ଭୁବନେଶ୍ୱର: ଆସନ୍ତାକାଲି ୨୭ ତାରିଖ ଅପରାହ୍ନ ୪ଟାରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) କାର୍ଯ୍ୟାଳୟରେ ଏହା ବିଧିବଦ୍ଧ ଭାବେ ପ୍ରକାଶିତ ହେବ । ପରେ ୱେବ୍ ସାଇଟ୍ ରେ ପରୀକ୍ଷା ଫଳ ଉପଲବ୍ଧ ହେବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।
ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇଁ ଆହୁରି ଗୋଟିଏ ସପ୍ତାହ ଲାଗିପାରେ । ଅଗଷ୍ଟ ପ୍ରଥମ ସପ୍ତାହରେ କଳା ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ଥିବା ମନ୍ତ୍ରୀ କହିଛନ୍ତି ।
ସୂଚନାଥାଉକି, ଚଳିତବର୍ଷର ଯୁକ୍ତ ଦୁଇ ପରୀକ୍ଷା ଏପ୍ରିଲ୍ ୨୮ ରୁ ଆରମ୍ଭ ହୋଇ ମେ’ ୩୧ ରେ ଶେଷ ହୋଇଥିଲା । ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି ।