Monday, May 25, 2026 05:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଋଷି ମୃତ୍ୟୁ ତଦନ୍ତ ବାଟବଣା !

by Our Correspondent
21 Jan, 2017- 10:35 AM
in Latest News
1 min read
0
ଋଷି ମୃତ୍ୟୁ ତଦନ୍ତ ବାଟବଣା !

ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ବହୁ ଚର୍ଚ୍ଚିତ ଇଂଜିନିୟରିଂ ଛାତ୍ର ଋଷି ମୃତ୍ୟୁର ପୁଲିସ ତଦନ୍ତ ବାଟବଣା ହୋଇଯାଇଛି । ଋଷିଙ୍କ ମୋବାଇଲ୍ କୁ କୋଲକତା ଫୋରନେସିକ୍ ଲାବରେଟୋରିକୁ ପଠାଇ ପୁଲିସ କାମ ସରେଇ ଦେଇଛି । ଗତ ୭ ତାରିଖରେ କମିସନର ୱାଇ.ବ.ଖୁରାନିଆଙ୍କ ମୁହଁରୁ ଠିକ୍ କଥା ବାହାରିଥିଲା । କେଉଁ ପରିସ୍ଥିତିରେ ଋଷି ଡ୍ରଗସ୍ ଖାଇଥିଲେ ଏବଂ କେତେ ପରିମାଣର ଡ୍ରଗସ୍ ଖାଇଥିଲେ ତାହାର ତଦନ୍ତ ହେଉଛି ବୋଲି କମିସନର କହିଥିଲେ । ହେଲେ ବାସ୍ତବରେ ସେ ଦିଗରେ ତଦନ୍ତ ଇଞ୍ଚେ ବି ଆଗେଇନାହିଁ । ଋଷିଙ୍କ ତଥାକଥିତ ଡ୍ରଗସ୍ ସେବନର ମୂଳ ଅପରାଧୀ ଡ୍ରଗସ୍ ବେପାରୀ ମମତାଜ୍ କୁୁ ପୁଲିସ ଏ ପର୍ଯ୍ୟନ୍ତ ନ ଧରିବା, ତଦନ୍ତକୁ ଯେ ବାଟବଣା କରିଛି ବାରିହେଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ମମତାଜ୍ ଏବେ କେଉଁଠି ଅଛି କାହାରିକୁ ଜଣାନାହିଁ । ମମତାଜ୍ କୁ ଖୋଜି ଧରିବା ପାଇଁ ପୁଲିସ ବି ହାତବାନ୍ଧି ଦେଇଛି । ଋଷି ମୃତ୍ୟୁର ଖିଅ ସେହି ମମତାଜ୍ ପାଖରେ ଥିବା ବେଳେ ପୁଲିସ କାହିଁକି ଚୁପ୍ ବସିଛି ତାହା ବୁଝିବା ଲୋକ ବୁଝିଗଲେଣି । ଆଗକୁ ତଦନ୍ତର ଫଳାଫଳ ବି କ’ଣ ହେବ ତାହା ସେଥିରୁ ବୁଝା ପଡ଼ିଯାଉଛି ।

ଋଷି ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା । ମେୟରଙ୍କର ତଥାକଥିତ ଏକ ସେକ୍ସ ଭିଡ଼ିଓ ହିଁ ଋଷି ମୃତ୍ୟୁର କାରଣ ବୋଲି ଅଭିଯୋଗ ହୋଇଛି । ସିଧାସଳଖ କହିଲେ ଋଷିଙ୍କ ପାଖରେ ଥିବା ସେକ୍ସ ଭିଡ଼ିଓ ପ୍ରଘଟ ହୋଇଯିବା ଭୟରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଉଠିଛି । ଋଷିଙ୍କୁ ଅତ୍ୟଧିକ ଡ୍ରଗସ୍ ଦେଇ ହତ୍ୟା କରାଯାଇଛି ଏବଂ ଡ୍ରଗସ୍ ବେପାରୀ ମମତାଜ୍ ଠାରୁ ଏହି ଡ୍ରଗସ୍ ଆସିଛି ବୋଲି କୁହାଯାଉଛି । ଘଟଣା ଦିନ ଋଷିର ଶବ କ୍ୟାପିଟାଲ୍ ହସ୍ପିଟାଲ୍ କୁ ବ୍ୟବଚ୍ଛେଦ ପାଇଁ ଆସିଥିଲା ବେଳେ ସେଠି ଉପସ୍ଥିତ ଥିବା ମେୟର ଅତି ନାଟକୀୟ ଢ଼ଙ୍ଗରେ ମମତାଜ୍ କୁୁ ପୁଲିସକୁ ଧରାଇଥିଲେ । ପରବର୍ତ୍ତୀ ସମୟରେ ରହସ୍ୟଜନକ ଭାବେ ପୁଲିସ ତାଙ୍କୁ ଛାଡ଼ିଦେଇଥିଲା । ଏବେ ସେହି ମମତାଜ୍ ପୁଲିସ ପାଇଁ ଅପହଞ୍ଚ ହୋଇଯାଇଛି ।

ମମତାଜ୍ କୁ ଧରିବାରେ ପୁଲିସର ନିଷ୍କ୍ରିୟତାରୁ ତଦନ୍ତ ବାଟବଣା ହୋଇଛି ବୋଲି ଜଣାପଡ଼ିଗଲାଣି । ଏମିତିରେ ପ୍ରଥମରୁ ଦେଖିଲେ ମେୟର ନିଜର ଶତାଧିକ ସମର୍ଥକଙ୍କୁ ଧରି କ୍ୟାପିଟାଲ୍ ଥାନାକୁ ୪ ଘଣ୍ଟାରୁ ଅଧିକ ସମୟ ଧରି କବଜାରେ ରଖି ନାରାବାଜି କରିଥିଲେ ମଧ୍ୟ ପୁଲିସ ଚୁପ୍ ବସିଲା । ସେକ୍ସ ଭିଡ଼ିଓ ଓ ଋଷି ହତ୍ୟାର ମୁଖ୍ୟ ଅଭିଯୁକ୍ତ ମେୟର ହୋଇଥିଲେ ମଧ୍ୟ ପୁଲିସ ଆଜି ପର୍ଯ୍ୟନ୍ତ ତାଙ୍କୁ ନୋଟିସ୍ ଖଣ୍ଡେ ପଠାଇଲାନି । ଅଭିଯୋଗକାରୀ ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ ଓ ନିଆଁଖୁଣ୍ଟା ଡଟ୍ କମ୍ ମାଲିକ ପ୍ରଦୀପ ପାଣ୍ଡେଙ୍କୁ ପୁଲିସ ନୋଟିସ୍ ଦେଲା । ପୁଲିସକୁ ସେମାନେ ଭରପୁର ସହଯୋଗ ଦେଇ ନିର୍ଦ୍ଧାରିତ ସମୟରେ ଥାନାରେ ହାଜର ହେଉଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଆଇଆଇସି ବିଭିନ୍ନ ଆଳରେ ଅନୁପସ୍ଥିତ ରହିଲେ । ଅଭିଯୁକ୍ତ ସିନା ପୁଲିସକୁ ଡରିବା କଥା ହେଲେ ଏଠି ପୁଲିସ ଅଭିଯୁକ୍ତଙ୍କୁ ଡରି ପଳୋଉଛି । ଥାନାକୁ ଡାକି ପଚାରିବାର ସାହାସ ହରାଇ ଛୁ ମାରୁଛି । କ୍ୟାପିଟାଲ୍ ଥାନାର ବିଚିତ୍ର ତଦନ୍ତକୁ ଦେଖି ରାଜ୍ୟରେ ଯେ ପୁଲିସ ବ୍ୟବସ୍ଥା କାମ କରୁଛି ସନ୍ଦେହ ଲାଗିଲାଣି ।

ଆଉ ଶେଷରେ ରହିଲେ ଶକ୍ତିଶାଳୀ ମେୟର ମହୋଦୟ । ବାସ୍ତବରେ ଯିଏ ଯାହା କହୁ କି ତାଙ୍କ ବିରୋଧରେ ଯେତେ କଦର୍ଯ୍ୟ ଅଭିଯୋଗ ହେଉ ସେ ଯେ ସାଂଘାତିକ କ୍ଷମତାଶାଳୀ ତାହା ଦେଖାଇ ସାରିଲେଣି । ରାଜ୍ୟର ଶାସନମୁଖ୍ୟ ନବୀନ ପଟ୍ଟନାୟକଙ୍କର ବି ସାହାସ ପାଉନି ତାଙ୍କ ଦେହରେ ହାତ ମାରିବାକୁ । ମେୟର କଳଙ୍କରେ ସମଗ୍ର ଦଳ ପୋତି ହୋଇସାରିଥିଲେ ମଧ୍ୟ ଆଜି ବି ସେ ନବୀନଙ୍କର ଗେହ୍ଲା ପୁଅ । ପୁଲିସ ଏକଥା ଜାଣି ସାରିଲା ପରେ ଠିକଣା ବାଟରେ ତଦନ୍ତ କରିବାର ଜୁ ହରାଇ ବସିବା ସ୍ୱାଭାବିକ । କମିସନରେଟ୍ ପୁଲିସର ବହୁ ବରିଷ୍ଠ ଅଧିକାରୀ ଏକଥା ସ୍ୱୀକାର କରିଛନ୍ତି । ମେୟର ପ୍ରେମରେ ଅନ୍ଧ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଧିକ ଖୁସି କରାଇବା ପାଇଁ ତାଙ୍କର ଚେଲାଚାମଣ୍ଡାମାନେ ବି ଅମୋଘ ସୂତ୍ର ବତାଇ ଦେଇଛନ୍ତି । ସୂତ୍ରଟି ହେଲା ମିଡ଼ିଆ ଚୁପ୍ ହୋଇଗଲା ପରେ ଲୋକଙ୍କ ମନରୁ ସବୁ ପାଶୋରି ଯିବ । ସେ ପର୍ଯ୍ୟନ୍ତ ଆଖି ବୁଜିଦେଲେ ଗଲା ।

Previous Post

ସରୋଜ ସାହୁ ଓ ଅଲାଜୁକ ମୁଖପାତ୍ର

Next Post

ଏ କେଉଁ ନ୍ୟାୟ ?

Next Post
ଏ କେଉଁ ନ୍ୟାୟ ?

ଏ କେଉଁ ନ୍ୟାୟ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA