ଏବଂ କିଛି ଆଶାୟୀ ମନ୍ତ୍ରୀଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇ ସେମାନଙ୍କ ଅସନ୍ତୋଷ ପ୍ରଶମିତ କରିବା ଯୋଜନାରେ ନବୀନ ଅଛନ୍ତି । ନବୀନ ନିବାସରେ ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଥିବା କୁହାଯାଉଛି । ସରକାର ଓ ସଂଗଠନକୁ ସୁଦୃଢ଼ ଓ ସନ୍ତୁଳିତ ରଖି ଆଗାମୀ ନିର୍ବାଚନର ସାମନା କରାଯିବ । ସୁତରାଂ ସମୟ ଓ ଆବଶ୍ୟକତା ଦୃଷ୍ଟିରୁ ବାହୁଡ଼ା ଯାତ୍ରା ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ମୁଖ୍ୟମନ୍ତ୍ରୀ ମନସ୍ଥିର କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

Previous Post

ବିଜେଡ଼ି ନୂଆ ମୁଖ୍ୟାଳୟର ଭୂମିପୂଜା କଲେ ନବୀନ

Next Post

ଧର୍ମେନ୍ଦ୍ରଙ୍କୁ ନ୍ୟୁନ କରି ଦେଖାଇବା ଉଦ୍ୟମରେ ବୈଜୟନ୍ତ !

Next Post
ଧର୍ମେନ୍ଦ୍ରଙ୍କୁ ନ୍ୟୁନ କରି ଦେଖାଇବା ଉଦ୍ୟମରେ ବୈଜୟନ୍ତ !

ଧର୍ମେନ୍ଦ୍ରଙ୍କୁ ନ୍ୟୁନ କରି ଦେଖାଇବା ଉଦ୍ୟମରେ ବୈଜୟନ୍ତ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA