Tuesday, June 30, 2026 09:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘୫୦% ସଂରକ୍ଷଣ ସୀମା ହଟାଅ’

ଅମିତ୍ ଶାହାଙ୍କୁ ଭେଟିଲେ ବିଜେଡ଼ି ସଂସଦୀୟ ଦଳ

by Our Correspondent
11 Aug, 2021- 09:43 PM
in Latest News, News
1 min read
0
‘୫୦% ସଂରକ୍ଷଣ ସୀମା ହଟାଅ’

ଭୁୁବନେଶ୍ୱର: ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହୋଇଛି । ଏଣିକି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ନିଜର ଓବିସି ତାଲିକା ନିଜେ ପ୍ରସ୍ତୁତ କରିବାର ବ୍ୟବସ୍ଥା ଥିବାରୁ ଏହାର ବାସ୍ତବ କାର୍ଯ୍ୟକାରିତା ପାଇଁ ବିଜେଡ଼ି ତତ୍ପର ହୋଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ବିଜେଡ଼ି ସଂସଦୀୟ ଦଳ ଆଜି ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି । ୫୦% ସ୍ଥାନ ସଂରକ୍ଷଣ ସୀମା ହଟାଇ ତାହାକୁ ବଢ଼ାଇବା ଏବଂ ଜାତିଭିତ୍ତିକ ଜନଗଣନା ପାଇଁ ପଦକ୍ଷେପ ନେବାକୁ ଏଥିରେ ଦାବି କରାଯାଇଛି ।

ଗୃହମନ୍ତ୍ରୀ ଶ୍ରୀ ଶାହା ଏ ପ୍ରସଙ୍ଗରେ ଓଡ଼ିଶା ସାଂସଦଙ୍କ ଉଦବେଗକୁ ହୃଦୟଙ୍ଗମ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ତେବେ ବିଜେଡ଼ିର ଏହି ଅଭିଯାନକୁ ବିଜେପି ରାଜ୍ୟ ନେତାମାନେ କିନ୍ତୁ ସହଜରେ ଗ୍ରହଣ କରିନାହାନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ବିଜେଡ଼ି ଶ୍ରେୟ ରାଜନୀତି କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।

ସୂଚନାଥାଉକି, ଭୋଟ ରାଜନୀତିରେ ସ୍ଥାନ ସଂରକ୍ଷଣ ମୁଖ୍ୟ ପ୍ରସଙ୍ଗ ଥିବା ବେଳେ ଏହାର ଜଟିଳ ଅଙ୍କ ଅଛିଣ୍ଡା ରହିଛି । ୫୦% ସଂରକ୍ଷଣ ଭିତରେ ଓବିସିଙ୍କୁ ୨୭% ସ୍ଥାନ ସଂରକ୍ଷଣ ଦେବା ଓଡ଼ିଶା ଭଳି ରାଜ୍ୟରେ ସମ୍ଭବ ନୁହେଁ । ଆମ ରାଜ୍ୟରେ ଅନୁସୂଚିତ ଜାତିଙ୍କ ପାଇଁ ୨୨.୫% ଏବଂ ଜନଜାତିଙ୍କ ପାଇଁ ୧୬.୨୫% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଥିବାରୁ ବଳକା ୧୧.୨୫% ରହୁଛି ଓବିସିଙ୍କ ପାଇଁ । ଏ ପରିପ୍ରେକ୍ଷୀରେ ସେମାନେ ନ୍ୟାୟ ପାଇବା ସମ୍ଭବ ହେଉନାହିଁ ।

ଦ୍ୱିତୀୟ ସମସ୍ୟାଟି ହୋଇଛି ଓବିସିଙ୍କ ସଂଖ୍ୟା ଆକଳନ । ଆମ ରାଜ୍ୟରେ ୬୭୧ ବର୍ଗର ଓବିସି/ଏସିବିସି ରହିଥିଲେ ମଧ୍ୟ ସେମାନଙ୍କ ପ୍ରକୃତ ସଂଖ୍ୟା ଜଣାନାହିଁ । ଜାତିଭିତ୍ତିକ ଜନଗଣନା ହେଉ ନ ଥିବାରୁ ସେମାନଙ୍କ ସଂଖ୍ୟା ଜାଣିବା ସମ୍ଭବ ନୁହେଁ । ଶେଷଥର ପାଇଁ ଆନୁଷ୍ଠାନିକ ଭାବେ ୧୯୩୧ ମସିହାରେ ଦେଶରେ ଜାତିଭିତ୍ତିକ ଜନଗଣନା ହୋଇଥିଲା । ଏହାପରେ ୨୦୧୧ ମସିହାରେ ଜାତିଭିତ୍ତିକ ଜନଗଣନା କାର୍ଯ୍ୟ ହୋଇଥିଲେ ମଧ୍ୟ ତାହା ପ୍ରକାଶ କରାଗଲାନି ।

୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ଓବିସି ଓ ଏସଇବିସି ବର୍ଗଙ୍କ ସ୍ପଷ୍ଟ ଚିତ୍ର ସାମନାକୁ ଆଣି ସେମାନଙ୍କ ବିକାଶ ଯୋଜନା କରିବାକୁ ରାଜ୍ୟ ସରକାର ଆଗ୍ରହ ଦେଖାଇଥିଲେ । ୨୦୨୦ ଅଗଷ୍ଟ ମାସରେ ରାଜ୍ୟ କ୍ୟାବିନେଟ୍ ରେ ଏ ସମ୍ପର୍କରେ ଏକ ସଂକଳ୍ପ ପାରିତ ହୋଇଥିଲା । ପରବର୍ତ୍ତୀ ସମୟରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖିଥିଲେ । ୨୦୨୧ ଜନଗଣନା ବେଳେ ଓବିସି ଓ ଏସଇବିସି ବଗ ଅନ୍ତର୍ଭୁକ୍ତ ଜାତିଭିତ୍ତିକ ଜନଗଣନା ପାଇଁ ନିବେଦନ କରିଥିଲେ । ମାତ୍ର କେନ୍ଦ୍ର ସରକାର ରାଜି ହୋଇ ନ ଥିଲେ ।

ଏବେ ପାର୍ଲିଆମେଣ୍ଟରେ ବିନା ବିରୋଧରେ ୧୨୭ତମ ସମ୍ବିଧାନ ବିଲ୍ ପାରିତ ହେଲା ପରେ ସବୁ ରାଜ୍ୟ ପାଇଁ ଜଟିଳ ଗଣିତର ସମାଧାନ ବାଟ ଫିଟିଛି । ସଂରକ୍ଷଣ ସୀମା ୫୦% ରୁ ଅଧିକ ବୃଦ୍ଧି ଏବଂ ଜାତିଭିତ୍ତିକ ଜନଗଣନା ଜରୁରୀ ଆବଶ୍ୟକତା ହୋଇଛି । ଏହି ପରିପ୍ରେକ୍ଷୀରେ କାଳ ବିଳମ୍ବ ନ କରି ବିଜେଡ଼ି ସଂସଦୀୟ ଦଳ ଆଜି ଗୃହମନ୍ତ୍ରୀଙ୍କୁ ଭେଟିବା ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱ ବହନ କରିଛି ।

Previous Post

ବୀରେନ୍ଦ୍ର, ଅମିତ୍ ଙ୍କୁ ଅଢ଼େଇ କୋଟି ସାଙ୍ଗକୁ ଡିଏସପି ଚାକିରି

Next Post

ପାଷ୍ଟ୍ କୁ ଫାଷ୍ଟ୍ ଭୁଲନ୍ତି ସୌମ୍ୟ !

Next Post
ପାଷ୍ଟ୍ କୁ ଫାଷ୍ଟ୍ ଭୁଲନ୍ତି ସୌମ୍ୟ !

ପାଷ୍ଟ୍ କୁ ଫାଷ୍ଟ୍ ଭୁଲନ୍ତି ସୌମ୍ୟ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA