Monday, May 11, 2026 12:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅରିନ୍ଦମଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ?

by Our Correspondent
25 Sep, 2021- 12:44 PM
in Latest News, News
1 min read
0
ଅରିନ୍ଦମଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ?

ଭୁୁବନେଶ୍ୱର: ଆମେରିକାରେ ମୋଦି, ଆଉ ସାରା ଦେଶ ଅନାଇ ରହିଥିଲା ହ୍ୱାଇଟ୍ ହାଉସର ସେହି ବହୁ ପ୍ରତୀକ୍ଷିତ ସମୟକୁ । ମାନେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଜୋ ବିଡେନଙ୍କ ୱାନ୍-ଟୁ-ୱାନ୍ ସାକ୍ଷାତକୁ । ଆଉ ତା ପରବର୍ତ୍ତୀ କ୍ୱାଡ୍ ବୈଠକକୁ । ପୁଣି ସକାଳୁ ସକାଳୁ ଶେୟାର୍ ମାର୍କେଟରେ ଦେଖିବାକୁ ମିଳିଲା ବୁଲ୍ ରନ୍ । ମାର୍କେଟ୍ ଖୋଲୁ ଖୋଲୁ ୬୦ ହଜାର ପଏଣ୍ଟ ଉପରକୁ ଉଠିଗଲା, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ । କିନ୍ତୁ ଟିଭି ଖୋଲିଲା ବେଳକୁ ଲାଗୁଥିଲା, ସତେ ଯେମିତି ଓଡ଼ିଶାକୁ ପଶି ଆସିଛନ୍ତି ଆତଙ୍କବାଦୀ । ମୁମ୍ବାଇ ୨୬-୧୧ ଆତଙ୍କବାଦୀ ଆକ୍ରମଣ ଘଟଣାର ଯେମିତି ଲାଇଭ୍ ଶୋ ସେତେବେଳେ ଦେଖିବାକୁ ମିଳିଥିଲା, ଠିକ୍ ସେମିତିକା ଥିଲା ଆମ ଓଡ଼ିଶାର ବିଭିନ୍ନ ଟେଲିଭିଜନ୍ ଚ୍ୟାନେଲରେ କଭରେଜ୍ ଗତକାଲି ବା ଶୁକ୍ରବାରର ।

ହେଇ ଦେଖନ୍ତୁ ପାଣି ଭିତରେ କେମିତି ଫସିଛି ହାତୀ… ଦେଖନ୍ତୁ କେମିତି ପ୍ରଖର ସ୍ରୋତରେ ଆକତା ମାକତା ହୋଇଗଲାଣି ହାତୀ… ହାତୀ ଚେଷ୍ଟା କରୁଛି ପାଣିରୁ ବାହାରି ଆସିବାକୁ, ହେଲେ ସୁଅ କରାଇ ଦେଉନି… ପୁଣି ଏପଟୁ ଶୁଣିବାକୁ ମିଳୁଥିଲା, ଗ୍ରାଉଣ୍ଡ ଜିରୋରେ ଆମ ରିପୋର୍ଟର ଏବଂ କ୍ୟାମେରାମ୍ୟାନ୍… କେବଳ ଆମ ଟିଭିରେ ହିଁ ଆପଣ ଦେଖୁଛନ୍ତି Exclusive Visual… ଖାଲି ସେତିକି ନୁହେଁ… ଆପଣ ଆମର ଏହି Exclusive ହାତୀ କଭରେଜ୍ ଫେସବୁକ୍ ଏବଂ ୟୁ-ଟ୍ୟୁବରେ ମଧ୍ୟ ଲାଇଭ୍ ଦେଖିପାରିବେ… ଆପଣ ଆମ ସହ ଯୋଡ଼ି ହୋଇ ରୁହନ୍ତୁ, ଆମେ ହିଁ ଆପଣଙ୍କୁ ଦେଇ ଚାଲିଥିବୁ ହାତୀ କଭରେଜର ଟିକିନିଖି ଅପଡେଟ୍ସ । ଏଥିଲା ମହାନଦୀ ମୁଣ୍ଡଳୀ ବ୍ୟାରେଜରେ ପାଣି ମଧ୍ୟରେ ଫସି ରହିଥିବା ହାତୀ ସଂକ୍ରାନ୍ତ ଖବରର ପ୍ରସାରଣ ।

ଓଡ଼ିଶାର ସବୁ ଟେଲିଭିଜନ୍ ଚ୍ୟାନେଲ୍ ୱାଟର୍ ମାର୍କ ଏକ୍ସକ୍ଲୁସିଭ୍ ଷ୍ଟ୍ରିପ୍ ପକାଇ କାଲି ସକାଳୁ ସକାଳୁ ଏମିତି ଗଜ ଉଦ୍ଧାରଣ ଅବତାର ନେଇଥିଲେ । ଓଜନଦାର ଜୀବ ହାତୀ, ଓଡ଼ିଶା ଗଣମାଧ୍ୟମ ପାଇଁ ଏମିତି ଓଜନିଆ ଖବର ସୃଷ୍ଟି କରିଦେଲା, ଲାଗୁଥିଲା ହେବାକୁ ଥିବା (ସେତେବେଳର ସମୟ ଅନୁସାରେ) ମୋଦି-ବିଡେନ୍ ଭେଟଘାଟ, କ୍ୱାଡ୍ ବୈଠକ କିମ୍ବା ଶେୟାର ମାର୍କେଟର ବୁଲ୍ ରନ୍ ଯେମିତି ସବୁ ଥିଲା ତୁଚ୍ଛ ଖବର । ତୁଚ୍ଛ ଏଇଥି ପାଇଁ କହୁଛୁ, କାରଣ ବୋଧହୁଏ ଏସବୁ ଖବରର କଣ୍ଟେଣ୍ଟ୍ ଡେଭଲପ୍ କରିବାକୁ ଅକ୍ଷମ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ, ଏସବୁକୁ ପ୍ରମୁଖ ଇଭେଣ୍ଟକୁ ତୁଚ୍ଛ କରି ତୁଠ ଖବରକୁ ଦେଲେ ଗୁରୁତ୍ବ !

ଏବେ ଆସନ୍ତୁ ଯିବା ଗଜ ଉଦ୍ଧାର ଅଭିଯାନ ପ୍ରସଙ୍ଗକୁ । ଟିଭିରେ ନନଷ୍ଟପ୍ ହାଉ ହାଉ କଭରେଜ୍ ଦେଖି ଆକ୍ସନ୍ସ ମୋଡକୁ ଓହ୍ଲାଇଲା ପ୍ରଶାସନ । ବିପଜ୍ଜନକ ପ୍ରଖର ସ୍ରୋତରୁ ହାତୀକୁ ଉଦ୍ଧାର କରିବାକୁ ବନ ବିଭାଗ, ଓଡ୍ରାଫକୁ କହିଥିଲା କି ନାହିଁ, ତାହା ପର କଥା… କିନ୍ତୁ ରବର ବୋଟ୍ ଧରି ଡେୟାର୍ ଡେଭିଲ୍ ଶୋରେ ବାହାରି ପଡିଲେ କିଛି ଓଡ୍ରାଫ୍ କର୍ମଚାରୀ । ଏହା ନିଶ୍ଚିତ ଯେ, ସେମାନଙ୍କୁ ମିଳିଥିବ ବିଭାଗୀୟ ନିର୍ଦ୍ଦେଶ ।

କିନ୍ତୁ ପ୍ରଶ୍ନ ଉଠୁଛି, ମୁଣ୍ଡଳୀ ଘଟଣାସ୍ଥଳ ନିକଟରେ ଉପସ୍ଥିତ ରହି ନିଜ ଆଖିରେ ପାଣିର ଭୟଙ୍କର ରୂପ ଦେଖୁଥିବା ଓଡ୍ରାଫ୍ ଅଧିକାରୀଙ୍କର କଣ ନିଷ୍ପତ୍ତି ନେବାର କିଛି ନିଜସ୍ୱ ଅଧିକାର ନଥିଲା ? ପୁଣି ହାତୀ ଗୋଟେ ଛୋଟିଆ ଜୀବ ହୋଇ ନଥିବା ବେଳେ ତାକୁ କେମିତି ଏମାନେ ଉଦ୍ଧାର କରିଥାନ୍ତେ ? ସମସ୍ତଙ୍କ ଆଖି ଆଗରେ ଘଟୁଥାଏ ଅଘଟଣ… କିନ୍ତୁ ସମସ୍ତେ ହୋଇଗଲେ କିଂ କର୍ତ୍ତବ୍ୟମୁଢ଼ । ସମସ୍ତେ ପିନ୍ଧିଥିଲେ ଲାଇଭ୍ ଜାକେଟ୍, କିନ୍ତୁ ଏବେ ଲାଇଭ୍ ଜାକେଟକୁ ନେଇ ମଧ୍ୟ ସନ୍ଦେହ, ପ୍ରଶ୍ନବାଚୀ ।

ଏବେ ଆସିବା, ଓଡ୍ରାଫ୍ ବୋଟରେ କାହିଁକି ବିପଜ୍ଜନକ ସ୍ଥଳକୁ ଯାଉଥିଲେ ଓଟିଭି ସାମ୍ବାଦିକ ଅରିନ୍ଦମ୍ ଦାସ ଓ କ୍ୟାମେରା ପର୍ସନ୍ ପ୍ରଭାତ ସିହ୍ନା, ଯେତେବେଳେ କି ଅନ୍ୟ ଟେଲିଭିଜନ୍ କର୍ମଚାରୀମାନେ ଉପରୁ ଥାଇ କ୍ୟାମେରାରେ ବିଭିନ୍ନ ଆଙ୍ଗଲରୁ ସଟ୍ ଏବଂ ଭିଜୁଆଲ୍ ଲାଇଭ୍ କରିପାରୁଥିଲେ ! ପ୍ରଖର ସ୍ରୋତକୁ ଯାଇ ହାତୀ ପାଖରୁ ଖବର ପରିବେଷଣ କରିବାରେ ଥିଲା କି କିଛି Extra Exclusiveness !

ଏଠି ପ୍ରଶ୍ନ ଉଠୁଛି, ଅରିନ୍ଦମ୍ ଏବଂ ପ୍ରଭାତ ନିଜ ଇଚ୍ଛାରେ ଓଡ୍ରାଫ୍ ବୋଟରେ ଚଢ଼ିଥିଲେ ନା ପବ୍ଲିସିଟି ପାଇଁ ଓଡ୍ରାଫ୍ ଟିମ୍ ସେମାନଙ୍କୁ ସାଥୀରେ ନେଉଥିଲେ ? ନା ସେମାନଙ୍କୁ ବୋଟରେ ହାତୀ ପାଖକୁ ନେବାକୁ ଅନ୍ୟ କେଉଁ ଅଦଶ୍ୟ ଶକ୍ତିର ଥିଲା ଭିତିରିଆ ଚାପ ? ନା ସେମାନଙ୍କ ସଂସ୍ଥା ଦେଇଥିଲା ପ୍ରୋତ୍ସାହନ ? ରିପୋର୍ଟର ଏବଂ କ୍ୟାମେରାମ୍ୟାନ୍ ଓଡ୍ରାଫ୍ ବୋଟରେ ଥିବା ବେଳେ ଓଟିଭି ମଧ୍ୟ ଲାଇଭ୍ କରି ଚାଲିଥିଲା ।

ଏଭଳି ସ୍ଥିତିରେ ଆମେ ଟିକେ ଖବର ପଛର, ଖବର ପରିଚାଳନା ଦାୟିତ୍ୱବୋଧତାକୁ ଅନୁଧ୍ୟାନ କରିବା । ଟେଲିଭିଜନରେ ସ୍କ୍ରିନରେ ଯାହା ବି ଖବର ପ୍ରସାରଣ ହୁଏ, ତାହାର ପରିଚାଳନା ସଂପୃକ୍ତ ଟେଲିଭିଜନ୍ ସଂସ୍ଥାର ବ୍ୟୁରୋ ଅଫିସ ଦ୍ୱାରା ହିଁ ନିୟନ୍ତ୍ରିତ ହୋଇଥାଏ । ଲାଇଭ୍ କଭରେଜ୍ ବେଳେ ମୁଖ୍ୟତଃ ବୁଲେଟିନ୍ ପ୍ରଡ୍ୟୁସରଙ୍କ ପରାମର୍ଶରେ ହିଁ ପ୍ରଡକସ୍ କଂଟ୍ରୋଲ୍ ରୁମ୍ ବା ପିସିଆର ପରିଚାଳିତ ହୋଇଥାଏ । ପୁଣି ବୁଲେଟିନ୍ ପ୍ରଡ୍ୟୁସର୍ ନିଜେ କିଛି ନିଷ୍ପତ୍ତି ନେଇ ନଥାନ୍ତି, ସେହି ସମୟର ସିଫ୍ଟ ଇନଚାର୍ଜ ବା ସିଫ୍ଟ ଏଡିଟରଙ୍କ ନିର୍ଦ୍ଦେଶକୁ ହିଁ ସେ କରିଥାନ୍ତି କାର୍ଯ୍ୟକାରୀ । ଆଉ ଘରେ ଥାଆନ୍ତୁ ବା ଅଫିସରେ… ଏସବୁର ମୁଖ୍ୟ ନିର୍ଦ୍ଦେଶକ ସାଜିଥାନ୍ତି ନିଜେ ଚ୍ୟାନେଲ୍ ମୁଖ୍ୟ । ତାଙ୍କରି ନିର୍ଦ୍ଦେଶ ହିଁ କାର୍ଯ୍ୟକାରୀ କରିଥାନ୍ତି ବୁଲେଟିନ୍ ପ୍ରଡ୍ୟୁସର ଏବଂ ସିଫ୍ଟ ଏଡିଟର୍, ଆଉ ସେସବୁ ଟେଲିଭିଜନ୍ ସ୍କ୍ରିନରେ ପ୍ରଡକସନ ରୂପରେ ହୁଏ ପ୍ରତିଫଳିତ । ତେଣୁ ଏଭଳି ସ୍ଥିତିରେ କ୍ୟାମେରା ପର୍ସନ୍ ପ୍ରଭାତଙ୍କୁ ଧରି ସାମ୍ବାଦିକ ଅରିନ୍ଦମ ମହାନଦୀ ସୁଅ ମୁହଁକୁ ପଶିବା ଅନେକଙ୍କୁ ବିଚଳିତ କରୁଛି ।

ମୁଣ୍ଡଳୀରେ ପାଣିରେ ହାତୀ ଫସିବା କିଛି ନୂଆ ନୁହେଁ । ପ୍ରାୟ ଅଧିକାଂଶ ସମୟ ଏମିତି ଫସନ୍ତି ହାତୀ । ପୁଣି ବାହାରି ଆସନ୍ତି । କିନ୍ତୁ ବ୍ୟାରେଜ ଦାଢ଼ରେ ଏ ଦନ୍ତାହାତୀ ପ୍ରଥମେ ନିଜେ ସାଜିଲା ନ୍ୟୁଜ୍, କିନ୍ତୁ କିଛି ସମୟ ଭିତରେ ନ୍ୟୁଜମ୍ୟାନଙ୍କୁ କରିଦେଲା ନ୍ୟୁଜ୍ । ଓଡ୍ରାଫର ଦକ୍ଷତା ଓ ସାହସିକତାକୁ ନେଇ ପ୍ରଶ୍ନ ନାହିଁ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ପ୍ରଖର ସ୍ରୋତରୁ ହାତୀ ଉଦ୍ଧାର କରିବାର ଅଭିଜ୍ଞତା କେବେ ହାସଲ କରିଥିଲା ଓଡ୍ରାଫ୍ ? ପୁଣି ସାମ୍ବାଦିକଙ୍କୁ ସାଥୀରେ ନେଇ ଏଭଳି ଅଭିଯାନ ଥିଲା ସାହସ ନା ଦୁଃସାହସ ନା ବଦସାହସ !

ପୂରା ଘଟଣାରେ ସ୍ଥାନୀୟ ପୋଲିସର ଅବହେଳା ବି ଜଳ ଜଳ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଯେତେବେଳେ ହାତୀ ପାଣିରେ ଫସିଥିବା ଜଣାପଡ଼ିଲା, ସେବେଠାରୁ ମୁଣ୍ଡଳୀ ବ୍ରିଜ୍ ଉପରେ ଲାଗିଥିଲା ଲୋକଙ୍କ ପ୍ରବଳ ଗହଳି । ଟ୍ରାଫିକ୍ ପୂରା ଜାମ୍ ହୋଇଗଲା । ତଳେ ପାଣିର ଭୟଙ୍କର ପ୍ରଖର ସ୍ରୋତ ଦେଖି ମୁଣ୍ଡ ଘୂରାଇ ଦେଉଥିଲା, କିନ୍ତୁ ବେଢ଼ାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ହାତୀ ହେଖୁଥିଲେ ଶହ ଶହ ଲୋକ । କାହିଁକି ପୋଲିସ ଆଗୁଆ ପଦକ୍ଷେପ ନନେଇ ଚୁପ୍ ବସିଥିଲା ? ଘଟଣାସ୍ଥଳରେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ଏବଂ ପୋଲ ଉପରୁ ଲୋକଙ୍କୁ ଘଉଡ଼ାଇବା ସ୍ଥାନୀୟ ପୋଲିସର ଦାୟିତ୍ବ ନଥିଲା କି ? ଯଦି ଲୋକଙ୍କ ମଧ୍ୟରୁ କେହି ଖସି ପଡ଼ିଥାନ୍ତେ, ତେବେ କଣ ହୋଇଥାନ୍ତା ପରିସ୍ଥିତି !

ପୁଳା ପୁଳା ଜାତୀୟ ଓ ଅନ୍ତର୍ଜାତୀୟ ଖବର ଗଦା ହୋଇଥିବା ବେଳେ ହାତୀ ଖବର ଓଡ଼ିଆ ଟିଭି ଚ୍ୟାନେଲଗୁଡ଼ିକୁ ଓଜନିଆ ଲାଗିଲା । ପୁଣି ଯେତେବେଳେ ସେଫ୍ ଜୋନରେ ଥାଇ ଅନ୍ୟ ସାମ୍ବାଦିକମାନେ ଭଲ ଭିଜୁଆଲ୍ ନେଇ ପାରୁଥିଲେ, ଆଉ ଟିକେ Extra କରିବାକୁ ଯାଇ ବଦସାହସ କଲେ ଓଟିଭିର ଦୁଇ କର୍ମଚାରୀ । ଭାଗ୍ୟ ଭଲ, ବୋଟ୍ ଭେନଚରରେ ଯିବାକୁ ଅନ୍ୟ ଏକ ଟିଭି ଚ୍ୟାନେଲର ଜଣେ କର୍ମଚାରୀ, ତାଙ୍କ ବ୍ୟୁରୋ ଅଫିସ ନିର୍ଦ୍ଦେଶକୁ ବିନମ୍ରତାର ସହ ମନା କରିଦେଲେ । କିନ୍ତୁ ତାଙ୍କ ଆଠଗଡ଼ ଷ୍ଟ୍ରିଙ୍ଗର୍ ବୋଟରେ ଚଢ଼ିବାକୁ ହୁକୁ ହୁକୁ ହୋଇ ଶେଷ ମୁହୁର୍ତ୍ତରେ ହେଲେ ନିରାଶ ।

ମୁଣ୍ଡଳୀ ବ୍ୟାରେଜ୍ ଅଘଟଣରେ ଅରିନ୍ଦମଙ୍କ ସହ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କର ମୃତ୍ୟୁ ହୋଇଛି ।  ପୁଲିସ ଏହି ଅଘଟଣର ତଦନ୍ତ ଆରମ୍ଭ କରିଛନ୍ତି । ଆଇନଶୃଙ୍ଖଳା ଏଡ଼ିଜି ଆର.କେ.ଶର୍ମା ଗତକାଲି ସଂଧ୍ୟାରେ ଘଟଣାସ୍ଥଳକୁ ଯାଇଥିଲେ । କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା ତାହାର ଅନୁଧ୍ୟାନ କରିଥିଲେ । ତେବେ କେବଳ ଧରାବନ୍ଧା ତଦନ୍ତରେ ସୀମିତ ରଖିଲେ ହେବ ନାହିଁ । ଦୁଇ ଅମୂଲ୍ୟ ଜୀବନ ଅକାଳରେ ଚାଲିଯିବା ପଛର ସତ ପୁଲିସ ସାମ୍ନାକୁ ଆଣିବା ଦରକାର ।

Previous Post

XIM hosting The Annual Urban Conclave SAMAVESH’21

Next Post

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

Next Post
ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA