Monday, May 11, 2026 05:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡ୍ରେନ୍ ରେ ଭାସିଗଲେ ଦଶମ ଛାତ୍ର

ପତ୍ତା ମିଳୁନି, ସକାଳୁ ପୁଣି ଖୋଜାଯିବ

by Our Correspondent
19 Sep, 2021- 10:52 PM
in Latest News, News
1 min read
0
ଡ୍ରେନ୍ ରେ ଭାସିଗଲେ ଦଶମ ଛାତ୍ର

ଭୁବନେଶ୍ୱର: ଅତ୍ୟନ୍ତ ହୃଦୟ ବିଦାରକ ଓ ଦୁଃଖଦାୟକ ଘଟଣା । ସାଇକେଲରେ ଟ୍ୟୁସନ୍ ଯାଉଥିବା ରାଜଧାନୀର ଜଣେ ଦଶମ ଶ୍ରେଣୀ ଛାତ୍ର ବର୍ଷା ପାଣିର ସୁଅ ଛୁଟିଥିବା ମୁକୁଳା ଡ୍ରେନ୍ ରେ ପଡ଼ି ଭାସି ଯାଇଛନ୍ତି । ଦିନ ଦୁଇଟାରୁ ଖୋଜା ଚାଲିଥିଲେ ମଧ୍ୟ ତାଙ୍କର ପତ୍ତା ମିଳୁନାହିଁ । ପୁଲିସ, ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ତେବେ ରାତି ହୋଇଯିବାରୁ ସର୍ଚ୍ଚ ଅପରେସନ୍ କୁ ବନ୍ଦ କରାଯାଇଛି । ଆସନ୍ତାକାଲି ସକାଳୁ ଏହା ପୁଣି ଚାଲିବ ।

ଡ୍ରେନ୍ ରେ ଭାସିଯାଇଥିବା ଛାତ୍ର ଜଣକ ହେଲେ ଜ୍ୟୋତିର୍ମୟ ବେହେରା । ବୟସ ୧୫ ବର୍ଷ । ବରମୁଣ୍ଡା ପାଲାମଣ୍ଡପ ସାହିରେ ଘର । ସରସ୍ୱତୀ ଶିଶୁ ମନ୍ଦିରରେ ପାଠ ପଢୁଥିଲେ । ସବୁଦିନ ଭଳି ଆଜି ମଧ୍ୟ ଅପରାହ୍ନ ଦୁଇଟାରେ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀକୁ ଟ୍ୟୁସନ୍ ପାଇଁ ଘରୁ ବାହାରିଥିଲେ । ପ୍ରବଳ ବର୍ଷା ହୋଇଥିବାରୁ ଟ୍ୟୁସନ୍ ଯିବା ପାଇଁ ତାଙ୍କ ମା’ ବାରଣ କରିଥିଲେ ମଧ୍ୟ ଜ୍ୟୋତିର୍ମୟ ଶୁଣି ନ ଥିଲେ । ସାର୍ ଙ୍କୁ ସଂସ୍କୃତ କପି ଦେବାର ଅଛି କହି ସାଇକେଲ୍ ରେ ବାହାରି ଯାଇଥିଲେ ।

ପ୍ରବଳ ବର୍ଷା ଯୋଗୁଁ ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀ ଅଞ୍ଚଳରେ ପାଣି ଜମିଥିବାରୁ ଜ୍ୟୋତିର୍ମୟ ରାସ୍ତାରେ ଭାରସାମ୍ୟ ହରାଇଥିବା ଅନୁମାନ କରାଯାଉଛି । ସାଇକେଲରୁ  ସିଧା ମୁକୁଳା ଡ୍ରେନ୍ ରେ ଖସି ପଡ଼ିଥିଲେ । ଆଉ ଡ୍ରେନ୍ ପାଣିର ପ୍ରବଳ ସ୍ରୋତରେ ଭାସିଯାଇଥିଲେ । ଦୁଇଜଣ ଯୁବକ ଏହା ଦୂରରୁ ଦେଖିଲା ପରେ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ତେବେ ସାଇକେଲ୍ ଟିକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ପିଲାଟିକୁ ଉଦ୍ଧାର କରିବା ସମ୍ଭବ ହୋଇ ନ ଥିଲା ।

ପ୍ରାୟ ତିନିବର୍ଷ ତଳେ ଭୁବନେଶ୍ୱରର ସାଲିଆସାହିସ୍ଥିତ ଏକାମ୍ର ଭିଲ୍ଲା ଛକରେ ଏଭଳି ଏକ ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା । ବିଏମସିର ମୁକୁଳା ଡ୍ରେନ୍ ରେ ପଡ଼ିଯାଇ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ । ତେବେ ବିଏମସି କର୍ତ୍ତୃପକ୍ଷ ସେହି ଘଟଣାରୁ କିଛି ଶିକ୍ଷାଲାଭ କରିନାହାନ୍ତି ।

ରାଜଧାନୀର ଅନେକ ଜାଗାରେ ଡ୍ରେନ୍ ମୁକୁଳା ପଡ଼ି ଲୋକଙ୍କ ଜୀବନ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଛି । କୌଣସି ପରିସ୍ଥିତିରେ ଡ୍ରେନ୍ ମୁକୁଳା ରହିବନି ବୋଲି ଅଦାଲତଙ୍କ ଆଦେଶକୁ ମଧ୍ୟ ବିଏମସି ପାଳନ କରିବାରେ ସମର୍ଥ ହୋଇନି । ବିଏମସି କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଆଜି ପୁଣି ଅଘଟଣ ଘଟିଲା ବୋଲି ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Previous Post

‘ଓଡ଼ିଶା ମୋ ପରିବାର’ ସହାୟତାର ହାତ

Next Post

ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

Next Post
ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA