Thursday, June 25, 2026 04:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କୁ ନ୍ୟୁନ କରି ଦେଖାଇବା ଉଦ୍ୟମରେ ବୈଜୟନ୍ତ !

ବିଜେପି ଆଭ୍ୟନ୍ତରୀଣ ରାଜନୀତିରେ ହଟଚମଟ

by Our Correspondent
15 Jul, 2021- 12:27 PM
in Latest News, News, Politics
1 min read
0
ଧର୍ମେନ୍ଦ୍ରଙ୍କୁ ନ୍ୟୁନ କରି ଦେଖାଇବା ଉଦ୍ୟମରେ ବୈଜୟନ୍ତ !

ଭୁୁବନେଶ୍ୱର: ସରକାର ଓ ଦଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ କାଟତି ବଢ଼ିଲା ନା କମିଲା? ପ୍ରଧାନମନ୍ତ୍ରୀ ମୋଦି ଧର୍ମେନ୍ଦ୍ରଙ୍କ କ୍ଷମତା ବଢ଼ାଇଲେ ନା ସଙ୍କୁଚିତ କଲେ? ଆଗାମୀ ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ବିଜେପି ଓଡ଼ିଶାରେ ପୂର୍ବଭଳି ନବୀନ ପଟ୍ଟନାୟକଙ୍କୁ ଫାଇଟ୍ ଦେବ ତ? ଓଡ଼ିଶାରେ ବିଜେପିର ଫେସ୍ ଧର୍ମେନ୍ଦ୍ର ନାଁ ଆଉ କିଏ?

କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ବିଭିନ୍ନ ମହଲରେ ଏଭଳି ନାନା ତର୍ଜମା ଚାଲିଛି । ଦଳର ରାଜ୍ୟ ନେତୃତ୍ୱ ଧର୍ମେନ୍ଦ୍ରଙ୍କ ନୂଆ ବିଭାଗକୁ ଉଚ୍ଚା ଦେଖାଇ ଗର୍ବ କରୁଛନ୍ତି । ମୋଦି-ଶାହାଙ୍କ ଏଜେଣ୍ଡାରେ ଧର୍ମେନ୍ଦ୍ରଙ୍କୁ ଅଧିକ ଶକ୍ତିଶାଳୀ କରାଗଲା ବୋଲି ଗୋଟିଏ ମହଲ ଦାବି କରୁଛନ୍ତି । ସେ ଯାହା ବି ହେଉ, ରାଜ୍ୟ ରାଜନୀତି ଓ ଦଳୀୟ ଦୃଷ୍ଟିକୋଣରୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଯାଇଛି ।

ଆଉ ଠିକ୍ ଏତିକିବେଳେ ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ମାଲିକାନାରେ ଚାଲୁଥିବା ମିଡ଼ିଆ ହାଉସ୍ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ହଇଚଇ କଲା ଭଳି ଖବର ପରିବେଷଣ କରିଛି । ଏଥିରେ ଧର୍ମେନ୍ଦ୍ରଙ୍କୁ ଅତ୍ୟନ୍ତ ନ୍ୟୁନ କରି ଉପସ୍ଥାପିତ କରାଯାଇଛି ।

‘ଧର୍ମେନ୍ଦ୍ର ହତାଶ.. ପୁଣି ନିରାଶ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ’ ଶୀର୍ଷକ ଖବରରେ ସରକାର ଓ ସଂଗଠନରେ ଧର୍ମେନ୍ଦ୍ରଙ୍କ ଭାଉ ଉପରେ ପ୍ରଶ୍ନ ଚିହ୍ନ ଲଗାଯାଇଛି । ଏଥିରେ କୁହାଯାଇଛି ଯେ ରାଜ୍ୟସଭାରେ ପିୟୁଷ ଗୋୟଲ୍ ଙ୍କୁ ସଂସଦୀୟ ଦଳର ନେତା ଭାବେ ନିଯୁକ୍ତି ଦିଆଯିବା ଧର୍ମେନ୍ଦ୍ରଙ୍କ ପାଇଁ ଆହୁରି ଝଟକା ହୋଇଛି । ପୂର୍ବରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ତାଙ୍କ ହାତରୁ ପେଟ୍ରୋଲିୟମ୍ ଓ ଇସ୍ପାତ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ କଢ଼ାଯାଇ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିବାରୁ ତାଙ୍କର ଗୁରୁତ୍ୱ କମିଛି ।

କେନ୍ଦ୍ର କ୍ୟାବିନେଟ୍ କମିଟିରେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇଛି । ଅଶ୍ୱିନୀ ବୈଷ୍ଣବଙ୍କୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ କମିଟିରେ ସଦସ୍ୟ କରାଯାଇଛି । ରାଜନୈତିକ ଓ ସଂସଦୀୟ ବ୍ୟାପାର କମିଟିରେ ଅନେକ ଦ୍ୱିତୀୟ ଧାଡ଼ିର ନେତାଙ୍କୁ ସାମିଲ କରାଯାଇଛି । ମାତ୍ର ଧର୍ମେନ୍ଦ୍ରଙ୍କ ନାଁ ଗନ୍ଧ ନାହିଁ ।

କମିଟି, ପଦବୀ ଓ ଦୁଧିଆଳ ବିଭାଗ, ପଦବୀ, କମିଟି ତାଙ୍କର ହାତଛଡ଼ା ହୋଇଥିବାରୁ ବିଜେପି ସଂସଦୀୟ ବୋର୍ଡ ବୈଠକରେ ଧର୍ମେନ୍ଦ୍ର ଆଉ ସାମିଲ ହୋଇପାରିବେ ନାହିଁ ବୋଲି ଏଥିରେ ତାତ୍ସଲ୍ୟ କରାଯାଇଛି ।

ଧର୍ମେନ୍ଦ୍ରଙ୍କୁ ନ୍ୟୁନ କରି ଦେଖାଇବା ପାଇଁ ବୈଜୟନ୍ତଙ୍କର ଏହା ଚତୁର ଚାଲ୍ ବୋଲି ବିଜେପି ମହଲରେ ଚର୍ଚ୍ଚା ହେଉଛି । ଆଗକୁ ଏହା ଭୟଙ୍କର ରୂପ ନେବ ବୋଲି ମଧ୍ୟ କୁହାଯାଉଛି ।

ଗୋଟିଏ ମହଲର କହିବାନୁଯାୟୀ, ବିଜେପିରେ ବୈଜୟନ୍ତଙ୍କର ଉତଥାନ ନ ହେବା ପଛରେ ସେ ଧର୍ମେନ୍ଦ୍ରଙ୍କୁ କଣ୍ଟା ଭାବିଛନ୍ତି । ଦିଲ୍ଲୀରେ ପତିଆରା ଥାଇ ମଧ୍ୟ ଧର୍ମେନ୍ଦ୍ରଙ୍କ ପତିଆରା ଆଗରେ କାଟୁ କରୁ ନ ଥିବାରୁ ନିରାଶ ହୋଇଛନ୍ତି । ଓଡ଼ିଶାରେ ବିଜେପିର ନେତୃତ୍ୱ ନେଇ ନବୀନ ପଟ୍ଟନାୟକଙ୍କ ବିକଳ୍ପ ହେବାକୁ ତାଙ୍କର ସ୍ୱପ୍ନ ଥିଲା । ମାତ୍ର ଧର୍ମେନ୍ଦ୍ରଙ୍କ ଯୋଗୁଁ ତାହା ଧୂଳିସାତ୍ ହୋଇଯାଇଥିବା ତାଙ୍କର ବିଶ୍ୱାସ । ସେଥିପାଇଁ ଧର୍ମେନ୍ଦ୍ରଙ୍କ ଉପରେ ବୈଜୟନ୍ତ ରକ୍ତ ଚାଉଳ ଚୋବାଉଛନ୍ତି । ବୈଜୟନ୍ତଙ୍କ ଭଳି ଉଚ୍ଚାଭିଳାଷୀ ନେତାଙ୍କ କ୍ଷେତ୍ରରେ ଏହା ସ୍ୱାଭାବିକ ପ୍ରକ୍ରିୟା ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମଧ୍ୟ ମନେ କରୁଛନ୍ତି ।

ସୂଚନାଥାଉକି, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ବୈଜୟନ୍ତ ସାମିଲ ହେଉଥିବା ନିର୍ଦ୍ଦିଷ୍ଟ ଦୁଇଟି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏପରିକି ନୂଆ ମନ୍ତ୍ରୀ ତାଲିକା ପ୍ରକାଶ ପାଇବା ପର୍ଯ୍ୟନ୍ତ ବୈଜୟନ୍ତଙ୍କୁ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଦେଖିବାକୁ ମିଳିଥିଲା । ତାଙ୍କୁ ବୈଦେଶିକ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ବି କରି ଦେଇଥିଲେ । ଅନ୍ୟ ଜାତୀୟ ଗଣମାଧ୍ୟମ ପାଖରେ ଏହି ଖବର ନ ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଦୁଇଟି ଚାନେଲ୍ ଏଭଳି ଖବର କରିବା ପଛର କାରଣ ଏବେ ବି ରହସ୍ୟାବୃତ୍ତ ହୋଇରହିଛି ।

ଆହୁରି ରୋଚକ କଥା ହେଉଛି, ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁ ସାମିଲ୍ ହେବା ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ଗୁରୁତ୍ୱପୂର୍ଣ୍ଣ ରେଳ ବିଭାଗ ଦାୟିତ୍ୱ ମିଳିଥିଲେ ମଧ୍ୟ ଟୁଇଟ୍ ମାଷ୍ଟର୍ ବୈଜୟନ୍ତଙ୍କ ଟୁଇଟର ହାଣ୍ଡଲ୍ ରୁ ଅଭିନନ୍ଦନ ଟିଏ ଆସି ନ ଥିଲା । ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଲେ ନାହିଁ । ମନ୍ତ୍ରୀ ପଦ ପାଇବାରେ ବିଫଳ ହେବା କାରଣରୁ ଏହା ତାଙ୍କର ଫ୍ରଷ୍ଟେସନ୍ ହୋଇଥାଇପାରେ ବୋଲି ଦଳର କିଛି ନେତା ଲଘୁ ମନ୍ତବ୍ୟ ଦେଇଛନ୍ତି ।

Previous Post

ନବୀନଙ୍କ କଳା ଟି-ସାର୍ଟ ଓ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା

Next Post

ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍, କଟକଣା ଅଧିକ କୋହଳ

Next Post
ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍, କଟକଣା ଅଧିକ କୋହଳ

ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍, କଟକଣା ଅଧିକ କୋହଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA