Monday, August 31, 2026 10:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶ୍ରେୟ ଲଢ଼େଇ! ମହାପ୍ରଭୁଙ୍କୁ ବି ବାଜିଲେ ଲଗାଇଲେ!!

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ

by Our Correspondent
25 Apr, 2022- 10:19 PM
in Latest News, News
1 min read
0
ଶ୍ରେୟ ଲଢ଼େଇ! ମହାପ୍ରଭୁଙ୍କୁ ବି ବାଜିଲେ ଲଗାଇଲେ!!

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସ୍ତାବ ବିନା ବିରୋଧରେ ବିଧାନସଭାରେ ପାରିତ ହୋଇଥିଲା । ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ସ୍ୱାଗତ କରିଥିଲେ । ପ୍ରକଳ୍ପ ନିମନ୍ତେ ଉଚ୍ଛେଦ କାର୍ଯ୍ୟରେ ପୁରୀବାସୀ ଅକୁଣ୍ଠ ସହଯୋଗ କରିଥିଲେ । ବିନା ବିରୋଧରେ ୫୧୦ ଦୋକାନ ଘର ଉଚ୍ଛେଦ ହେଲା । ରାଜନୈତିକ ବାଛବିଚାର ଭୁଲି ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇଥିଲେ । ୨୦୨୪ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ସମସ୍ତଙ୍କର ଆଗ୍ରହ ରହିଲା ।

ମାତ୍ର କାମ ଆରମ୍ଭ ବେଳକୁ ସେଥିରେ କେଁ ପଶିଯାଇଛି । ରୋଚକ କଥା ହେଉଛି, ବିରୋଧୀ ଦଳ ଭାବେ ବିଜେପି କିମ୍ବା କଂଗ୍ରେସ ପାଇଁ ତାହା ରାଜନୈତିକ ବିରୋଧୀ ଅସ୍ତ୍ର ହୋଇନାହିଁ । ବରଂ ବ୍ୟକ୍ତିଗତ ଭାବେ ପ୍ରକଳ୍ପ ବିରୋଧରେ ଏକପ୍ରକାର ନେତୃତ୍ୱ ନେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରତ୍ନତତତ୍ତ୍ୱ ବିଭାଗର ବିନା ଅନୁମତିରେ କାମ ହେଉଥିବା ଅଭିଯୋଗ ଆଣି ସେ ତମ୍ବିତୋଫାନ ଆରମ୍ଭ କରିଛନ୍ତି । ଆଉ ପ୍ରଚ୍ଛଦରେ ରହି ତାଙ୍କୁ ବଳ ଦେଉଛନ୍ତି ବୈଜୟନ୍ତ ପଣ୍ଡା ।

ଅପରାଜିତାଙ୍କ ଆଭିମୁଖ୍ୟ ସାଙ୍ଗରେ ତାଙ୍କ ଦଳ ବିଜେପି ନ ରହିବା ପ୍ରସଙ୍ଗକୁ ଅଧିକ ରୋଚକ କରିଛି । ତାଙ୍କ ଦଳର ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରକଳ୍ପ ସମର୍ଥନରେ ଛିଡ଼ା ହୋଇଛନ୍ତି । କୃଷ୍ଣ ଜଗଦ୍ଦେବଙ୍କ ଭଳି ବରିଷ୍ଠ ନେତା ମଧ୍ୟ ପ୍ରକଳ୍ପ ସମର୍ଥନରେ ଖୋଲାଖୋଲି ବାହାରିଛନ୍ତି । ସୁତରାଂ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମଧ୍ୟ ଅପରାଜିତା ବିଜେପିରେ ଏକଘରିକିଆ ହୋଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ ହେଉଛି, ଶ୍ରୀମନ୍ଦିର ବରିଷ୍ଠ ସେବାୟତ, ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ପୁରୀ ଗଜପତି ମହାରାଜା ମଧ୍ୟ ପ୍ରକଳ୍ପକୁ ସମର୍ଥନ କରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସାରିବାକୁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଯାଇଛି । ପ୍ରକଳ୍ପକୁ ବିରୋଧ ନ କରିବା ପାଇଁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ସମସ୍ତଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି, ମହାପ୍ରଭୁଙ୍କ କାର୍ଯ୍ୟ ସମସ୍ତଙ୍କର । ଏଥିରେ ବାଧା ଦେବା ଅନୁଚିତ୍ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିବା ଆବଶ୍ୟକ । କାମ ସରିଲେ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଭାବ ପକାଇବ । ଯେଉଁଭଳି ଢ଼ଙ୍ଗରେ ଖନନ ଚାଲିଛି ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସେ କହିଛନ୍ତି ।

ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ)ର ବିନା ଅନୁମତିରେ ଶ୍ରୀମନ୍ଦିର ୧୦୦ ମିଟର ପରିଧି ଭିତରେ ଖନନ କାମ ଚାଲିଛି ଏବଂ ଏହା ଶ୍ରୀମନ୍ଦିର ପାଇଁ ବିପଦ ଆଣିପାରେ ବୋଲି ସାଂସଦ ଅପରାଜିତାଙ୍କର ଅଭିଯୋଗ । ଆମସାର ଆଇନ ଭିତରେ କାମ ହେଉ ନ ଥିବା ଅଭିଯୋଗ ଧରି ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ମେଳି କରୁଛନ୍ତି । ଆସନ୍ତା ୨୭ ତାରିଖରେ ଆୟୋଜିତ ପଦଯାତ୍ରାର ସେ କୁଆଡ଼େ ନେତୃତ୍ୱ ନେବେ । ଶ୍ରୀମନ୍ଦିର ବଞ୍ଚାଓ ଆନ୍ଦୋଳନ କମିଟି ପକ୍ଷରୁ ଏହି ପଦଯାତ୍ରା ପାଇଁ ପ୍ରଶାସନ ଏ ପର୍ଯ୍ୟନ୍ତ ଅନୁମତି ଦେଇ ନ ଥିଲେ ମଧ୍ୟ ସେ ନିଶ୍ଚିତ ପୁରୀ ଯିବେ ବୋଲି ଅପରାଜିତା କହିଛନ୍ତି । ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଏଥିରେ ସାମିଲ କରିବକୁ ମନାଯାଇଥିଲେ ମଧ୍ୟ ସେ ଓହରି ଯାଇଛନ୍ତି ।

ଏଏସଆଇର ବିନା ଅନୁମତିରେ ଖନନ କାର୍ଯ୍ୟ ଚାଲିଥିବା ଅପରାଜିତା ପୂର୍ବରୁ ଟୁଇଟ୍ କରିଥିଲେ । ନିଷିଦ୍ଧାଞ୍ଚଳରେ ଖନନ କାର୍ଯ୍ୟ ବନ୍ଦ ପାଇଁ ପୁରୀ ପ୍ରଶାସନକୁ ଗତ ଫେବ୍ରୁଆରୀ ୫ ତାରିଖରେ ଏଏସଆଇ ଦେଇଥିବା ଏକ ଚିଠି ଦେଖାଇଥିଲେ । ତେବେ ଏହି ପ୍ରସଙ୍ଗରେ ବୁଦ୍ଧିଜୀବୀମହଲରୁ ଅନେକ ପ୍ରଶ୍ନ ଉଠିଛି ।

ଯଦି ଏଏସଆଇ ଚିଠିକୁ ପ୍ରଶାସନ ମାନିଲା ନାହିଁ, ତେବେ ଏଏସଆଇ ସ୍ଥାନୀୟ କର୍ତ୍ତୃପକ୍ଷ ଶୋଇଥିଲେ କେଉଁଠି? କାମ ବନ୍ଦ କଲେ ନାହିଁ କାହିଁକି? ଭାରତ ସରକାରଙ୍କ ସଂପୃକ୍ତ ଅଧିକାରୀମାନେ ମଧ୍ୟ କାହିଁକି ଚୁପ୍ ରହିଲେ । ସର୍ବୋପରି ସାଂସଦ ଅପରାଜିତା ସେତେବେଳେ ପ୍ରତିବାଦ କଲେ ନାହିଁ କାହିଁକି? ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଜଣାଇଲେ ନାହିଁ କାହିଁକି? ଶ୍ରୀମନ୍ଦିର ବିପଦକୁ ଯାଉଥିବା ଜାଣି ମଧ୍ୟ ସାଂସଦ ଚୁପ୍ ବସିଥିଲେ କେମିତି?

ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ବେଆଇନ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଥିବା ଏବଂ ଏଏସଆଇ ଏ ସମ୍ପର୍କରେ ଚିଠି କରିଥିବା ସାଂସଦ ଅପରାଜିତାଙ୍କ ଯୁକ୍ତିକୁ ଖୋଦ୍ ଏଏସଆଇ କର୍ତ୍ତୃପକ୍ଷ ହସରେ ଉଡ଼ାଇ ଦେଇଥିବା ଜଣାପଡୁଛି । କାରଣ ଓଡ଼ିଶା ହାଇକୋର୍ଟରେ ଆଗତ ଏ ସମ୍ପର୍କିତ ମାମଲାରେ ଏଏସଆଇ ସତ୍ୟପାଠ ଦାଖଲ କରିପାରିଲା ନାହିଁ । ଏପ୍ରିଲ ୮ ତାରିଖରେ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ଏଏସଆଇ ଅଧିକ ସମୟ ଲୋଡ଼ିଥିଲା । ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ତାଙ୍କୁ ଦୁଇ ସପ୍ତାହ ମହଲତ ଦେଇଛନ୍ତି ।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟକୁ ସଫଳ ଭାବେ କାର୍ଯ୍ୟକାରୀ କରିବାର ଦାୟିତ୍ୱ ମୁଣ୍ଡାଇଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । ସୁଚାରୂରୂପେ କାର୍ଯ୍ୟ ଶେଷ କରିବାକୁ ସେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଏହି ଐତିହ୍ୟ ପ୍ରକଳ୍ପ ସହ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ଜଡ଼ିତ ହେବା ସହ ପୁରୀର ବିକାଶ ପ୍ରସଙ୍ଗ ଯୋଡି ହୋଇଛି ।

Previous Post

କାଲିଠାରୁ ୫ ଦିନ ସ୍କୁଲ ଛୁଟି

Next Post

ନୂଆ ରୂପ ପାଇବ ମା’ ଶାରଳାଙ୍କ ପୀଠ

Next Post
ନୂଆ ରୂପ ପାଇବ ମା’ ଶାରଳାଙ୍କ ପୀଠ

ନୂଆ ରୂପ ପାଇବ ମା' ଶାରଳାଙ୍କ ପୀଠ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA