Sunday, March 26, 2023 04:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Entertainment

ବାବୁସାନ୍ ଚେନ୍ନାଇ ଫେରନ୍ତା ଖବର ଆଗରେ ତୁଚ୍ଛ ହୋଇଗଲା ବିଧାନସଭା ଖବର

ଟିଭି ଚାନେଲ୍ ର ଟିଆରପି ନିଶା

by Our Correspondent
27 Jul, 2022- 08:54 PM
in Entertainment, Latest News, News
1 min read
0
ବାବୁସାନ୍ ଚେନ୍ନାଇ ଫେରନ୍ତା ଖବର ଆଗରେ ତୁଚ୍ଛ ହୋଇଗଲା ବିଧାନସଭା ଖବର

ଭୁବନେଶ୍ୱର: ବାବୁସାନ୍ ଚେନ୍ନାଇରୁ ଫେରିଲେ । ସକାଳେ ଏୟାରପୋର୍ଟରୁ ସିଧା ବରମୁଣ୍ଡା ଜଗନ୍ନାଥବିହାରସ୍ଥିତ ଘରକୁ ଆସିଲେ । ୨୩ ତାରିଖ ସକାଳେ ପ୍ରେମିକା ପ୍ରକୃତି ମିଶ୍ରଙ୍କୁ ସାଙ୍ଗରେ ଧରି ଚେନ୍ନାଇ ଯାଉଥିବା ବାବୁସାନ୍ ଙ୍କୁ ତାଙ୍କ ପତ୍ନୀ ତୃପ୍ତି ରାସ୍ତାରେ ଧରିଥିଲେ । ଲଭର୍ ଯୋଡିଙ୍କୁ ଛେଚିଥିଲେ । ମାମଲା ଏବେ ଥାନାରେ । ବାବୁସାନ୍ ଙ୍କ ପରକୀୟା ପ୍ରୀତିର ଏହି ମାମଲା ଟିଭି ଓ ସୋସିଆଲ୍ ମିଡ଼ିଆରେ ସେବେଠାରୁ ଛାଇ ଯାଇଛି । ଘଣ୍ଟା ଘଣ୍ଟା ଧରି ଟିଭିରେ ଲାଇଭ୍ ହେଉଛି । ହେଇ.. ବାବୁସାନ୍ ବାହାରକୁ ଆସିଲେ । ଗାଡ଼ିରେ ବସିଲେ । ରାସ୍ତାକୁ ଗଲେ । ଘର ଗେଟ୍ ପାଖରେ ପହଞ୍ଚିଲେ । ଘର ଭିତରକୁ ଗଲେ । ଘରେ ତାଙ୍କ ମା’ ଙ୍କୁ ଧରି କାନ୍ଦିଲେ । ଦେଖନ୍ତୁ ବ୍ରେକିଂ ଖବର..ଏସକ୍ଲୁସିଭ୍ ଭିଜୁଆଲ୍ ।

ଆଜି ବାବୁସାନ୍ ଚେନ୍ନାଇରୁ ଫେରିବା ଘଟଣା ଟିଭି ଚାନେଲ୍ ଗୁଡ଼ିକ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ବିଧାନସଭା ପ୍ରଶ୍ନୋତ୍ତର ସିଧା ପ୍ରସାରଣକୁ ବି ଜିରୋ କରିଦେଲେ । ବିଲକୁଲ ଦେଖାଇଲେ ନାହିଁ । ବାବୁସାନ୍ ଚେନ୍ନାଇରୁ ଫେରିବା ଘଟଣା ଟିଭି ପରଦାରେ ଓଳିକ ଯାକ ବ୍ରେକିଂ ଖବର ହୋଇ ରହିଲା । ତାଙ୍କ ଘର ବାହାରେ କ୍ୟାମେରା ଥୋଇ ଲାଇଭ୍ ଟେଲିକାଷ୍ଟ ଜାରି ରହିଲା । ସାଢ଼େ ୧୦ଟାରେ ଦୁଇଟି ଚାନେଲ୍ ଅଧଘଣ୍ଟା ପାଇଁ ବିଧାନସଭା ପ୍ରଶ୍ନୋତ୍ତର ଲାଇଭ୍ କରିଥିଲା ବେଳେ ଅନ୍ୟମାନେ ଜମାରୁ କଲେ ନାହିଁ । କୃଷି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସେମାନଙ୍କ ପାଇଁ ଗୁରୁତ୍ୱହୀନ ହୋଇଗଲା ।

ଖାଲି ଆଜି ଏକଥା ନୁହେଁ । ୨୩ ତାରିଖଠାରୁ ସବୁ ଟିଭି ଚାନେଲ୍ କୁ ଫୁରସତ୍ ନାହିଁ । ଘଣ୍ଟା ଘଣ୍ଟା ଧରି ବାବୁସାନ୍- ପ୍ରକୃତି ପ୍ରେମ ଏବଂ ସେମାନଙ୍କ ଘରୋଇ କଳି ଉପରେ ଲାଇଭ୍ ଡିସକ୍ସନ୍, ସାକ୍ଷାତକାର ଚାଲିଛି । କିଏ କାହାର ଆଗ ସାକ୍ଷାତକାର ନେବ ସେଥିପାଇଁ ଚାନେଲ୍ ଗୁଡ଼ିକ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଚାଲିଛି । କିଛି ୱେବ୍ ଚାନେଲ୍ କଞ୍ଚା ଭାଷା କହୁଥିବା କିଛି ଲୋକଙ୍କର କେବଳ ସାକ୍ଷାତକାର ପ୍ରସାରଣ କରୁଛନ୍ତି । ଏଥିରୁ କୁଆଡ଼େ ବଢ଼ିଆ ଟିଆରପି ମିଳୁଛି ।

ବାବୁସାନ୍-ପ୍ରକୃତି ଲଭ୍ ଏପିସୋଡ୍ ଏବଂ ପରିବାର କଳିକୁ ପ୍ରମୁଖ ଟିଭି ଚାନେଲ୍ ଗୁଡ଼ିକ ଘଣ୍ଟା ଘଣ୍ଟା ଧରି ଲାଇଭ୍ କରିବା ଘଟଣାରେ ବୁଦ୍ଧିଜୀବୀ ମହଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଟିଭି ସାମ୍ବାଦିକତା ଆଜି କେଉଁସ୍ତରକୁ ଚାଲିଯାଇଛି ବୋଲି ସେମାନେ ଛିଛାକର କରୁଛନ୍ତି । ସମାଜ ଏବଂ ଯୁବବର୍ଗଙ୍କ ଉପରେ ଏହାର କୁପ୍ରଭାବକୁ ନେଇ ସେମାନେ ବ୍ୟଥିତ । ବାବୁସାନ୍ କିମ୍ବା ପ୍ରକୃତି ମିଶ୍ରଙ୍କ ଭଳି ଫିଲ୍ମ ତାରକା ଯୁବସମାଜର ଜମାରୁ ଆଦର୍ଶ ନୁହଁନ୍ତି । ଦର୍ଶକଙ୍କ ଉପରେ ଏହାକୁ ଜବରଦସ୍ତ ଲଦି ଦିଆଯାଉଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ଅନ୍ୟ ଦିଗକୁ ଦେଖିଲେ, ସମୁଦାୟ ଏହି ଘରୋଇ ମାମଲାରେ ବହୁତ କଥା ଅଛି । ଯେମିତି କି… ପରକୀୟା ପ୍ରୀତି, ନିଶା ସେବନର କଥା ଅଛି । ଅବିବାହିତ ଝିଅ ଭୁବନେଶ୍ୱରର ନିଜ ଘରେ ବାପାମାଆଙ୍କ ସହ ନ ରହି ଅନତି ଦୂରରେ ହୋଟେଲ କି ଗେଷ୍ଟ ହାଉସ୍ ରେ ମାସ ମାସ ଧରି ରହିବାର କଥା ଅଛି । ବିବାହିତ ପୁରୁଷଟି ନିଜ ଘରେ ବାପାମାଆ, ସ୍ତ୍ରୀ, ଛୁଆଙ୍କ ସହ ନ ରହି ମାସ ମାସ ଧରି ବାହାରେ ରହିବାର କଥା ଏଥିରେ ଅଛି । ଅପସଂସ୍କୃତିରେ ବୁଡ଼ିଥିବା ପରିବାର ଅନ୍ୟକୁ ସଂସ୍କାର ଶିଖାଇବାର କଥା ଏଥିରେ ଅଛି । ଭୁଲ୍ କରି ମାଡ଼ ଖାଇବା ପରେ ବି ଅନୁତାପ କି ଲଜ୍ଜା ଅନୁଭବ କରୁ ନ ଥିବା ମଣିଷଙ୍କ କଥା ଏଥିରେ ଅଛି ।

ତେବେ ଟିଭି ପରଦାରେ ଏହି ଚରିତ୍ରମାନଙ୍କୁ ଦେଖାଇ ସେମାନଙ୍କ ଉପରେ ଘଣ୍ଟା ଘଣ୍ଟା ଧରି ତର୍କ ବିତର୍କ ଆଲୋଚନା କରିବା ଦ୍ୱାରା ସମାଜର କି ଲାଭ ହେଉଛି ବୋଲି ସୋସିଆଲ୍ ମିଡ଼ିଆରେ ଅନେକ ପ୍ରଶ୍ନ କରିଛନ୍ତି । ବରଂ ଏହାଦ୍ୱାରା ସମାଜର କ୍ଷତି ହେବା ସାଙ୍ଗକୁ ଗୋଟେ ଗୋଟେ ପରିବାର ଅଧିକ ନଷ୍ଟ ହୋଇଯାଉଛି । ସମାଜରେ ସଂପୃକ୍ତ ପରିବାରର ପ୍ରତିଷ୍ଠା ଆହୁରି କ୍ଷୁର୍ଣ୍ଣ ହେଉଛି ବୋଲି କହିଛନ୍ତି ।

ଅବଶ୍ୟ ଟିଆରପି ଏବଂ ୟୁଟ୍ୟୁବ୍ ଚାନେଲ୍ ରୁ ମୋଟା ରୋଜଗାର ପାଇଁ ଏଭଳି ସନସନି ଖବରର ମହତ୍ତ୍ୱ ରହିଥିବା ସମସ୍ତେ ଜାଣିଛନ୍ତି । ମାତ୍ର ସାମ୍ବାଦିକତାର ଧର୍ମକୁ ଜଳାଞ୍ଜଳି ନ ଦେଇ ତାହା ସୀମା ଭିତରେ ରହିବା ଉଚିତ୍ ବୋଲି ଅନେକ ପରାମର୍ଶ ଦେଇଛନ୍ତି । ଲୋକଙ୍କ ସାମୁହିକ ସମସ୍ୟା ଜଡ଼ିତ ଖବରକୁ ଗୁରୁତ୍ୱହୀନ କରି କାହାର ବ୍ୟକ୍ତିଗତ ଜୀବନର ଶସ୍ତା ଖବରକୁ ଲୋକଙ୍କ ସାମନାରେ ଗୁରୁତ୍ୱପୂର୍ଣ୍ଣ ଢ଼ଙ୍ଗରେ ଉପସ୍ଥାପନ କରାଇବାକୁ ସେମାନେ କଠୋର ସମାଲୋଚନା କରିଛନ୍ତି । ଅନ୍ୟପକ୍ଷରେ ଏଭଳି ଖବର ପ୍ରତି ଦର୍ଶକଙ୍କର ଡିମାଣ୍ଡ ଅଧିକ ହୋଇଥିବାରୁ ଚାନେଲ୍ କର୍ତ୍ତୃପକ୍ଷ ନାଚାର ବୋଲି ମଧ୍ୟ କିଛି ଯୁକ୍ତି କରୁଛନ୍ତି ।

ସୂଚନାଥାଉକି, ଟିଭି ଏବଂ ୱେବ୍ ଚାନେଲ୍ ରେ ଶସ୍ତା ଖବରର ଆଦର ବଢ଼ିଯାଇଛି । ବ୍ରହ୍ମପୁରର ତପସ୍ୱିନୀ-ସୁମିତ୍ ଦାମ୍ପତ୍ତି କଳି ଘଟଣାଠାରୁ ଏହି ଟ୍ରେଣ୍ଡ ବେଶୀ ହୋଇଛି । ନିକଟରେ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ପ୍ରେମ କଳି ଭଳି ଅତି ଶସ୍ତା ଖବର ସୋସିଆଲ୍ ମିଡ଼ିଆରେ ଖୁବ୍ ଜୋର୍ ରେ ଚାଲିଥିଲା । କିଛିଦିନ ସେମାନେ ସେଲିବ୍ରିଟ୍ ପାଲଟିଗଲେ ।

Previous Post

କାଲି ଅପରାହ୍ନ ୪ଟାରେ +୨ ରେଜଲ୍ଟ

Next Post

+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‍ର ଶତ ପ୍ରତିଶତ ସଫଳତା

Next Post
+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‍ର ଶତ ପ୍ରତିଶତ ସଫଳତା

+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‍ର ଶତ ପ୍ରତିଶତ ସଫଳତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3265 shares
    Share 1306 Tweet 816
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2176 shares
    Share 870 Tweet 544
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2070 shares
    Share 828 Tweet 518
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2039 shares
    Share 816 Tweet 510
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1920 shares
    Share 768 Tweet 480

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA