Friday, October 2, 2026 06:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଉ ନାହାନ୍ତି ‘ଗଞ୍ଜାମ ଟାଇଗର’

by Our Correspondent
24 Dec, 2021- 11:16 AM
in Latest News, News
1 min read
0
ଆଉ ନାହାନ୍ତି ‘ଗଞ୍ଜାମ ଟାଇଗର’

ଭୁବନେଶ୍ୱର: ଓଡ଼ିଶା ରାଜନୀତିର ଏକଦା ଟାଣୁଆ ନେତା ତଥା ‘ଗଞ୍ଜାମ ଟାଇଗର’ ଭାବେ ଜଣାଶୁଣା ରାମକୃଷ୍ଣ ପଟ୍ଟନାୟକ ଆମ ଗହଣରେ ଆଉ ନାହାନ୍ତି । ଭୁବନେଶ୍ୱରରେ ଆଜି ସକାଳେ ସେ ଆଖି ବୁଜିଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗ ଓଡ଼ିଶା ରାଜନୈତିକ ମହଲରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ରାମକୃଷ୍ଣ ପଟ୍ଟନାୟକ ଗତକାଲି ଭୁବନେଶ୍ୱରସ୍ଥିତ ବାସଭବନରେ ହଠାତ୍ ପଡ଼ିଯାଇଥିଲେ । ଏଥିରେ ତାଙ୍କ ଶରୀରରେ ସେଭଳି ବଡ଼ ଆଘାତ ହୋଇ ନ ଥିଲେ ମଧ୍ୟ ଆଜି ସକାଳେ ଅଚାନକ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ସକାଳ ୯.୩୦ ମିନିଟ୍ ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଓଡ଼ିଶା ରାଜନୀତିରେ ରାମକୃଷ୍ଣ ପଟ୍ଟନାୟକ ଜଣେ ଉଚ୍ଚାଙ୍ଗ ବ୍ୟକ୍ତିତ୍ୱ ଥିଲେ । ଗଞ୍ଜାମ ଜିଲ୍ଲା କୋଦଳା ଆସନରୁ ସେ ବିଭିନ୍ନ ସମୟରେ ଜନତା ପାର୍ଟି, ଜନତା ଦଳ ଏବଂ ବିଜେଡ଼ିରୁ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୧ ମସିହାରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ । ପରବର୍ତ୍ତୀ ସମୟରେ ୧୯୭୭, ୧୯୮୫, ୧୯୯୦, ୧୯୯୫ ଏବଂ ୨୦୦୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇ ଏକାଧିକ ବିଭାଗର ମନ୍ତ୍ରୀ ଥିଲେ । ନବେ ଦଶକରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ବେଳେ ୧୯୯୬ ରୁ ୧୯୯୭ ପର୍ଯ୍ୟନ୍ତ ସେ ଥିଲେ ବିରୋଧୀ ଦଳ ନେତା ।

୧୯୯୦ ମସିହାରେ ବିଜୁ ପଟ୍ଟନାୟକଙ୍କ ସରକାରରେ ରାମକୃଷ୍ଣ ପଟ୍ଟନାୟକ ଥିଲେ ଅର୍ଥମନ୍ତ୍ରୀ । ନବୀନ ପଟ୍ଟନାୟକ ସରକାରଙ୍କ ପ୍ରଥମ ପାଳିରେ ସେ ମଧ୍ୟ ଅର୍ଥମନ୍ତ୍ରୀ ଥିଲେ । ୧୯୯୭ ମସିହାରେ ବିଜୁ ଜନତା ଦଳ ଗଠନର ସେ ଥିଲେ ପ୍ରମୁଖ ବିନ୍ଧାଣୀ ।

ଜଣେ ଜ୍ଞାନୀ, ବାଗ୍ମୀ ଓ ଗୁଣୀ ନେତା ଭାବେ ରାମକୃଷ୍ଣ ପଟ୍ଟନାୟକଙ୍କ ଦକ୍ଷତା ସର୍ବଜନବିଦିତ । ବିଧାନସଭାରେ ତାଙ୍କର ଆଲୋଚନା ସମସ୍ତଙ୍କ ପାଇଁ ପ୍ରେରଣା ଥିଲା । ବିପକ୍ଷ ଦଳକୁ ଅଡୁଆରେ ପକାଇବାର କଳାରେ ସେ ସିଦ୍ଧହସ୍ତ ଥିଲେ । ମନ୍ତ୍ରୀ ଭାବେ ଯେଉଁ ବିଭାଗର ଦାୟିତ୍ୱ ନେଉଥିଲେ ସେହି ବିଭାଗ ଉପରେ ତାଙ୍କର ପ୍ରଚଣ୍ଡ ଦକ୍ଷତା ଓ ପାଣ୍ଡିତ୍ୟ ଦେଖିବାକୁ ମିଳୁଥିଲା । ଜଣେ ଅର୍ଥନୀତିଜ୍ଞ ନ ହୋଇ ମଧ୍ୟ ଅର୍ଥନୀତି ଉପରେ ତାଙ୍କର ପ୍ରଚଣ୍ଡ ଦଖଲ ଥିଲା । ଉଭୟ ବିଜୁ ବାବୁ ଏବଂ ନବୀନ ବାବୁଙ୍କ ସରକାରରେ ବିଚକ୍ଷଣ ଅର୍ଥମନ୍ତ୍ରୀ ଭାବେ ତାଙ୍କର ସୁନାମ ଥିଲା ।

ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

Previous Post

ଦାଶ ବେନହୁର ଓ ହୃଷୀକେଶ ମଲ୍ଲିକ ପାଇବେ କୋରାପୁଟ ସାହିତ୍ୟ ସମ୍ମାନ ୨୦୨୧

Next Post

ବଡ଼ଦିନ, ନୂଆବର୍ଷ ପାଳନ ଉପରେ କଟକଣା

Next Post
ବଡ଼ଦିନ, ନୂଆବର୍ଷ ପାଳନ ଉପରେ କଟକଣା

ବଡ଼ଦିନ, ନୂଆବର୍ଷ ପାଳନ ଉପରେ କଟକଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA