Saturday, June 27, 2026 02:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କୁ ଭେଟିବେ ନୀତୀଶ !

ଏନଡିଏ ବିରୋଧୀଙ୍କୁ ଏକଜୁଟ୍ ଉଦ୍ୟମ

by Our Correspondent
07 Sep, 2022- 11:29 PM
in Latest News, National, News, Politics
1 min read
0
ନବୀନଙ୍କୁ ଭେଟିବେ ନୀତୀଶ !

ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସବୁ ବିରୋଧୀ ଦଳଙ୍କୁ ଏକଜୁଟ୍ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉଦ୍ୟମ ଆରମ୍ଭ କରିଛନ୍ତି । ଏହିକ୍ରମରେ ସେ ବିଜେଡି ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଖୁବ୍ ଶୀଘ୍ର ସେ ଭୁବନେଶ୍ୱର ଆସିବାର ଯୋଜନା ରଖିଥିବା ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ।

ନିକଟରେ ଏନଡିଏ ହାତ ଛାଡ଼ିଥିବା ନୀତିଶ କୁମାର କେନ୍ଦ୍ରରେ ବିଜେପିକୁ ଶାସନ କ୍ଷମତାରୁ ହଟାଇବା ପାଇଁ ଶପଥ ନେଇଛନ୍ତି । ଏଥିପାଇଁ ସେ ବିରୋଧୀ ଦଳଙ୍କୁ ଏକଜୁଟ୍ କରିବାକୁ ଉଦ୍ୟମ କରୁଛନ୍ତି । ଏ ଦିଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଠାରୁ ସମର୍ଥନ ପାଇସାରିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗତ ସପ୍ତାହରେ ପାଟଣା ଗସ୍ତ କରିବା ବେଳେ ନୀତୀଶ କୁମାର ତାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ବିରୋଧୀଙ୍କ ଏକଜୁଟ୍ ନେଇ ନୀତୀଶ କୁମାର ଏହାପରେ ଅଧିକ ଆଶାବାଦୀ ହୋଇ ବିଭିନ୍ନ ରାଜ୍ୟ ଗସ୍ତ କରିବା ଆରମ୍ଭ କରିଛନ୍ତି ।

ନୀତୀଶ କୁମାର ଏବେ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ସୋମବାର ଦିନ ପ୍ରଥମେ ରାହୁଲ ଗାନ୍ଧୀଙ୍କୁ ଭେଟି ଦେଶର ରାଜନୈତିକ ସ୍ଥିତି ଏବଂ ବିରୋଧୀ ଏକତାକୁ ନେଇ ଆଲୋଚନା କରିଥିଲେ । ପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ । ମଙ୍ଗଳବାର ଦିନ ସେ ଗୁରୁଗାଁର ଏକ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କୁ ଭେଟିଥିଲେ ।

ପରେ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ସିଂହ ଯାଦବଙ୍କୁ ଭେଟିଥିଲେ । ସେହିଭଳି ସିପିଆଇ(ଏମ୍) ନେତା ସୀତାରାମ ୟେଚୁରି, ଇଣ୍ଡିଆନ୍ ନ୍ୟାସନାଲ୍ ଲୋକ ଦଳ(ଆଇଏନଏଲଡି) ସୁପ୍ରିମୋ ଓମ୍ ପ୍ରକାଶ ଚୌତାଲା, ଆରଜେଡି ନେତା ଶରଦ ଯାଦବଙ୍କୁ ମଧ୍ୟ ଭେଟିଛନ୍ତି ।

ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜେଡିଏସ୍ ନେତା ଏଚ ଡି କୁମାରସ୍ୱାମୀଙ୍କୁ ଭେଟିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ଶ୍ରୀ କୁମାର ଭୁବନେଶ୍ୱର ଆସି ନବୀନ ନିବାସରେ ନବୀନଙ୍କୁ ଭେଟିବାକୁ ଯୋଜନା ରଖିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତା ନେଇ ନବୀନ ତାଙ୍କ ଆଭିମୁଖ୍ୟ ପୂର୍ବରୁ ବହୁବାର ସ୍ପଷ୍ଟ କରିଛନ୍ତି । ଅତୀତରେ ଜାତୀୟ ରାଜନୀତିରେ ତୃତୀୟ ମେଣ୍ଟ ନେଇ ଅନେକ ଚର୍ଚ୍ଚା ହୋଇଥିଲେ ମଧ୍ୟ ନବୀନ ନିରବତା ଅବଲମ୍ବନ କରି ଆସିଛନ୍ତି । ବର୍ତ୍ତମାନର ଏନଡିଏ ସରକାରଙ୍କ ସହ ତାଙ୍କର ତାଳମେଳ ଭଲ ଥିବାରୁ ସେ ବିଜେପି ବିରୋଧରେ ବିରୋଧୀ ଶକ୍ତିଙ୍କ ସହ ହାତ ମିଳାଇବେ ବୋଲି ଆଶା କରିବା ବୃଥା ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ସେହିଭଳି କଂଗ୍ରେସ ସାଙ୍ଗରେ ସେ ଗୋଟିଏ ମଞ୍ଚରେ କଦାପି ରହିବାକୁ ଚାହିଁବେ ନାହିଁ ବୋଲି ସେମାନେ କହିଛନ୍ତି ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିରୋଧୀ ଦଳ ନେତାଙ୍କୁ ଗୋଟିଏ ମଞ୍ଚରେ ରଖି ଶକ୍ତି ପ୍ରଦର୍ଶନ କରିବାକୁ ଆସନ୍ତା ସେପ୍ଟେମ୍ବର ୨୫ ତାରିଖକୁ ଧାର୍ଯ୍ୟ କରାଯାଇଛି । ସେହିଦିନ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଦେବୀ ଲାଲ୍ ଙ୍କ ଜନ୍ମ ବାର୍ଷିକୀ ପଡୁଛି । ପ୍ରତିବର୍ଷ ଏହି ଦିନକୁ ଆଇଏନଏଲଡି ପକ୍ଷରୁ ଧୂମଧାମରେ ପାଳନ କରାଯାଉଥିବା ବେଳେ ଏବର୍ଷ ବିରୋଧୀ ଦଳ ନେତାମାନଙ୍କୁ ଆମନ୍ତ୍ରିତ କରି ଶକ୍ତି ପ୍ରଦର୍ଶନର ଯୋଜନା କରାଯାଇଛି । ଦିଲ୍ଲୀରେ ଆଇଏନଏଲଡି ସୁପ୍ରିମୋ ଓମ୍ ପ୍ରକାଶ ଚୌତାଲା ଏବଂ ନୀତୀଶ କୁମାରଙ୍କ ମଧ୍ୟରେ ଆଲୋଚନା ପରେ ଏହା ସ୍ଥିର ହୋଇଛି । ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧରେ ଏହା ମିଳିତ ବିରୋଧୀ ଦଳର ବଡ଼ ଶକ୍ତି ପ୍ରଦର୍ଶନ ହେବ ବୋଲି କୁହାଯାଉଛି ।

ସେପ୍ଟେମ୍ବର ୨୫ ରେ ହରିଆନାର ଫତେହାବାଦଠାରେ ଏହି ବିଶାଳ ରାଲି ଅନୁଷ୍ଠିତ ହେବ । ଏଥିରେ ନୀତୀଶ କୁମାର, ମମତା ବାନାର୍ଜୀ(ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ), ଶରଦ ପାୱାର(ଏନସିପି), ଫାରୁକ ଅବଦୁଲ୍ଲା(ନ୍ୟାସନାଲ୍ କନଫରେନ୍ସ), ପ୍ରକାଶ ସିଂ ବାଦଲ(ଶିରୋମଣି ଅକାଳୀ ଦଳ), ମୁଲାୟମ ସିଂ ଯାଦବ(ସମାଜବାଦୀ ପାର୍ଟି), ଅଖିଳେଶ ଯାଦବ, ତେଜସ୍ୱୀ ପ୍ରସାଦ ଯାଦବ(ଆରଜେଡି), ଶରଦ ଯାଦବ, କେ. ଚନ୍ଦ୍ରଶେଖର ରାଓ(ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ), ଚନ୍ଦ୍ରବାବୁ ନାଇଡୁ(ତେଲୁଗୁ ଦେଶମ୍ ପାର୍ଟି) ପ୍ରମୁଖ ଯୋଗଦେବାକୁ ସ୍ୱୀକୃତି ଦେଇସାରିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସେଥିରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

Previous Post

ଭୁବନେଶ୍ୱରରେ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ୍

Next Post

କେଉଁ ପୁଲ୍ ରେ କେଉଁ ଦେଶ

Next Post
କେଉଁ ପୁଲ୍ ରେ କେଉଁ ଦେଶ

କେଉଁ ପୁଲ୍ ରେ କେଉଁ ଦେଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA