Sunday, May 31, 2026 11:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‍ର ଶତ ପ୍ରତିଶତ ସଫଳତା

କନ୍ଧମାଳ ଝିଅ ମିନାକ୍ଷୀ ସ୍କୁଲ୍‍ ଟପ୍ପର

by Our Correspondent
27 Jul, 2022- 09:08 PM
in Latest News, News
1 min read
0
+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‍ର ଶତ ପ୍ରତିଶତ ସଫଳତା
Spread the love

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ରାଜ୍ୟର ପାସ୍‍ ହାର ବିଜ୍ଞାନରେ ୯୪ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୮୯ ପ୍ରତିଶତ ରହିଛି । କିସରେ ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ପାସ୍‍ ହାର ଶତ ପ୍ରତିଶତ ରହିଛି।

ବାଣିଜ୍ୟରେ ୬୦% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ୫୫ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କନ୍ଧମାଳର ଝିଅ ମିନାକ୍ଷୀ ମଲ୍ଲିକ ବିଜ୍ଞାନରେ ସର୍ବାଧିକ ୮୮ ପ୍ରତିଶତ ନମ୍ବର ରଖି ସ୍କୁଲ୍‍ ଟପ୍ପର ହୋଇଛନ୍ତି। ସେହିପରି ବାଣିଜ୍ୟରେ ପୀତବାସ ଟିଆକା ୮୦ ପ୍ରତିଶତ ନମ୍ବର ରଖିଛନ୍ତି।

ଚଳିତବର୍ଷ କିସରେ ବିଜ୍ଞାନରେ ୩୧ ଆଦିମ ଜନଜାତି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୧୮ ଜଣ ପ୍ରଥମ ଶ୍ରେଣୀରେ ପାସ୍‍ କରିଛନ୍ତି। ସେହିପରି ବାଣିଜ୍ୟରେ ୧୮ ଆଦିମ ଜନଜାତି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୧ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କୋଭିଡ୍‍ ମହାମାରୀ ସମୟରେ ବହୁ ଅସୁବିଧା ମଧ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିପାରିଛି।

ସୂଚନା ଯୋଗ୍ୟ, ମିନାକ୍ଷୀ ମାଟ୍ରିକ୍‍ ପରୀକ୍ଷାରେ ୯୨ ପ୍ରତିଶତ ନମ୍ବର ରଖି କନ୍ଧମାଳ ଜିଲ୍ଲା ଟପ୍ପର ହୋଇଥିଲେ। ବାଲିଗୁଡ଼ାର ଏକ ଅତ୍ୟନ୍ତ ଗରିବ ପରିବାରରୁ ଆସିଥିବା ମିନାକ୍ଷୀଙ୍କ ପ୍ରତିଭା ଦେଖି ଜିଲ୍ଲାର ସମସ୍ତ ବୁଦ୍ଧିଜୀବି ଓ ଜିଲ୍ଲା ପ୍ରଶାସନ ମିନାକ୍ଷୀଙ୍କୁ କିସରେ ପଢ଼ାଇବା ସହ ଉଚ୍ଚଶିକ୍ଷା ପ୍ରଦାନରେ ସହଯୋଗ କରିବା ପାଇଁ କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନୁରୋଧ କରିଥିଲେ। ମେଧାବୀ ମିନାକ୍ଷୀଙ୍କ ମେଧାଶକ୍ତିକୁ ଉପଯୁକ୍ତ ଶୈକ୍ଷିକ ଭିତ୍ତିଭୂମି ଯୋଗାଇ ଦେବା ପାଇଁ କିସରେ ତାଙ୍କ ନାମ ଲେଖାଯାଇଥିଲା। ଭବିଷ୍ୟତରେ ଡାକ୍ତର ହେବା ଲକ୍ଷ୍ୟ ରଖିଥିବା ମିନାକ୍ଷୀ ଚଳିତବର୍ଷ ନିଟ୍‍ ପରୀକ୍ଷା ମଧ୍ୟ ଦେଇଛନ୍ତି। +୨ ବିଜ୍ଞାନରେ ଭଲ ପ୍ରଦର୍ଶନ କଲେ ତାଙ୍କ ଇଚ୍ଛା ମୁତାବକ ବିନାଦେୟରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇପାରିବେ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ।

ମିନାକ୍ଷୀ ଯୁକ୍ତ ଦୁଇ ବିଜ୍ଞାନରେ ସ୍କୁଲ୍‍ ଟପ୍ପର ହୋଇଥିବାରୁ ଶ୍ରୀ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୀନାକ୍ଷୀ ତାଙ୍କର ଦୃଢ଼ ନିଷ୍ଠା ଓ ଅଧ୍ୟବସାୟ ବଳରେ ଏହି ସଫଳତା ପାଇ ପାରିଛନ୍ତି ବୋଲି ଶ୍ରୀ ସାମନ୍ତ କହିଛନ୍ତି। କେବଳ ମୀନାକ୍ଷୀ ନୁହନ୍ତି, ତାଙ୍କ ଭଳି ଅନେକ ଗରିବ ଛାତ୍ରଛାତ୍ରୀ କିସରେ ସଫଳତା ହାସଲ କରିଛନ୍ତି। ଏହି ଅବସରରେ ଶ୍ରୀ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ କିସ୍‍ର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିୟମିତ ମାର୍ଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ପରିଶ୍ରମ ସେମାନଙ୍କୁ ସଫଳତା ଆଣି ଦେଇଛି ବୋଲି କହିଛନ୍ତି।

Previous Post

ବାବୁସାନ୍ ଚେନ୍ନାଇ ଫେରନ୍ତା ଖବର ଆଗରେ ତୁଚ୍ଛ ହୋଇଗଲା ବିଧାନସଭା ଖବର

Next Post

ସସ୍ମିତ୍ ପାତ୍ର ବିଜେଡି ସଂସଦୀୟ ଦଳ ନେତା

Next Post
ସସ୍ମିତ୍ ପାତ୍ର ବିଜେଡି ସଂସଦୀୟ ଦଳ ନେତା

ସସ୍ମିତ୍ ପାତ୍ର ବିଜେଡି ସଂସଦୀୟ ଦଳ ନେତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA