Sunday, May 31, 2026 03:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିମ୍‍ସ ସୁପରସ୍ପେଶିଆଲିଟି ଓ କ୍ୟାନ୍‍ସର ସେଣ୍ଟର ଉଦ୍‍ଘାଟିତ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ

by Our Correspondent
29 Jul, 2022- 10:15 PM
in Latest News, News
1 min read
0
କିମ୍‍ସ ସୁପରସ୍ପେଶିଆଲିଟି ଓ କ୍ୟାନ୍‍ସର ସେଣ୍ଟର ଉଦ୍‍ଘାଟିତ
Spread the love

ଭୁବନେଶ୍ୱର: ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ । କିମ୍‍ସ ସୁପର ସ୍ପେଶିଆଲିଟି ଓ କିମ୍‍ସ କ୍ୟାନ୍‍ସର ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ କିମ୍‍ସ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ କ୍ୟାନସର ସେଣ୍ଟର ଉଦ୍‍ଘାଟନ କରିଥିଲେ । କିମ୍‍ସ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍‍ ହସ୍‍ପିଟାଲ୍‍ (ପିବିଏମ୍‍ଏଚ୍‍) ଏବେ ୧୬୦୦ ଶଯ୍ୟା ବିଶିଷ୍ଟ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହସ୍ପିଟାଲରେ ପରିଣତ ହୋଇଛି । ବିଶେଷ କରି ଆର୍ଥିକ ଅନଗ୍ରସର ଓ ସାଧାରଣ ବର୍ଗର ରୋଗୀ ଏହି ହସ୍‍ପିଟାଲ୍‍ରେ ସୁଲଭ ଦରରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇ ପାରିବେ । ଦେଶର ଖ୍ୟାତି ସମ୍ପନ୍ନ ଡାକ୍ତର ଓ ବିଶେଷଜ୍ଞ କିମ୍‍ସ ସୁପରସ୍ପେଶିଆଲିଟି ହସ୍‍ପିଟାଲ୍‍ ଓ କ୍ୟାନ୍‍ସର ସେଣ୍ଟରରେ ଯୋଗଦେଇଥିବାରୁ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟର ରୋଗୀମାନେ ଉତ୍ତମ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ପାଇପାରିବେ ।

ସମଗ୍ର ଭାରତବର୍ଷରେ ଏତେ ସଂଖ୍ୟକ ସାଧାରଣ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଥାଇ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହସ୍ପିଟାଲ୍‍ ଖୋଲିବା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ । କିମ୍‍ସର ଏହି ୩୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ହସ୍‍ପିଟାଲ୍‍ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି ।

ଏହି ସୁପରସ୍ପେଶିଆଲିଟି ହସ୍‍ପିଟାଲରେ ହୃଦରୋଗ ଚିକିତ୍ସା, କାର୍ଡିଓଥୋରାସିକ୍‍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‍) ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି, ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ନେଫ୍ରୋଲୋଜି ଏବଂ କିଡ୍‍ନୀ ପ୍ରତିରୋପଣ, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ, ଏଣ୍ଡୋକ୍ରାଇନୋଲୋଜି, କ୍ଲିନିକାଲ୍‍ ୟୁମୁନୋଲୋଜି ଏବଂ ରିଉମାଟୋଲୋଜି, ଅସ୍ଥିଶଲ୍ୟ, ସ୍ପାଇନାଲ୍‍ ସର୍ଜରୀ ଏବଂ ପ୍ଲାଷ୍ଟିକ୍‍ ସର୍ଜରୀ ଆଦି ବିଭାଗ ରହିଛି । ଏଠାରେ ଅତ୍ୟାଧୁନିକ ଅସ୍ତ୍ରୋପଚାର ଗୃହ, ଆଇସିୟୁ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଭିତ୍ତିଭୂମି ରହିଛି । ଏହି ସବୁ ସୁପରସ୍ପେଶିଆଲିଟି ବିଭାଗ ଛଡ଼ା ରୋଗୀମାନେ ମେଡ଼ିସିନ୍‍, ସର୍ଜରୀ, ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତି ରୋଗ, କର୍ଣ୍ଣ-ନାସା-ଗଳା, ଛାତିରୋଗ, ଚର୍ମରୋଗ, ଚକ୍ଷୁରୋଗ ଓ ମାନସିକ ରୋଗ ଚିକିତ୍ସା ବିଭାଗର ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ ।

ସେହିପରି ୩୦୦ ଶଯ୍ୟା ବିଶିଷ୍ଟ କ୍ୟାନ୍‍ସର୍‍ ସେଣ୍ଟର ଅନ୍ତର୍ଜାତୀୟ ମାନର ହୋଇଥିବା ବେଳେ ଭାରତର ଖ୍ୟାତି ସମ୍ପନ୍ନ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ଡା. ବିଧୁ କଲ୍ୟାଣ ମହାନ୍ତି ଏହାର ନିର୍ଦ୍ଦେଶକ ରହିଛନ୍ତି । ଏହି କ୍ୟାନ୍‍ସର ସେଣ୍ଟରରେ ଗୋଟିଏ ସ୍ଥାନରେ ରୋଗୀ ରୋଗ ଚିହ୍ନଟଠାରୁ ଆରମ୍ଭ କରି ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା ସୁବିଧା ପାଇ ପାରିବେ ।

ଏହି ସୁପରସ୍ପେଶିଆଲିଟି ହସ୍ପିଟାଲ୍ ରେ ରୋଗୀମାନେ ଭାରତର ପ୍ରତିଷ୍ଠିତ ଓ ଅଭିଜ୍ଞ ଡାକ୍ତର ପଦ୍ମଶ୍ରୀ ପ୍ରଫେସର ଡା. ସୁବ୍ରତ ଆଚାର୍ଯ୍ୟ, ପଦ୍ମଶ୍ରୀ ପ୍ରଫେସର ଡା. ୱାଇ କେ ଚାୱଲା, ଡା. ଏ ସି ଆନନ୍ଦ, ଡା. ସିବିକେ ମହାନ୍ତି, ଡା. ରାମଚନ୍ଦ୍ର ଦାସ, ଡା. ଅମ୍ବିକା ପ୍ରସାଦ ମହାନ୍ତି, ଡା. ହେମନ୍ତ କୁମାର କର, ଡା. ରମାନାଥ ମିଶ୍ର, ଡା. ସୁଧାଂଶୁ ରଥ ଓ ଡା ଏନ୍‍ କେ ଦାସ ପ୍ରମୁଖଙ୍କ ଚିକିତ୍ସା ଓ ପରାମର୍ଶ ପାଇ ପାରିବେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ, ସମ୍ପାଦକ ଆର ଏନ୍‍ ଦାଶ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ସସ୍ମିତ୍ ପାତ୍ର ବିଜେଡି ସଂସଦୀୟ ଦଳ ନେତା

Next Post

ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା

Next Post
ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା

ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA