Monday, May 11, 2026 04:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

ଚର୍ଚ୍ଚାରେ ସାଂସଦ ଅପରାଜିତାଙ୍କ ଗୋଟିଚାଳନା

by Our Correspondent
20 Sep, 2021- 09:09 AM
in Latest News, News, Politics
1 min read
0
ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

ଭୁୁବନେଶ୍ୱର: ଏକଦା ଧର୍ମେନ୍ଦ୍ର ପ୍ରଧାନ ନ ଚାହିଁଲେ ଓଡ଼ିଶା ବିଜେପିରେ ପତ୍ର ହଲୁ ନ ଥିଲା । ଧର୍ମେନ୍ଦ୍ରଙ୍କ ସାନ୍ନିଧ୍ୟ ପାଇବା ପାଇଁ ଦଳୀୟ ନେତାମାନେ ବ୍ୟାକୁଳ ହେଉଥିଲେ । ମାତ୍ର ଏବେ ସେହି ସ୍ଥିତି ନାହିଁ କହିଲେ ଚଳେ । କେନ୍ଦ୍ରରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ଓ ପତିଆରା ବଢ଼ୁଥିଲେ ମଧ୍ୟ ରାଜ୍ୟ ବିଜେପିରେ ତାଙ୍କର ଗ୍ରହଣୀୟତା ସେଭଳି ନାହିଁ । ଅନୁଗୃହୀତ ଅଧିକାଂଶ ନେତା ଧୀରେ ଧୀରେ ତାଙ୍କ ପାଖ ଛାଡୁଛନ୍ତି । ଏହିକ୍ରମରେ ୧୨ ବିଧାୟକ ଓ ୬ ସାଂସଦ ଧର୍ମେନ୍ଦ୍ରଙ୍କ ଉପରୁ ମୁହଁ ଫେରାଇଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

ଗତ କିଛି ଦିନର ଘଟଣାକ୍ରମରୁ ଦଳରେ ଧର୍ମେନ୍ଦ୍ର ବିରୋଧୀ ମେଳି ଦାନା ବାନ୍ଧୁଥିବା ସ୍ପଷ୍ଟ ହେଲାଣି । ଧର୍ମେନ୍ଦ୍ରଙ୍କୁ ନେଇ ଅସନ୍ତୁଷ୍ଟ ଥିବା ନେତାଙ୍କୁ ଏକାଠି କରିବାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଚ୍ଛନ୍ନ ଭୂମିକା ସାମନାକୁ ଆସୁଛି । ବୈଜୟନ୍ତ ପଣ୍ଡାଙ୍କ ଭଳି ଉଚ୍ଚାକାଂକ୍ଷୀ ନେତା ଏଥିପାଇଁ ଭରପୂର ସହଯୋଗ ଦେଉଛନ୍ତି । ନିଜସ୍ୱ ପ୍ରଭାବ ନଥିବାରୁ ଅପରାଜିତାଙ୍କ କାନି ଧରିଛନ୍ତି । ରାଜ୍ୟରେ ଧର୍ମେନ୍ଦ୍ରଙ୍କ ପ୍ରଭାବକୁ ଚେକ୍ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି ।

କିଛି ଦିନ ତଳେ ଅପରାଜିତାଙ୍କ ମେ ଫେୟାର ପାର୍ଟିକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ପୁଅର କ୍ୟାରିୟର୍ ସଫଳତା ଆଳରେ ମେ ଫେୟାର ହୋଟେଲରେ ସେ ଦେଇଥିବା ପାର୍ଟି ପଛରେ ଯେ ଭିନ୍ନ ଉଦ୍ଦେଶ୍ୟ ଥିବା କୁହାଯାଉଛି । ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ପ୍ରତାପ ଷଡ଼ଙ୍ଗୀ, ଜୁଏଲ୍ ଓରାମ୍, ସୁରେଶ ପୂଜାରୀଙ୍କୁ ଏକାଠି କରି ହାଇକମାଣ୍ଡଙ୍କୁ ଭିନ୍ନ ବାର୍ତ୍ତା ଦେବା ପାଇଁ ଚେଷ୍ଟା କରିଥିଲେ ମ୍ୟାଡାମ୍ । ହାଇକମାଣ୍ଡଙ୍କୁ ଜଣାଇବାକୁ ଚାହିଁଥିଲେ, ଓଡ଼ିଶାରେ ଦଳ ପାଇଁ ବିକଳ୍ପ ବ୍ୟବସ୍ଥା ନକଲେ ଅସୁବିଧା ହେବ ।

ଅନ୍ୟ ଘଟଣାକ୍ରମରେ, ନିକଟରେ ଅପରାଜିତା ଷଡ଼ଙ୍ଗୀ ଦିଲ୍ଲୀରେ ଜେ.ପି.ନଡ୍ଡାଙ୍କୁ ଭେଟି ଓଡ଼ିଶାରେ ବିଜେଡ଼ିକୁ ଧରାଶାୟୀ କରିବା ଏବଂ ବିଜେପିକୁ କ୍ଷମତାକୁ ଆଣିବାର ଏକ ବ୍ଲୁ ପ୍ରିଣ୍ଟ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହା ଅବଗତ କରିବା ପାଇଁ ନଡ୍ଡା ତାଙ୍କୁ ପଠାଇଥିଲେ । ଅପରାଜିତାଙ୍କ ଅଭିପ୍ରାୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଜାଣିବା ପରେ ଆଗ ଗୁଜୁରାଟ ଯାଇ ସେଠାକାର ମଡ଼େଲ ଅନୁଧ୍ୟାନ କରିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ଆଲୋଚନା କରି ଏକ ଟିମ୍ ଗୁଜୁରାଟ ଯିବାକୁ ଅପରାଜିତାଙ୍କ ଉପରେ ଶ୍ରୀ ନଡ୍ଡା ଦାୟିତ୍ୱନ୍ୟସ୍ତ କରିଥିଲେ ।

ରୋଚକ କଥାଟି ହେଉଛି, ଅପରାଜିତା ନିଜର ପ୍ରତିପତ୍ତି ବଢ଼ାଇବାକୁ ଏହାକୁ ଏକ ଉତ୍ତମ ସୁଯୋଗ ଭାବି ଗୋଟିଚାଳନା କଲେ । ତାଙ୍କ କାନି ଧରିଥିବା ଧର୍ମେନ୍ଦ୍ରଙ୍କ କ୍ୟାମ୍ପର୍ ଚିହ୍ନା ମୁହଁଙ୍କୁ ଏଥିରେ ପ୍ରାଧାନ୍ୟ ଦେଲେ ।

ଟିମ୍ ରେ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଉପସଭାପତି ଭୃଗୁ ବକ୍ସିପାତ୍ର, ବିଧାୟକ ନାଉରୀ ନାଏକ, ଡ. ମୁକେଶ ମହାଲିଙ୍ଗ, ସମ୍ପାଦକ ଅଭିମନ୍ୟୁ ସେଠୀ, ପୂର୍ବତନ ସାଧାରଣ ସମ୍ପାଦକ ସାରଦା ଶତପଥୀ, ପୂର୍ବତନ ସମ୍ପାଦକ ଅଶୋକ ମିଶ୍ର ଓ ଦଳ ଆଇଟି ବିଭାଗର ପ୍ରମୁଖ ସ୍ୱୟଂ ପ୍ରକାଶ ବରାଳ ଗୁଜୁରାଟ୍ ଯାଇଛନ୍ତି ।

ଇତିମଧ୍ୟରେ ରାଜ୍ୟ ସଭାପତି ସମୀର ମହାନ୍ତି ଓ ସଂଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କୁ ହଠାତ୍ ଦିଲ୍ଲୀ ଡ଼କାଯାଇଥିଲା । ଓଡ଼ିଶାରେ ଦଳର ସାଂଗଠନିକ ବ୍ୟାପାର ଉପରେ ସଭାପତି ଜେ.ପି. ନଡ୍ଡା, ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ.ସନ୍ତୋଷ ଏବଂ ଅନ୍ୟ କେନ୍ଦ୍ରୀୟ ନେତାମାନେ ଭିନ୍ନ ଭିନ୍ନ ସମୟରେ ଏହି ଦୁଇ ନେତାଙ୍କ ସହ ପୃଥକ୍ ଭାବେ ବ୍ୟାପକ ବିଚାର ବିମର୍ଷ କରିଥିଲେ ।

ସୂଚନାଥାଉକି, ସମୀର ମହାନ୍ତି ଧର୍ମେନ୍ଦ୍ରଙ୍କ ସମର୍ଥକ ହୋଇଥିବା ବେଳେ ମାନସ ମହାନ୍ତି ଧର୍ମେନ୍ଦ୍ରଙ୍କ ବିରୋଧୀ ଭାବେ ଜଣାଶୁଣା । ନଡ୍ଡାଙ୍କ ଦିଲ୍ଲୀ ଡାକରା ଓ ଆଲୋଚନାରୁ ରାଜ୍ୟ ସଂଗଠନରେ ଗଡ଼ବଡ଼ିଆ ହାଇକମାଣ୍ଡଙ୍କ ନଜରକୁ ଆସିଛି । ଏହାକୁ ବିଶ୍ୱାସ କଲେ, ଦଳୀୟ ସଂଗଠନରେ ଖୁବ୍ ଶୀଘ୍ର ବଡ଼ ଧରଣର ପରିବର୍ତ୍ତନ ଅବଶ୍ୟମ୍ଭାବୀ ବୋଲି କୁହାଯାଉଛି ।

ତେବେ ସେ ଯାହା ହେଉ ନା କାହିଁକି, କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସାଙ୍ଗକୁ ଉତ୍ତରପ୍ରଦେଶ ଭଳି ରାଜ୍ୟର ପ୍ରଭାରୀ ଦାୟିତ୍ୱ ପାଇଥିବା ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ତାଙ୍କ ପାଇଁ ବିପଦ ସୃଷ୍ଟି କରିଥିବା ନେତାମାନଙ୍କୁ କିଭଳି ହାଣ୍ଡଲ୍ କରିବେ ତାହା ଏବେ ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇଛି ।

ଶିକ୍ଷାମନ୍ତ୍ରୀ ଦାୟିତ୍ୱ ନେଲା ପରେ ଗତମାସରେ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ କାଳରେ ଧର୍ମେନ୍ଦ୍ରଙ୍କ କାର୍ଯ୍ୟକଳାପରୁ କିଛିଟା ଭିନ୍ନ ଆଭାସ ମିଳିଥିଲା । ବିଜୟ ମହାପାତ୍ରଙ୍କୁ ତାଙ୍କ ଘରେ ଭେଟି ନିବୃତ୍ତ ଆଲୋଚନା କରିବା ଏବଂ ବିଭିନ୍ନ ବର୍ଗର ଦଳୀୟ ନେତାଙ୍କୁ ଭେଟିବା ନୂଆ ସଙ୍କେତ ଦେଇଥିଲା । ଏଣିକି ସମସ୍ତଙ୍କୁ ନେଇ ସେ ଚାଲିବେ ବୋଲି ସମ୍ଭବତଃ ଧର୍ମେନ୍ଦ୍ର ବାର୍ତ୍ତା ଦେବାକୁ ଚାହିଁଥିଲେ ।

ସେପଟେ ଅପରାଜିତା ଷଡ଼ଙ୍ଗୀ ନିଜକୁ ଦଳର କ୍ଷମତାକେନ୍ଦ୍ର ଭାବେ ରଖିବାକୁ ଚାହୁଁଥିଲେ ମଧ୍ୟ ସାଂଗଠନିକ କାର୍ଯ୍ୟ ବଦଳରେ ନିଜସ୍ୱ ସମାନ୍ତରାଳ ସଂଗଠନ ଗଢ଼ୁଥିବାରୁ ଏହା ତାଙ୍କ ପାଇଁ ବୁମେରାଂ ହୋଇପାରେ । ରାଜନୀତିରେ ସାମୟିକ ଲୋକପ୍ରିୟତାରେ ନେତୃତ୍ୱ ଜାହିର କରାଯାଇପାରେନା । ଅପରାଜିତା ଏଥିରୁ ଶିକ୍ଷାଲାଭ କରି ଆଗକୁ ବଢ଼ିବା ଉଚିତ୍ ବୋଲି ବିଜେପି ମହଲରେ ଆଲୋଚନା ହେଉଛି ।

Previous Post

ଡ୍ରେନ୍ ରେ ଭାସିଗଲେ ଦଶମ ଛାତ୍ର

Next Post

ଡ୍ରେନ୍ ରୁ ମିଳିଲା ଛାତ୍ରଙ୍କ ମୃତଦେହ

Next Post
ଡ୍ରେନ୍ ରୁ ମିଳିଲା ଛାତ୍ରଙ୍କ ମୃତଦେହ

ଡ୍ରେନ୍ ରୁ ମିଳିଲା ଛାତ୍ରଙ୍କ ମୃତଦେହ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA