Monday, May 11, 2026 06:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆରପାରିରେ ମନୋରମା ମହାପାତ୍ର

by Our Correspondent
18 Sep, 2021- 08:22 PM
in Latest News, News
1 min read
0
ଆରପାରିରେ ମନୋରମା ମହାପାତ୍ର

କଟକ: ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ୍ ତଥା ‘ସମାଜ’ ର ପୂର୍ବତନ ସମ୍ପାଦିକା ଡକ୍ଟର ମନୋରମା ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କୁ ୮୭ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ କଷ୍ଟ ଭୋଗୁଥିବା ଶ୍ରୀମତୀ ମହାପାତ୍ର ଅପରାହ୍ନରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଚିକିତ୍ସା ପାଇଁ ତାଙ୍କୁ ଏସସିବି ମେଡ଼ିକାଲ ଅଣାଯାଇଥିଲା । ମାତ୍ର ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଶ୍ରୀମତୀ ମହାପାତ୍ରଙ୍କ ବିୟୋଗ ଯୋଗୁଁ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ମହାନ୍ ବ୍ୟକ୍ତିତ୍ୱ ତଥା ‘ସମାଜ’ ର ପୂର୍ବତନ ସମ୍ପାଦକ ଡକ୍ଟର ରାଧାନାଥ ରଥଙ୍କ କନ୍ୟା ହେଉଛନ୍ତି ମନୋରମା ମହାପାତ୍ର । ୧୯୩୪ ମସିହା ଜୁନ୍ ୧୦ ତାରିଖରେ ଆଠଗଡ଼ରେ ଜନ୍ମଗ୍ରହଣ କରିଥିଲେ । ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ମନୋରମା ପିଲାଦିନୁ ମେଧାବୀ ଛାତ୍ରୀ ସାଙ୍ଗକୁ ସାହିତ୍ୟ ସଂସ୍କୃତି ଅନୁରାଗୀ ଥିଲେ । ପରବର୍ତ୍ତୀ ସମୟରେ ଅର୍ଥନୀତି ଅଧ୍ୟାପନାକୁ ପେଶା କରିଥିଲେ ମଧ୍ୟ ସାହିତ୍ୟ ଓ ସମାଜସେବାରେ ବ୍ରତୀ ହୋଇଥିଲେ ।

ଏକାଧାରରେ ସେ ଥିଲେ ଜଣେ ଉତ୍ତମ ଅଧ୍ୟାପିକା, ସୁସାହିତ୍ୟିକା, ସୁବକ୍ତା, ଗବେଷକ, ସଂସ୍କୃତି ପ୍ରେମୀ, ସାମ୍ବାଦିକ ତଥା ସମାଜସେବୀ । ଜଗନ୍ନାଥ ସଂସ୍କୃତି ଉପରେ ତାଙ୍କର ଅଗାଧ୍ୟ ପାଣ୍ଡିତ୍ୟ ଥିଲା । ପ୍ରତିବର୍ଷ ରଥଯାତ୍ରାରେ ତାଙ୍କ ମୁହଁରୁ ଧାରା ବିବରଣୀ ଶୁଣିବାକୁ ଲୋକମାନେ ପାଗଳ ହେଉଥିଲେ । ବାପା ରାଧାନାଥଙ୍କ ନିଧନ ପରେ ୧୯୯୮ ମସିହାରେ ସମାଜର ସମ୍ପାଦକ ଦାୟିତ୍ୱ ନେଇଥିଲେ ସେ ।

୪୦ରୁ ଅଧିକ ଗଳ୍ପ ଓ କବିତା ସଙ୍କଳନର ସ୍ରଷ୍ଟା ମନୋରମା ମହାପାତ୍ର ତାଙ୍କର ସାରସ୍ୱତ ସାଧାନା ପାଇଁ ଅନେକ ସମ୍ମାନ ଓ ପୁରସ୍କାର ପାଇଥିଲେ । ୧୯୬୭ ରେ ଝଙ୍କାର ପୁରସ୍କାର, ୧୯୮୪ ରେ ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୮ ରେ ସୋଭିଏତ୍ ନେହେରୁ ଆୱାର୍ଡ, ୧୯୮୪ ରେ ସାରଳା ପୁରସ୍କାର ସମେତ ଉକ୍ରଳ ସାହିତ୍ୟ ସମାଜ ପୁରସ୍କାର, ସୁଚରିତା ସମ୍ମାନ, କାଦମ୍ବିନୀ ସମ୍ମାନ, ଗଙ୍ଗାଧର ମେହେର ସାହିତ୍ୟ ସମ୍ମାନ, କ୍ରିଟିକ୍ ସର୍କଲ୍ ଅଫ ଇଣ୍ଡିଆ ଆୱାର୍ଡ, ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର ସମ୍ମାନ, ରେଭେନସା ସମ୍ମାନ ପାଇଥିଲେ ଶ୍ରୀମତୀ ମହାପାତ୍ର ।

ଶ୍ରୀମତୀ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ବିୟୋଗରେ ଓଡ଼ିଶା ଜଣେ ବାଗ୍ମୀ ତଥା ମହିୟସୀ ମହିଳାଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଜଣେ ଶିକ୍ଷାବିତ୍, ସାହିତ୍ୟିକ ତଥା ସୁବକ୍ତା ଭାବରେ ସ୍ୱର୍ଗତ ମହାପାତ୍ର ଓଡ଼ିଆ ସାରସ୍ୱତ ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ଯାଇଛନ୍ତି । ବିଭିନ୍ନ ସାମାଜିକ ସମସ୍ୟା, ବିଶେଷ କରି ନାରୀମାନଙ୍କ ଅଧିକାର ଓ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସମାଜର ସମ୍ପାଦିକା ଭାବରେ ସେ ସାମ୍ବାଦିକତା କ୍ଷେତ୍ରରେ ଉଚ୍ଚ ଆଦର୍ଶ ବଜାୟ ରଖିଥିଲେ । ଲୋକସେବକ ମଣ୍ଡଳର ସଦସ୍ୟ ଭାବରେ ସମାଜ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Previous Post

ଭିନ୍ନକ୍ଷମ ମେଧାବୀ ଛାତ୍ରଙ୍କ ବକେୟା ସ୍କୁଲ ଫି’ ପାଇଁ ପୈତୃକ ସମ୍ପତ୍ତି ବନ୍ଧକ

Next Post

‘ଓଡ଼ିଶା ମୋ ପରିବାର’ ସହାୟତାର ହାତ

Next Post
‘ଓଡ଼ିଶା ମୋ ପରିବାର’ ସହାୟତାର ହାତ

'ଓଡ଼ିଶା ମୋ ପରିବାର' ସହାୟତାର ହାତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA