Thursday, June 25, 2026 11:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧାନ କୁଇଣ୍ଟାଲ ୧୦୦ ଟଙ୍କା ବୃଦ୍ଧି ଚାଷୀଙ୍କ ପ୍ରତି ଉପହାସ

କେନ୍ଦ୍ର ସରକାରଙ୍କୁ ଘେରିଲା ବିଜେଡି

by Our Correspondent
09 Jun, 2022- 04:03 PM
in Latest News
1 min read
0
ଧାନ କୁଇଣ୍ଟାଲ ୧୦୦ ଟଙ୍କା ବୃଦ୍ଧି ଚାଷୀଙ୍କ ପ୍ରତି ଉପହାସ

ଭୁବନେଶ୍ୱର: କେନ୍ଦ୍ର ସରକାର ଗତକାଲି ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଫଳରେ ୨୦୨୧-୨୨ ରୁ କୁଇଣ୍ଟାଲ ପ୍ରତି ୧୯୪୦ ଟଙ୍କା ଥିବା ସାଧାରଣ ଧାନର ଦର ୨୦୨୨-୨୩ ବର୍ଷ ପାଇଁ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ହୋଇଛି । ଧାନର ଏଭଳି ନଗଣ୍ୟ ଦରବୃଦ୍ଧିକୁ ବିଜେଡି କଡ଼ା ସମାଲୋଚନା କରିଛି । ଏହା ଓଡ଼ିଶା ଚାଷୀକୂଳ ପ୍ରତି ଉପହାସ ବୋଲି ଦଳର ମୁଖପାତ୍ର ଡକ୍ଟର ସସ୍ମିତ୍ ପାତ୍ର କହିଛନ୍ତି ।

ଧାନର ମୂଲବୃଦ୍ଧି ଉପରେ ଡକ୍ଟର ପାତ୍ର କହିଛନ୍ତି ଯେ ସ୍ୱାମୀନାଥନ୍ କମିଶନ ଧାନର ଏମ୍‌ଏସ୍‌ପିକୁ ଉତ୍ପାଦନ ମୂଲ୍ୟର ସି୨ ହାରରେ ୧.୫ ଗୁଣ ବୃଦ୍ଧି କରିବାକୁ ଯେଉଁ ସୁପାରିଶ କରିଥିଲେ ତାହା କେନ୍ଦ୍ର କରିନାହିଁ । ୨୫ ମାର୍ଚ୍ଚ, ୨୦୧୭ ରେ, ଓଡ଼ିଶା ବିଧାନସଭା ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରି ସାଧାରଣ ଧାନର ଏମଏସପି କୁଇଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି । ବିଜେପି, କଂଗ୍ରେସ ଏବଂ ବିଜେଡିର ସମସ୍ତ ବିଧାୟକ ଏହାକୁ ସର୍ବସମ୍ମତି କ୍ରମେ ସମର୍ଥନ କରିଛନ୍ତି । କିନ୍ତୁ ଏହି ସଂକଳ୍ପ ପାରିତ ହେବାର ପାଞ୍ଚ ବର୍ଷ ପରେ ମଧ୍ୟ ବିଜେଡି ସାଂସଦଙ୍କ ସଂସଦ ତଥା ଓଡ଼ିଶା ବିଧାନସଭାରେ ରଖାଯାଇଥିବା ଅନେକ ଦାବି ପରେ ମଧ୍ୟ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରି ନାହିଁ ।

ଧାନର ଏମଏସ୍‌ପି କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପ୍ରସଙ୍ଗ ବ୍ୟତିତ କେନ୍ଦ୍ର ମଧ୍ୟ ଓଡିଶାରୁ ଅତିରିକ୍ତ ଉଷୁନା ଚାଉଳ ଉଠାଇବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଓଡିଶାରେ ଉତ୍ପାଦିତ ଅଧିକାଂଶ ଚାଉଳ ହେଉଛି ଉଷୁନା ଚାଉଳ ଏବଂ ଦେଶର ପିଡିଏସ୍‌ ଚାଉଳରେ ଅବଦାନ ପାଇଁ ଏହା ଏକ ଅଗ୍ରଣୀ ରାଜ୍ୟ ଅଟେ । ବଳକା ଉଷୁନା ଚାଉଳ ଉଠାଇବା ବନ୍ଦ କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତି ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ଏବଂ ପଶ୍ଚିମ ଓଡିଶାରେ ମଧ୍ୟ ଏହା ଅଧିକ ପ୍ରଭାବ ପକାଇବ । ୨୦୨୧-୨୨ ଖରିଫ ମାର୍କେଟିଂ ସିଜିନ (କେଏମଏସ୍‌)ରେ ୫୨ ଲକ୍ଷ ଟନ୍ ଚାଉଳ ସଂଗ୍ରହ ମଧ୍ୟରୁ, ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ଅଧୀନରେ ରାଜ୍ୟର ବ୍ୟବହାର ପ୍ରାୟ ୩୯ ଲକ୍ଷ ଟନ୍ ହେବ । ରାଜ୍ୟରେ ୧୩ ଲକ୍ଷ ଟନ୍ ଚାଉଳ ବଳକା ହେବାର ସମ୍ଭାବନା ଅଛି ଯାହାକୁ ତୁରନ୍ତ ଉଠାଇବା ଉଚିତ୍‌ । କିନ୍ତୁ କେନ୍ଦ୍ର ଏହି ପ୍ରସଙ୍ଗରେ ନିରବ ରହିଛି ।

ଏଥିସହ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧିନରେ ଥିବା ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ଦ୍ୱାରା ଦିଆଯାଇଥିବା ଲକ୍ଷ୍ୟ ଅନୁଯାୟୀ ପାଞ୍ଚ ଲକ୍ଷ ଟନ୍ ଭିଟାମିନଯୁକ୍ତ ଉଷୁନା ଚାଉଳକୁ ଏଫସିଆଇରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି । ୨୦୨୧-୨୨ କେଏମଏସ୍‌ ସମୟରେ ଅଧିକ ପରିମାଣର ଭିଟାମିନଯୁକ୍ତ ଉଷୁନା ଚାଉଳ ବିତରଣ କରିବା ସ୍ଥିତିରେ ରାଜ୍ୟ ଅଛି ଏବଂ ଡିଏଫପିଡି କୁ ଭିଟାମିନଯୁକ୍ତ ଚାଉଳର ଅତିରିକ୍ତ ଲକ୍ଷ୍ୟ ଦେବାକୁ ଅନୁରୋଧ କରାଯାଇଛି । କିନ୍ତୁ ଅଧିକ ପରିମାଣର ଲକ୍ଷ୍ୟ ପାଇଁ କେନ୍ଦ୍ର ପକ୍ଷରୁ ଏପର୍ଯ୍ୟନ୍ତ ରାଜ୍ୟକୁ ସୂଚିତ କରାଯାଇନାହିଁ ।

ଓଡିଶା ସରକାର ୧୦,୩୩୩ କୋଟି ଟଙ୍କା ଖାଦ୍ୟ ସବସିଡି ବିଲ୍ ପ୍ରଦାନ କରିବାକୁ ଦାବି କରିଥିଲେ । ରାଜ୍ୟରେ ଧାନ ସଂଗ୍ରହ କରୁଥିବା ସଂସ୍ଥାକୁ ଆର୍ଥିକ ଚାପରୁ ମୁକୁଳାଇବା ପାଇଁ କେନ୍ଦ୍ର ତୁରନ୍ତ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ଦାବି କରୁଥିବା ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ରାଜ୍ୟ ସରକାରଙ୍କ ପାଇଁ ଧାନ ଖରିଦ ସକାଶେ ନିଯୁକ୍ତ ସଂସ୍ଥା ଓଡିଶା ରାଜ୍ୟ ଯୋଗାଣ ନିଗମର ୨୦୨୨ ଏପ୍ରିଲ୍‌ ଶେଷ ସୁଦ୍ଧା ୭୯୩୧.୯୦ କୋଟି ଟଙ୍କାର ଅସ୍ଥାୟୀ ସବସିଡି ଏବଂ ୨୪୦୨.୧୯ କୋଟି ଟଙ୍କାର ଅଗ୍ରୀମ ସବସିଡି ଏହିଭଳି ମୋଟ୍‌ ୧୦,୩୩୪ କୋଟି ଟଙ୍କା ହୋଇଗଲାଣି । ଆହୁରି ମଧ୍ୟ ଅତିରିକ୍ତ ସୁଧ ପ୍ରଦାନରେ ବିଳମ୍ବ ଏବଂ ସବସିଡିର ସ୍ୱଳ୍ପ ମଞ୍ଜୁର ହେତୁ ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ପ୍ରାୟ ୫୪୫୪.୬୭ କୋଟି ଟଙ୍କାର ଅତିରିକ୍ତ ବୋଝ ହୋଇଛି ଯାହା ଭରଣା କରାଯାଇ ପାରୁନାହିଁ । କେନ୍ଦ୍ର ସୁଧ ବାବଦ ଦେୟ ପ୍ରଦାନ କରିବା ଉଚିତ୍‌, ଏହା ନହେଲେ ରାଜ୍ୟ ଅତିରିକ୍ତ ବୋଝ ବହନ କରିବ । କିନ୍ତୁ କେନ୍ଦ୍ର ଏ ବାବଦରେ କୌଣସି ପଦକ୍ଷେପ ନେଉନାହିଁ ବୋଲି ଡକ୍ଟର ପାତ୍ର କହିଛନ୍ତି ।

ତେବେ ବିଜେପି ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରକୁ ଦୋଷ ଠେଲିଛି । ଚାଷୀଙ୍କ ଅର୍ଥନୀତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର କୋ÷ଣସି ପଦକ୍ଷେପ ନେଇନାହାନ୍ତି ବୋଲି ପାଲଟା ଜବାବ ଦେଇଛନ୍ତି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ।

Previous Post

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

Next Post

ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବିକ୍ରମ ଆରୁଖ

Next Post
ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବିକ୍ରମ ଆରୁଖ

ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବିକ୍ରମ ଆରୁଖ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA