Saturday, July 4, 2026 09:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆସିଗଲା ପିପିଲି ଉପନିର୍ବାଚନ

ସେପ୍ଟେମ୍ବର ୩୦ ଭୋଟ, ଅକ୍ଟୋବର ୩ ଗଣତି

by Our Correspondent
04 Sep, 2021- 07:51 PM
in Latest News, News, Politics
1 min read
0
ଆସିଗଲା ପିପିଲି ଉପନିର୍ବାଚନ

ଭୁବନେଶ୍ୱର: କରୋନା କାରଣରୁ ସ୍ଥଗିତ ରହିଥିବା ପିପିଲି ଉପନିର୍ବାଚନର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସେପ୍ଟେମ୍ବର ୩୦ ରେ ଭୋଟ ଏବଂ ଅକ୍ଟୋବର ୩ ରେ ଗଣତି ହେବ । ପୂର୍ବରୁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର କାଏମ ରହିଥିବାରୁ ପୁନଶ୍ଚ ପ୍ରାର୍ଥୀପତ୍ର ଦାଖଲର ଆବଶ୍ୟକତା ନାହିଁ । ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।

ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଉପନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି । ସେପ୍ଟେମ୍ବର ୨୦ ରୁ ନିର୍ବାଚନ ପ୍ରଚାର ହେବ । ଇନଡୋର ମିଟିଂରେ କ୍ଷମତାର ୩୦% କିମ୍ବା ୨୦୦ରୁ କମ୍ ଲୋକଙ୍କୁ ଅନୁମତି ଦିଆଯିବ । ଷ୍ଟାର୍ କ୍ୟାମ୍ପେନର୍ ଥିବା ଆଉଟଡୋର ମିଟିଂରେ ୧ ହଜାର ଲୋକଙ୍କୁ ଅନୁମତି ଦିଆଯିବ । ଅନ୍ୟ ଆଉଟଡୋର ପ୍ରଚାର ବେଳେ ୫୦୦ ଲୋକଙ୍କୁ ଅନୁମତି ଦିଆଯିବ ।

ତେବେ ରୋଡ୍ ଶୋ’, ବାଇକ୍ ଓ ସାଇକେଲ୍ ରାଲି ହୋଇପାରିବ ନାହିଁ । ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ବେଳେ ପ୍ରାର୍ଥୀଙ୍କ ସହ ୫ ଜଣଙ୍କୁ ଅନୁମତି ଦିଆଯିବ । ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି । ବିଜେଡ଼ିରୁ ରୁଦ୍ର ପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସରୁ ବିଶ୍ୱକେତନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି । ଅନ୍ୟାନ୍ୟ ଦଳରୁ ୭ ପ୍ରାର୍ଥୀ ଥିବା ବେଳେ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି ।

ସୂଚନାଯୋଗ୍ୟ, ବିଧାୟକ ପ୍ରଦୀପ ମହାରଥୀଙ୍କର ପରଲୋକ ଯୋଗୁଁ ଉପନିର୍ବାଚନ ହେଉଛି । ଗତ ଏପ୍ରିଲ୍ ୧୭ ରେ ଏହା ହେବାର ଥିଲା । ମାତ୍ର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତୁ୍ୟ ଯୋଗୁଁ ତାହା ସ୍ଥଗିତ ରହିଥିଲା । ପରବର୍ତ୍ତୀ ସମୟରେ ମେ’ ୧୩ କୁ ଉପନିର୍ବାଚନ ତାରିଖ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଇଦ ଉଲ୍ ଫିତର ପାଇଁ ତାହା ମେ ୧୬ କୁ ଘୁଞ୍ଚିଥିଲା । ତେବେ କରୋନାର ପ୍ରକୋପ ବଢ଼ିବାରୁ ନିର୍ବାଚନ କମିଶନ ଉପନିର୍ବାଚନ ପୁଣି ସ୍ଥଗିତ ଘୋଷଣା କରିଥିଲେ ।

Previous Post

ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ

Next Post

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ ସୂତ୍ରୀ ଲକ୍ଷ୍ୟ

Next Post
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ ସୂତ୍ରୀ ଲକ୍ଷ୍ୟ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ ସୂତ୍ରୀ ଲକ୍ଷ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA