ଭୁୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୁରୁଲ ଗ୍ରାମର ୪୫ ବର୍ଷିୟା ବି ଈଶ୍ଵରୀ ରେଡ଼ି ନାମକ ଜଣେ ମହିଳା ସଡ଼କ ଦୁର୍ଘଟଣାରେ ଆହତ ହୋଇ ଏମ୍.କେ.ସିଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ସଙ୍ଗେସଙ୍ଗେ ତାଙ୍କ ପରିବାର ସଦସ୍ୟ ତାଙ୍କୁ କଟକ ବଡ ମେଡ଼ିକାଲକୁ ନେଇଯାଇଥିଲେ ଏବଂ ସେଠାରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା ।
ପରିବାର ସଦସ୍ୟ ଅସହାୟ ହୋଇ ଓଡ଼ିଶା-ମୋ ପରିବାରକୁ ଏ ସମ୍ପର୍କରେ ଜଣାଇଥିଲେ ଏବଂ ଈଶ୍ଵରୀଙ୍କ ପାର୍ଥିବ ଶରୀରକୁ ତାଙ୍କ ଗ୍ରାମକୁ ନେବାକୁ ଓଡ଼ିଶା-ମୋ ପରିବାରର ସହଯୋଗ ଲୋଡିଥିଲେ । ସଙ୍ଗେସଙ୍ଗେ ଓଡ଼ିଶା-ମୋ ପରିବାର କଟକ ବଡ ମେଡ଼ିକାଲ ହେଲ୍ପଡ଼େସ୍କ ସଞ୍ଚାଳକ ତୁରନ୍ତ ଓଡ଼ିଶା-ମୋ ପରିବାର ଜୀବନବିନ୍ଦୁ କଟକ ସିଟି ସଂଯୋଜକ ଶ୍ରୀ ରଞ୍ଜନ ବିଶ୍ଵାଳଙ୍କ ମାଧ୍ୟମରେ କଟକ ବଡ ମେଡ଼ିକାଲର ଅଧକ୍ଷ୍ୟଙ୍କ ସହ କଥାବାର୍ତ୍ତା ହୋଇ ଈଶ୍ଵରୀଙ୍କ ଶବକୁ ବ୍ୟବଛେଦ କରାଇଥିଲେ ଏବଂ ଓଡ଼ିଶା-ମୋ ପରିବାର ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ ଈଶ୍ଵରୀଙ୍କ ପାର୍ଥିବ ଶରୀରକୁ ତାଙ୍କ ଗ୍ରାମକୁ ପଠାଯାଇଥିଲା ।
ଏହି ସମୟରେ ଓଡ଼ିଶା-ମୋ ପରିବାର କଟକ ବଡ ମେଡ଼ିକାଲର ହେଲ୍ପଡ଼େସ୍କ ସଞ୍ଚାଳକ ସଂଦୀପ ରଥ ଓ ସନ୍ତୋଷ ଦାସ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ତାଙ୍କର ଏଭଳି ଅସହାୟ ପରିସ୍ଥିତିରେ ତାଙ୍କୁ ଓଡ଼ିଶା-ମୋ ପରିବାର ସହଯୋଗର ହାତ ବଢାଇଥିବାରୁ ଈଶ୍ଵରୀଙ୍କ ପରିବାର ସଦସ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାର ନିକଟରେ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।