ଭୁବନେଶ୍ୱର: ଲେଖିକା ଡ. ସୁନୀତି ମୁଣ୍ଡ୍ ଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ କରିଛି ବିଜେପି । ଆଜି ଅପରାହ୍ନରେ ଦଳୀୟ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ନାଁ ଘୋଷଣା କରିଛନ୍ତି । ବିଜେଡ଼ିର ସୁଲୋଚନା ଦାସ ଏବଂ କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟଙ୍କ ସହ ସୁନୀତିଙ୍କର ଲଢ଼େଇ ହେବ ।
ସୁନୀତିଙ୍କୁ ବିଜେପିର କୌଣସି କାର୍ଯ୍ୟକ୍ରମରେ ପୂର୍ବରୁ ଦେଖିବାକୁ ମିଳି ନ ଥିଲା । ମେୟର ପ୍ରାର୍ଥୀ ଭାବେ ତାଙ୍କ ନାଁ ସମ୍ପୂର୍ଣ୍ଣ ଅଚାନକ ବୋଲି କୁହାଯାଉଛି । ମେୟର ପ୍ରାର୍ଥୀ ଭାବେ ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ଅନୁ ଚୌଧୁରୀଙ୍କ ନାଁ ବରଂ ଅଧିକ ଚର୍ଚ୍ଚା ହେଉଥିଲା । ତେବେ ସୁନୀତିଙ୍କୁ ଦଳ ମେୟର ପ୍ରାର୍ଥୀ କରିବା ଅନେକଙ୍କୁ ଚକିତ କରିଛି ।
କଟକ ଓ ବ୍ରହ୍ମପୁର ମେୟର ପ୍ରାର୍ଥୀଙ୍କ ନାଁ ବିଜେପି ଏ ପର୍ଯ୍ୟନ୍ତ ଘୋଷଣା କରିନାହିଁ । ଆସନ୍ତା ୭ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି ।