Saturday, October 3, 2026 09:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାଶ ବେନହୁର ଓ ହୃଷୀକେଶ ମଲ୍ଲିକ ପାଇବେ କୋରାପୁଟ ସାହିତ୍ୟ ସମ୍ମାନ ୨୦୨୧

୨୬-୨୭ରେ ୪ର୍ଥ କୋରାପୁଟ ସାହିତ୍ୟ ଉତ୍ସବ

by Our Correspondent
23 Dec, 2021- 07:42 PM
in Latest News, News
1 min read
0
ଦାଶ ବେନହୁର ଓ ହୃଷୀକେଶ ମଲ୍ଲିକ ପାଇବେ କୋରାପୁଟ ସାହିତ୍ୟ ସମ୍ମାନ ୨୦୨୧

ଭୁୁବନେଶ୍ୱର: ଓଡ଼ିଆ ମିଡିଆ ଆୟୋଜିତ ୪ର୍ଥ କୋରାପୁଟ ସାହିତ୍ୟ ଉତ୍ସବ ଡିସେମ୍ବର ୨୬-୨୭ ଦୁଇଦିନ ଧରି ଅନୁଷ୍ଠିତ ହେବ। କୋରାପୁଟ ବଦଳରେ ଏଥର ଏ ଉତ୍ସବ ଭୁୁବନେଶ୍ୱରରେ ଅନୁଷ୍ଠିତ ହେଉଛି। ଏ ଅବସରରେ ଚଳିତ ବର୍ଷ ପାଇଁ ପ୍ରସିଦ୍ଧ କଥାକାର ଦାଶ ବେନହୁର ଓ ପ୍ରସିଦ୍ଧ କବି ହୃଷିକେଶ ମଲ୍ଲିକଙ୍କୁ ଯଥାକ୍ରମେ କଥା ଓ କବିତା ପାଇଁ କୋରାପୁଟ ସାହିତ୍ୟ ସମ୍ମାନ ଦିଆଯିବ। ଉଭୟଙ୍କୁ ଅନୁଷ୍ଠାନ ପକ୍ଷରୁ ୨୧ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ମାନପତ୍ର ଓ ସ୍ମୃତିଫଳକ ପ୍ରଦାନ କରାଯିବ ବୋଲି ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ଜଣାଇଛନ୍ତି।

ଭୁୁବନେଶ୍ୱରର ହୋଟେଲ ଏକ୍ସେଲେନ୍ସି ପରିସରରେ ଡିସେମ୍ବର ୨୬ ପୂର୍ବାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବକୁ ଉଦ୍‌ଘାଟନ କରିବେ। ବରିଷ୍ଠ କବି ଓ ଚିନ୍ତକ ହରପ୍ରସାଦ ଦାସ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହିବେ । ସମାନ ଦିନ ସଂଧ୍ୟାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବ ଓ ସମ୍ମାନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେବେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ତାଙ୍କ ସହ ବରିଷ୍ଠ ଲେଖକ ଓ ପ୍ରଶାସକ ଆର୍ ବାଲକ୍ରିଷ୍ଣନ୍, ପ୍ରସିଦ୍ଧ ଲେଖିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ, ପ୍ରସିଦ୍ଧ ତେଲୁଗୁ କବି ନିଖିଳେଶ୍ବର, ଟିମ୍‌ ଆଡମାର୍କ୍‌ର ନିର୍ଦ୍ଦେଶକ ନିଶିକାନ୍ତ ମିଶ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିବେ।

ଦିବସବ୍ୟାପୀ ଏହି ଉତ୍ସବରେ କଳା, ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ ପ୍ରସଙ୍ଗ ଉପରେ ବିଭିନ୍ନ ସଂପାନରେ ଆଲୋଚନା ହେବ। ପରଦିନ ଏକ ଭ୍ରାମ୍ୟମାଣ ଉତ୍ସବରେ ଯୋଗ ଦେବାପାଇଁ ଲେଖକମାନେ କୋରାପୁଟ ଯାତ୍ରକରିବେ। ଅନ୍ୟମାନଙ୍କ ମଧ୍ୟରେ ଗୌରହରି ଦାସ, ବିକ୍ରମ ଦାସ, ଜଗଦାନନ୍ଦ, ସଂଜିତ ପଟ୍ଟନାୟକ, ନାରାୟଣ ପଣ୍ଡା, କୃଷ୍ଣ ସିଂହଙ୍କ ସମେତ ବହୁ ଲେଖକ, ବୁଦ୍ଧିଜୀବୀ, ରାଜନେତା ଓ କଳାକାର ଏହି ଉତ୍ସବରେ ବକ୍ତା ଭାବେ ଯୋଗଦେବେ।

ଉପାନ୍ତକୁ କେନ୍ଦ୍ରରେ ଥୋଇବାର ଉପକ୍ରମ ଭାବେ ଚଳିତ ଥର ଉତ୍ସବକୁ ଭୁୁବନେଶ୍ୱରରେ ଆୟୋଜନ କରାଯାଉଛି ବୋଲି ଶ୍ରୀ ପଣ୍ଡା ସୂଚା ଦେଇଛନ୍ତି। ସେ କହିଛନ୍ତି ଭୌଗୋଳିକ ପରିସୀମା ଆଉ ଦୂରତ୍ବ ନିର୍ଧାରଣ କରୁନାହିଁ। ଏବେ ଉପାନ୍ତ ହିଁ କେନ୍ଦ୍ରର କେନ୍ଦ୍ର ପାଲଟିଛି। ଏହି ମାଧ୍ୟାକର୍ଷକ ପରିବର୍ତ୍ତନକୁ ଉପସ୍ଥାପନା କରିବାକୁ ଚେଷ୍ଟାକରୁଛି କୋରାପୁଟ ସାହିତ୍ୟ ଉତ୍ସବ। କୋରାପୁଟ କେବଳ ଓଡ଼ିଶା ମାନଚିତ୍ରର ଏକ ସୀମାନ୍ତ ଜିଲ୍ଲା ନୁହେଁ। ଏହାର ସାହିତ୍ୟିକ, ସାଂସ୍କୃତି ଓ ରାଜନୈତିକ ବିଭବକୁ ମୁଖ୍ୟସ୍ରୋତରେ ସାମିଲ କରିବାର ସମୟ ଆସିଛି। କାଳିଦାସଙ୍କ ରାମଗିରି କୋରାପୁଟରେ ଅବସ୍ଥିତ। ଗଜପତି କପିଳେନ୍ଦ୍ର ଦେବଙ୍କ ପୁତ୍ର ହମ୍ବୀରଙ୍କ ନିର୍ବାସନକାଳୀନ ରାଜଧାନୀ କୋରାପୁଟରେ ଥିଲା। ଓଡ଼ିଶାରେ ତଥା ଭାରତୀୟ କାହାଣୀରେ ଆଦିବାସୀ ଜନଜୀବନର ଅସଲ ଚିତ୍ରକୁ ଫୁଟାଇଛି କୋରାପୁଟ। ପୌରାଣିକ ଜଙ୍ଗଲ ଦଣ୍ଡକାରଣ୍ୟର ଅଂଶ ହେଉଛି କୋରାପୁଟ। ସ୍ବାଧୀନୋତ୍ତର ଭାରତରେ କୋରାପୁଟ ଦେଶର ସବୁଠୁ ବଡ଼ ମାନବ ପୁନର୍ବାସ ଯୋଜନାକୁ ସଫଳ କରିଛି।

Previous Post

ଏପ୍ରିଲ ସୁଦ୍ଧା ଆଉ ୧୧,୪୦୩ ଶିକ୍ଷକଙ୍କୁ ନିଯୁକ୍ତି

Next Post

ଆଉ ନାହାନ୍ତି ‘ଗଞ୍ଜାମ ଟାଇଗର’

Next Post
ଆଉ ନାହାନ୍ତି ‘ଗଞ୍ଜାମ ଟାଇଗର’

ଆଉ ନାହାନ୍ତି 'ଗଞ୍ଜାମ ଟାଇଗର'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA