Tuesday, May 26, 2026 09:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର

'ପ୍ରମାଣ ଦେଖାଇଲେ ରାଜନୀତିରୁ ସନ୍ୟାସ ନେବି'

by Our Correspondent
29 Oct, 2021- 07:59 PM
in Latest News, News
1 min read
0
ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର: ମମତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଦଳ ତମ୍ବି ତୋଫାନ କରୁଥିଲା ବେଳେ ଆଜି ସେ ମୁହଁ ଖୋଲିଛନ୍ତି । ଏକ ଲିଖିତ ବିବୃତି ଜାରି କରିଛନ୍ତି । ମମିତା ହତ୍ୟାକାଣ୍ଡକୁ ନେଇ ସେ ଗଭୀର ମର୍ମାହତ ଏବଂ ଆଇନ ଅନୁଯାୟୀ ଦୋଷୀଙ୍କୁ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି । ଏହି ଅପରାଧ ସହ ତାଙ୍କର ସାମାନ୍ୟତମ ସମ୍ପର୍କ ନାହିଁ ବୋଲି ସେ ମା’ ମାଣିକେଶ୍ୱରୀଙ୍କ ନାମରେ ଶପଥ କରିଛନ୍ତି । ବିରୋଧୀ ଦଳ ତାଙ୍କ ବିରୋଧରେ ଆଣୁଥିବା ଅଭିଯୋଗର ପ୍ରମାଣ ଦେବା ପାଇଁ ଆହ୍ୱାନ କରିଛନ୍ତି । କିଛି ପ୍ରମାଣ ବାହାରିଲେ ସେ ମନ୍ତ୍ରୀପଦରୁ କେବଳ ଇସ୍ତଫା ଦେବେ ନାହିଁ ବରଂ ରାଜନୀତିରୁ ସନ୍ୟାସ ନେବେ ବୋଲି କହିଛନ୍ତି । ମିଥ୍ୟା ସମ୍ବାଦ ଜରିଆରେ ତାଙ୍କର ମାନହାନୀ କରୁଥିବା ତିନୋଟି ଗଣମାଧ୍ୟମ ସଂସ୍ଥା ବିରୋଧରେ ମକଦ୍ଦମା କରିଛନ୍ତି ଦିବ୍ୟଶଙ୍କର ।

ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତି..

୧-ସୁଶ୍ରୀ ମମିତା ମେହେରଙ୍କ ଦୁର୍ଭାଗ୍ୟଜନକ ମୃତୁ୍ର ପାଇଁ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ । ମୁଁ ଜଣେ ବାପା ଓ ମମିତାଙ୍କ ପରିବାର କିଭଳି ଦୁଃଖ ଓ ଯନ୍ତ୍ରଣାରେ ଅଛନ୍ତି ତାହା ମୁଁ ବୁଝିପାରୁଛି । ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ଆଇନ ଅନୁଯାୟୀ ଦୋଷୀମାନଙ୍କୁ କଠୋର ଦଣ୍ଡ ଆବଶ୍ୟକ ।

୨-ରାଜନୀତିରେ ଯୋଗଦେବା ପୂର୍ବରୁ, ମୁଁ ଏହି ଦେଶର ସଶସ୍ତ୍ର ବାହିନୀରେ କାର୍ଯ୍ୟ କରିଥିଲି; ମୁଁ ବାୟୁସେନାରେ ଥିଲି । ବାୟୁସେନାରେ ମୁଁ ଗୋଟିଏ କଥା ଶିଖିଛି; ନିଜକୁ ପଛେ ବଳି ଦେଇହେବ ହେଳେ ଜରେ ସାଧାରଣ ନାଗରିକକୁ ଆହତ ହେବାକୁ ଦେବ ନାହିଁ । ଯେତେବେଳେ ମୁଁ ରାଜନୀତିରେ ଯୋଗ ଦେଲି, ମୁଁ ମୋର ବାୟୁସେନା ଦିନର ଆଦର୍ଶକୁ ମୋ ସହିତ ଆଣିଥିଲି । ମୁଁ ପଛେ କ୍ଷତିଗ୍ରସ୍ତ ହେବି କିନ୍ତୁ ଜଣେ ହେଲେ ବ୍ୟକ୍ତିଙ୍କୁ ଦୁଃଖ ଭୋଗ କରିବାକୁ ଦେବି ନାହିଁ । ମୁଁ ସାଧାରଣ ଜୀବନରେ ପ୍ରବେଶ କରିବା ଦିନଠାରୁ, ମୋ ନିର୍ବାଚନମଣ୍ଡଳୀ ଜୁନାଗଡ଼ ଓ କଳାହାଣ୍ଡିର ବିକାଶ ଉପରେ ଧ୍ୟାନ ଦେଇଛି ।

୩-ମୁଁ ବ୍ୟଥିତ ହୋଇଗଲି ଯେତେବେଳେ ମିଥ୍ୟା ଆଧାରରେ କିଛି ଗଣମାଧ୍ୟମ ମୋତେ ବଦନାମ କରିବା ସହିତ ମିଥ୍ୟା ଆଧାରରେ ମୋର ଚରିତ୍ର ସଂହାର ଅଭିଯାନ ଆରମ୍ଭ କଲେ । ଏହା ମୋ ପରିବାରକୁ ମଧ୍ୟ ଆଘାତ ଦେଇଛି ।

୪-ତେଣୁ ମୋ ପରିବାର ତିନିଟି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥା ଅର୍ଗସ ଟିଭି, ଓଟିଭି ଓ ଓଡିଶା ରିପୋର୍ଟର ସେମାନଙ୍କ ସଙ୍କୀର୍ଣ୍ଣ ବ୍ୟକ୍ତିଗତ ରାଜନୈତିକ ଫାଇଦା ପାଇଁ ମିଥ୍ୟା ମନଗଢ଼ା ଓ ଭିତ୍ତିହୀନ ଅଭିଯୋଗ ଆଣି ମୋର ଚରିତ୍ର ସଂହାର ଓ ମାନସିକ ନିର୍ଯ୍ୟାତନା ଦେଇଥିବା ହେତୁ, ଉପଯୁକ୍ତ କୋର୍ଟରେ ମାନହାନି ମୋକଦ୍ଦମା ଦାୟର୍ କରିଛି ।

୫-ଏହି ଗଣମାଧ୍ୟମ ସେମାନଙ୍କର ମୋ ପ୍ରତି ସେମାନଙ୍କର ବଦନାମ ଅଭିଯାନ ଚଳାଇବା ବ୍ୟତୀତ ମୋର ନିରବତାକୁ ପ୍ରଶ୍ନ କରୁଛନ୍ତି । ମୁଁ ସର୍ବଦା ବିଶ୍ୱାସ କରେ ଯେ ସମ୍ବେଦନଶୀଳ ଜଘନ୍ୟ ଅପରାଧରେ, ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକ ଏକ ମୁକ୍ତ ଏବଂ ନିରପେକ୍ଷ ଢ଼ଙ୍ଗରେ କାର୍ଯ୍ୟ କରିବା ଉଚିତ୍ ଯାହାଦ୍ୱାରା ଆଇନ୍ ଅନୁଯାୟୀ ଅଭିଯୁକ୍ତର ବିଚାର ହୋଇପାରିବ । ତେଣୁ ମୁଁ ସବୁବେଳେ ଏଭଳି ଜଘନ୍ୟ ଅପରାଧରେ ମନ୍ତବ୍ୟ ଦେବାଠାରୁ ଦୂରେଇ ରହିଥିଲି । କିନ୍ତୁ ଗଣମାଧ୍ୟମର ଏଭଳି ଅଭିଯାନ ମୋ ପରିବାରକୁ ପ୍ରଭାବିତ କରୁଥିବାରୁ ମୁଁ ଏହି ମନ୍ତବ୍ୟ ଦେବାର ଆବଶ୍ୟକତା ଅନୁଭବ କଲି ।

୬-କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏବଂ କିଛି ବିରୋଧୀ ରାଜନୈତିକ ଦଳ ଦ୍ୱାରା ଚଳାଯାଇଥିବା ଏହି ବଦନାମ ଅଭିଯାନ ଓଡ଼ିଶାରେ ଏକ ଖରାପ ରାଜନୈତିକ ପରମ୍ପରା ସୃଷ୍ଟି କରିଛି । ବିଶେଷକରି ଗଣମାଧ୍ୟମର କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏଭଳି ଜଘନ୍ୟ ଅପରାଧରେ ସଂକୀର୍ଣ୍ଣ ରାଜନୈତିକ ଲାଭ ପାଇଁ ସତ୍ୟ, ସହାନୁଭୂତି ଓ ସମ୍ବେଦନଶୀଳତାର ମୂଲ୍ୟକୁ ଜଳାଞ୍ଜଳି ଦେଇଛନ୍ତି ।

୭-ମୁଁ ଜଣେ ବିଧାୟକ ଓ ବାୟୁସେନା ଅଧିକାରୀ ଭାବରେ ଅନେକ ଶିକ୍ଷାନୁଷ୍ଠାନ ଗୁଡ଼ତକର କାର୍ଯ୍ୟକ୍ରମରେ ଯୋଗ ଦିଏ । ଜନ ପ୍ରତିନିଧିମାନେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି । ମୁଁ ଯଦି ଏପରି କୌଣସି ଶିକ୍ଷାନୁଷ୍ଠାନର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇଥାଏ ଓ ସେଠାରେ ପରବର୍ତ୍ତୀ ସମୟରେ କୌଣସି ଅପରାଧ ଘଟେ, ସେଥିପାଇଁ ମୋତେ ଦାୟୀ କରାଯାଇପାରିବ ନାହିଁ ।

୮-ମୁଁ ବିରୋଧୀ ରାଜନୈତିକ ଦଳ ଏବଂ ଗଣମାଧ୍ୟମକୁ ଅନୁରୋଧ କରିବି, ଯଦି ଆପଣଙ୍କର ଏହି ପ୍ରସଙ୍ଗରେ ମୋ ବିରୋଧରେ କିଛି ପ୍ରମାଣ ଅଛି, ତେବେ ଦୟାକରି ଏହାକୁ ପୁଲିସ କିମ୍ବା କୋର୍ଟ ନିକଟରେ ଦାଖଲ କରନ୍ତୁ । ମୁଁ କେବଳ ମୋ ପଦରୁ ଇସ୍ତଫା ଦେବି ନାହିଁ ବରଂ ମୁଁ ସାଧାରର ଜୀବନରୁ ସନ୍ୟାସ ନେଇଯିବି । ହେଲେ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରଖି କୌଣସି ବ୍ୟକ୍ତିଗତ ନିନ୍ଦା ଅଭିଯାନରେ ସାମିଲ ହୁଅନ୍ତୁ ନାହିଁ ।

୯-ମୁଁ ଏହି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଗୋଷ୍ଠୀକୁ ଅନୁରୋଧ କରୁଛି ଯେ ଏହି ଘୃଣ୍ୟ ଅପରାଧକୁ ସେମାନଙ୍କ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ପାଇଁ ବ୍ୟବହାର କରନ୍ତୁ ନାହିଁ । ବରଂ ସାମ୍ବାଦିକତାର ନୈତିକତା ଅନୁଯାୟୀ ବଞ୍ଚନ୍ତୁ । ଯାହା ସାମ୍ବାଦିକ ଏବଂ ମିଡ଼ିଆ ହାଉସ୍ ନିକଟରୁ ଆଶା କରାଯାଏ ।

୧୦-ମୁଁ ଉଚ୍ଚ ବେତନ ପ୍ରାପ୍ତ ପାଇଲଟ ଚାକିରି ଛାଡ଼ି ଜୁନାଗଡ଼ ଓ କଳାହାଣ୍ଡି ଲୋକଙ୍କର ସେବା ପାଇଁ ରାଜନୀତିରେ ଯୋଗ ଦେଇଥିଲି । ମୁଁ ମା’ ମାଣିକେଶ୍ୱରୀଙ୍କ ନାମରେ ଶପଥ କରୁଛି ଯେ ଯାହାଙ୍କ ଉପରେ ମୁଁ ଏବଂ କଳାହାଣ୍ଡି ଲୋକମାନଙ୍କର ଗଭୀର ବପିଶ୍ୱାସ ଅଛି, ଏହି ଅପରାଧ ସହିତ ମୋର କୌଣସି ସମ୍ପର୍କ ନାହିଁ ।

Previous Post

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ୧୩

Next Post

କି ସଂଯୋଗ! ନବୀନ ନିବାସରେ ଦୁଇ କେନ୍ଦ୍ରମନ୍ତ୍ରୀ

Next Post
କି ସଂଯୋଗ! ନବୀନ ନିବାସରେ ଦୁଇ କେନ୍ଦ୍ରମନ୍ତ୍ରୀ

କି ସଂଯୋଗ! ନବୀନ ନିବାସରେ ଦୁଇ କେନ୍ଦ୍ରମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA