Thursday, November 19, 2026 03:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗୋବିନ୍ଦ ସାହୁର ରକ୍ଷାକର୍ତ୍ତା କିଏ ?

ଗୋବିନ୍ଦର ଓକିଲ ବିଜେପି ନେତା, ବିଜେପିର ଖଣ୍ଡନ

by Our Correspondent
07 Dec, 2021- 09:34 PM
in Latest News, News
1 min read
0
ଗୋବିନ୍ଦ ସାହୁର ରକ୍ଷାକର୍ତ୍ତା କିଏ ?

ଅଭିଯୁକ୍ତକୁ ଖସାଇବାକୁ ବିଜେପିର ଷଡ଼ଯନ୍ତ୍ର: ବିଜେଡ଼ି

ଶର୍ମାଙ୍କ ସହ ଆମର ନୁହେଁ, ତମର ସମ୍ପର୍କ: ବିଜେପି

ଭୁବନେଶ୍ୱର: ମମିତା ମେହେର ହତ୍ୟାକାରୀ ଗୋବିନ୍ଦ ସାହୁ ସହ ସମ୍ପର୍କର ଦ୍ୱାହି ଦେଇ ବିଜେପି ବାଲା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଧରିଛନ୍ତି । ବିଧାନସଭା ଭିତରେ ଓ ବାହାରେ ତମ୍ବିତୋଫାନ ଜାରି ରଖିଛନ୍ତି । ଅଥଚ ସେହି ବିଜେପିର ଜଣାଶୁଣା ସ୍ଥାନୀୟ ନେତା ମୋହନ ଲାଲ ଶର୍ମା ଗୋବିନ୍ଦ ସାହୁଙ୍କୁ ସତୀ ଚଉରା ଦର୍ଶାଇ କୋର୍ଟରେ ଓକିଲାତି କରୁଛନ୍ତି ।

ଏହି ତଥ୍ୟର ଆଜି ଖୁଲାସା କରିଛି ବିଜେଡ଼ି । ଦଳର ବରିଷ୍ଠ ବିଧାୟକ ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସମସ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ କରି ବିଜେପି ଉପରେ ବର୍ଷିଛନ୍ତି ।

ତଥ୍ୟ ହେଉଛି, ମମିତା ମେହେର ଜଘନ୍ୟ ହତ୍ୟା ମାମଲାରେ ଗୋବିନ୍ଦ ସାହୁର ଓକିଲ ସାଜିଥିବା ମୋହନ ଲାଲ ଶର୍ମା କଣ୍ଟାବାଞ୍ଜିରେ ବିଜେପିର ଜଣେ ଜଣାଶୁଣା ଚେହେରା । ବିଜେପିର ଜନସମ୍ପର୍କ ଯାତ୍ରାଠୁ ଆରମ୍ଭ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ବିଶେଷ ଭାଗିଦାରିତା ରହି ଆସିଛି । ଗତ ସାଧାରଣ ନିର୍ବାଚନରେ କଣ୍ଟାବାଞ୍ଜିରୁ ସେ ବିଜେପି ପ୍ରାର୍ଥୀ ଦୌଡ଼ରେ ଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କର ସେ ଘନିଷ୍ଠ ।

ବିଜେପିର ଏହି ସକ୍ରିୟ ନେତାଙ୍କୁ ଜହ୍ଲାଦ ଗୋବିନ୍ଦ ସାହୁର ରକ୍ଷାକର୍ତ୍ତା ଭାବେ ନିୟୋଜିତ କରାଯିବା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଥିବା ଶ୍ରୀ ଦେବ ଅଭିଯୋଗ କରିଛନ୍ତି । ଗୋଟେ ପଟେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ କରୁଥିବା ବିଜେପି ସେନେଇ କୌଣସି ପ୍ରମାଣ ଦେଇପାରୁ ନ ଥିବା ବେଳେ ଅଭିଯୁକ୍ତ ଗୋବିନ୍ଦକୁ ଫାଶୀଦଣ୍ଡରୁ ରକ୍ଷା କରିବାକୁ ପ୍ରମାଣ ଯୋଗାଡ କରୁଛି ଏବଂ ତଦନ୍ତକୁ ଦିଗହରା କରିବାର ଅପଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ପୂର୍ବରୁ ନୟାଗଡ଼ ପରୀ ହତ୍ୟା ମାମଲାରେ ମଧ୍ୟ ବିଜେପି ନେତାମାନେ ଏହି ଭଳି ହୀନ ରାଜନୀତି କରିଥିବା ବିଜେଡ଼ି ନେତା ଦର୍ଶାଇଛନ୍ତି । ଏସଆଇଟି ତଦନ୍ତରୁ ଅଭିଯୁକ୍ତ ଧରା ପଡ଼ିଯିବା ପରେ ହାଇକୋର୍ଟ ତଦନ୍ତରେ ସନ୍ତୋଷ ପ୍ରକାଶ କରିଥିଲେ । ମାତ୍ର ରାଜନୈତିକ ପତିଆରା ପାଇଁ ଅଭିଯୁକ୍ତକୁ ବଞ୍ଚାଇବାକୁ କୋର୍ଟରେ ବଡ଼ ଓକିଲଙ୍କୁ ନିଯୁକ୍ତି ଦିଆଯାଇଥିଲା । ଶବ ଉପରେ ବିଜେପିର ଏହି ହୀନ ରାଜନୀତି ପଦାରେ ପଡ଼ିଗଲାଣି । ବିଜେପି ଏହି ପାପ କେଉଁଠି ଧୋଇବ ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଖଣ୍ଡନ କରାଯାଇଛି । ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଗୋବିନ୍ଦ ସାହୁର ଓକିଲ ଶର୍ମାଙ୍କ ସହ ଆମର କିଛି ସମ୍ପର୍କ ନାହିଁ । ତାଙ୍କୁ ବିଜେପିରେ କୌଣସି ପଦପଦବୀ ଦିଆଯାଇନାହିଁ । ବିଜେଡ଼ି ସହ ଶର୍ମାଙ୍କର ଘନିଷ୍ଠ ସମ୍ପର୍କ ଥିବା ସେ ପାଲଟା ଅଭିଯୋଗ କରିଛନ୍ତି ।

ମଜ୍ଜା କଥା ହେଉଛି ସାମ୍ବାଦିକ ସମ୍ମିଳନୀକୁ ଶ୍ରୀ ମହାଲିଙ୍ଗ ଭଲ ଭାବେ ପ୍ରସ୍ତୁତ ହୋଇ ଆସି ନ ଥିବା ଧରାପଡ଼ିଯାଇଥିଲେ । ମୋହନ ଲାଲ ଶର୍ମାଙ୍କ ନାଁକୁ ସେ ବାରମ୍ବାର ମନୋହର ଲାଲ ଶର୍ମା କହୁଥିଲା ବେଳେ ଭୁଲ ଭାଲ୍ ଫଟୋ ଦେଖାଉଥିଲେ । ସାମ୍ବାଦିକମାନଙ୍କୁ ଏହା କ୍ଷୁବ୍ଧ କରିଥିଲା ।

Previous Post

ଆରପାରିରେ ନନ୍ଦ ସାର୍

Next Post

ହେଲିକପ୍ଟର୍ କ୍ରାସ୍: ଜଳିଗଲେ ସିଡ଼ିଏସ୍ ବିପିନ୍ ରାୱତ୍, ପତ୍ନୀ ମଧୁଲିକା

Next Post
ହେଲିକପ୍ଟର୍ କ୍ରାସ୍: ଜଳିଗଲେ ସିଡ଼ିଏସ୍ ବିପିନ୍ ରାୱତ୍, ପତ୍ନୀ ମଧୁଲିକା

ହେଲିକପ୍ଟର୍ କ୍ରାସ୍: ଜଳିଗଲେ ସିଡ଼ିଏସ୍ ବିପିନ୍ ରାୱତ୍, ପତ୍ନୀ ମଧୁଲିକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA