Thursday, September 10, 2026 12:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ୱେଚ୍ଛାକୃତ ଅଙ୍ଗଦାନ ପାଇଁ ଆଗେଇ ଆସିଲେ ୫୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି

ବିଜୁ ଜୟନ୍ତୀରେ ଓଡ଼ିଶା-ମୋ ପରିବାରର ଅନନ୍ୟ ପ୍ରୟାସ

by Our Correspondent
05 Mar, 2022- 07:20 PM
in Latest News, News
1 min read
0
ସ୍ୱେଚ୍ଛାକୃତ ଅଙ୍ଗଦାନ ପାଇଁ ଆଗେଇ ଆସିଲେ ୫୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି

ଭୁବନେଶ୍ୱର: ଓଡ଼ିଶା-ମୋ ପରିବାରର ବିଭିନ୍ନ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଅଙ୍ଗଦାନ କାର୍ଯ୍ୟକ୍ରମ ଭଳି ଏକ ନୂଆ ଫର୍ଦ୍ଦ ଯୋଡ଼ିହୋଇଛି । ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ନ ଜୟନ୍ତୀ ଅବସରରେ ଓଡ଼ିଶା-ମୋ ପରିବାର ତରଫରୁ ଅଙ୍ଗଦାନ ପାଇଁ ପଞ୍ଜିକରଣ ଶିବିରର ଆୟୋଜନ କରାଯାଇଥିଲା । ଅଙ୍ଗଦାନ ଭଳି ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଜୁବାବୁଙ୍କ ପବିତ୍ର ଜନ୍ମଜୟନ୍ତୀ ମାର୍ଚ୍ଚ ୫ ତାରିଖରୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି ।

ଏଥିପାଇଁ ବିଜୁବାବୁଙ୍କ ୧୦୬ତମ ଜନ୍ମଜୟନ୍ତୀରେ ଏହାର ୫ ଗୁଣ ଅର୍ଥାତ୍ ୫୩୦ ଜଣଙ୍କ ଅଙ୍ଗଦାନ ପଞ୍ଜିକରଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିଲା । ତେବେ ଆଜି ଏହି ମହତ୍ ଦିବସରେ ଓଡ଼ିଶା-ମୋ ପରିବାରର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ଅଙ୍ଗଦାନ ପଞ୍ଜିକରଣ ଶିବିରରେ ଏପର୍ଯ୍ୟନ୍ତ ୫୪୪ ଜଣ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିଛନ୍ତି । ଅଙ୍ଗଦାନ ପାଇଁ ପଞ୍ଜିକରିଣ ତାଲିକାରେ ବିଭିନ୍ନ ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନ, ଭିନ୍ନ ଭିନ୍ନ କ୍ଷେତ୍ର ଯଥା ଉଦ୍ୟୋଗ, ବ୍ୟାଙ୍କ୍, କଳା, ସିନେମା ଜଗତର ବହୁ ପ୍ରତିଷ୍ଠିତ ତଥା ମାନ୍ୟଗଣ୍ୟ ବ୍ୟକ୍ତି, ଡାକ୍ତର, ଓକିଲ, ପୂଜାରୀ ଏବଂ ସାଧାରଣ ନାଗରିକମାନେ ନିଜକୁ ସ୍ୱତପ୍ରବୃତ ଭାବେ ସାମିଲ କରି ଅଙ୍ଗଦାନ କରିବା ପାଇଁ ପଞ୍ଜିକରଣ କରିଛନ୍ତି ।

ରାଜ୍ୟସଭା ସାସଂଦ ଶ୍ରୀ ସୁଜିତ୍ କୁମାର ଆଜି ଅନଲାଇନ୍ ମାଧ୍ୟମରେ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିଥିବା ବେଳେ ଭିନ୍ନକ୍ଷମ ସଶକ୍ତିକରଣ କମିଶନ ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ବରିଷ୍ଠ ଓକିଲ  ପି.କେ.ରାୟ, ମିଲନ୍ କାନୁନଗୋ, ସିତାଂଶୁ ଦ୍ୱିବେଦୀ, ଇନର୍ ହ୍ୱୁଲ୍ ସଭାପତି ଶ୍ରୀମତୀ ନମିତା କାନୁନଗୋ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ. ସତ୍ୟଜିତ ଦାଶ, ମହିଳା ନେତ୍ରୀ ଶ୍ରୀମତୀ ଜ୍ୟୋସ୍ନାମୟୀ ପରିଡ଼ା, ଲଗ୍ନଦୀପା ମିଶ୍ର, ସିନେ କଳାକାର ସୁକାନ୍ତ ରଥ, କଣ୍ଠଶିଳ୍ପୀ ଶ୍ରୀମତୀ କୃଷ୍ଣପ୍ରିୟା ମିଶ୍ର ପ୍ରମୁଖ ଏହି ଶିବିରରେ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିଥିଲେ । ଆବାହକ ଶ୍ରୀ ଅରୁପ ପଟନାୟକ ନିଜେ ମଧ୍ୟ ଅଙ୍ଗଦାନ ପାଇଁ ପଞ୍ଜିକରିଣ କରିଛନ୍ତି ।

ସୌଭାଗବଶତଃ ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ସୁଲୋଚନା ଦାସ ଯୋଗଦାନ କରି ଅଙ୍ଗଦାନ ପାଇଁ ପଞ୍ଜିକରଣ ଭଳି ମହତ୍ କାର୍ଯ୍ୟ କଲା ସମୟରେ ବିଜୁ ଜନତା ଦଳ ତାଙ୍କୁ ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀଭାବେ ଘୋଷଣା କରିଥିଲା। ଫଳରେ ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟରେ ଏକ ଭିନ୍ମ ବାତାବରଣ ସୃଷ୍ଟି ହୋଇଥିଲା ।

ଅନଔପଚାରିକ ଭାବେ ଫେବୃଆରୀ ୨୨ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା ଆଜି ସୁଦ୍ଧା ପଞ୍ଜିକରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୩୧୬ ଜଣ ସଂପୂର୍ଣ୍ଣ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିଥିବା ବେଳେ, ୪୧ ଜଣ ହୃତ୍-ପିଣ୍ଡ ଦାନ ପାଇଁ, ୩୯ ଜଣ ଫୁସଫୁସ୍, ୬୧ ଜଣ କିଡିନି, ୩୧ ଜଣ ୟକୃତ, ୨୫ ଜଣ ଅଗ୍ନାଶୟ, ୨୧ ଜଣ ଚର୍ମ, ୨୩ ଜଣ ଅସ୍ତିଦାନ ପାଇଁ ପଞ୍ଜିକରଣ କରିଛନ୍ତି । ଏଭଳି ସମାଜକଲ୍ୟାଣ ମହତ୍ କାର୍ଯ୍ୟରେ ନିଜ ନିଜକୁ ସାମିଲ କରିଥିବାରୁ ଅବାହକ ମସସ୍ତ ଅଙ୍ଗଦାତା ମାନଙ୍କୁ ଧନ୍ୟବାଦ ଜଣାଇବା ସହ ଅଭିନନ୍ଦନ ପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ରୁଦ୍ରନାରାୟଣ ସାମନ୍ତରାୟ ଏହି ଶିବିରକୁ ସଂଯୋଜନା କରିବାସହ ନିଜେ ମଧ୍ୟ ପଞ୍ଜିକରଣ କରିଥିଲେ ।

ଓଡ଼ିଶା-ମୋ ପରିବାରର ଏହି ଅନନ୍ୟ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ ଜରିଆରେ ଉଚ୍ଚ ପ୍ରସଂଶା କରିବା ସହ ସମସ୍ତ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିଥିବା ବ୍ୟକ୍ତିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Previous Post

ଡ. ସୁନୀତି ମୁଣ୍ଡ୍ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ

Next Post

ହାତ ଟେକିଦେଲା କି ବିଜେପି ?

Next Post
ହାତ ଟେକିଦେଲା କି ବିଜେପି ?

ହାତ ଟେକିଦେଲା କି ବିଜେପି ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA