Tuesday, June 30, 2026 04:03 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆ ସଭାପତି

by Our Correspondent
23 Sep, 2022- 07:02 PM
in Latest News, National, News, Sports
1 min read
0
ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆ ସଭାପତି

ଭୁବନେଶ୍ୱର: ଓଡ଼ିଶା ପାଇଁ ଆଉ ଏକ ଗୌରବର ମୁହୂର୍ତ୍ତ । ଓଡ଼ିଆ ପୁଅ ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ଭାବେ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ହକି ଇଣ୍ଡିଆ ଏହି ସର୍ବୋଚ୍ଚ ପଦବୀ ପାଇଁ ଦିଲ୍ଲୀପ ଗତ ରବିବାର ଦିନ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଉତ୍ତର ପ୍ରଦେଶ ହକି ସଭାପତି ରାକେଶ କାଟ୍ୟାଲ ଏବଂ ଝାଡ଼ଖଣ୍ଡ ହକି ସଭାପତି ଭୋଳାନାଥ ସିଂହ ମଧ୍ୟ ପ୍ରର୍ଥୀପତ୍ର ଦାଖଲ କରିଥିଲେ । ଅକ୍ଟୋବର ୧ ରେ ନିର୍ବାଚନ ହୋଇଥାନ୍ତା । ମାତ୍ର ଆଜି ଶ୍ରୀ କାଟ୍ୟାଲ୍ ଏବଂ ଶ୍ରୀ ସିଂହ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାରୁ ଦିଲ୍ଲୀପ ତିର୍କୀଙ୍କୁ ସଭାପତି ଭାବେ ଘୋଷଣା କରାଯାଇଛି । ଅନ୍ତର୍ଜାତୀୟ ହକି ଫେଡେରେସନ୍ ଏହାକୁ ସ୍ୱୀକୃତି ଦେଇଛନ୍ତି । ହକି ଇଣ୍ଡିଆ ସଭାପତି ପଦ ମଣ୍ଡନ କରିବାରେ ଭାରତୀୟ ହକି ଟିମ୍ ର ପୂର୍ବତନ ଅଧିନାୟକ ୪୪ ବର୍ଷୀୟ ଦିଲ୍ଲୀପ ହେଉଛନ୍ତି ପ୍ରଥମ ଓଡ଼ିଆ । ଭାରତୀୟ ହକି ଟିମ୍ କୁ ଏକ ନୂଆ ଶୀର୍ଷରେ ପହଞ୍ଚାଇବାକୁ ଚେଷ୍ଟା କରିବି ବୋଲି ସେ ତାଙ୍କ ପ୍ରଥମ ପ୍ରତିକ୍ରିୟା ଟୁଇଟ୍ କରିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଦିଲ୍ଲୀପ ଭାରତୀୟ ହକିର ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ । ଭାରତୀୟ ଦଳରେ ଜଣେ ଦୁର୍ଦ୍ଦଶ ଡିଫେଣ୍ଡର୍ସ ଥିଲେ । ଭାରତୀୟ ହକି ଦଳର ଅଧିନାୟକ ଥିଲେ । ତାଙ୍କର ୧୫ ବର୍ଷରୁ ଉଦ୍ଧ୍ୱର୍ ହକି କ୍ୟାରିୟର୍ ଭିତରେ ରେକର୍ଡ ସଂଖ୍ୟକ ୪୧୨ ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ୧୯୯୬ ଆଟାଲାଣ୍ଟ, ୨୦୦୦ ସିଡନି ଏବଂ ୨୦୦୪ ଏଥେନ୍ସ ଅଲିମ୍ପିକ୍ କ୍ରୀଡ଼ାରେ ସେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ । ୧୯୯୮ ଏସିଆନ୍ ଗେମ୍ ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଭାରତୀୟ ଦଳର ସେ ଥିଲେ ସଦସ୍ୟ । ୨୦୧୦ ମସିହାରେ ସେ ଅନ୍ତର୍ଜାତୀୟ ହକିରୁ ଅବସର ନେଇଥିଲେ । ୨୦୧୨ ମସିହାରେ ବିଜେଡ଼ି ତାଙ୍କୁ ରାଜ୍ୟସଭା ସାଂସଦ କରି ପଠାଇଥିଲା । ଓଡ଼ିଶା ହକି ପ୍ରମୋସନ୍ କାଉନସିଲ୍ ର ଅଧ୍ୟକ୍ଷ ଭାବେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।

ଭାରତୀୟ ହକିକୁ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ୨୦୦୪ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରିଥିଲେ । ୨୦୦୨ ରେ ସେ ଅର୍ଜୁନ ପୁରସ୍କାର ପାଇଥିଲେ । ୧୯୯୬ ରେ ଏକଲବ୍ୟ ପୁରସ୍କାର, ୧୯୯୮ରେ ହକି ଇଅର ବୁକ୍ ପୁରସ୍କାର, ୨୦୦୪ ରେ ବିଜୁ ପଟ୍ଟନାୟକ ଖେଳାଳୀ ପୁରସ୍କାର, ୨୦୦୯ ରେ ହକି ଷ୍ଟାର, ୨୦୧୨ ରେ ସୋକେସ୍ ଓଡ଼ିଶା ଆୱାର୍ଡ ପାଇଥିଲେ ।

ଓଡ଼ିଶାକୁ ପୁଣି ଥରେ ଗୌରବାନ୍ୱିତ କରିଥିବା ଦିଲ୍ଲୀପ ତିର୍କୀଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Previous Post

ମନ୍ତ୍ରୀ, ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଦାୟିତ୍ୱ

Next Post

ଅନ୍ତର୍ଜାତୀୟ ଭଲିବଲ୍‍ ସଂଘର ୩୮ତମ ବିଶ୍ୱ କଂଗ୍ରେସରେ ଅଚ୍ୟୁତ ସାମନ୍ତ

Next Post
ଅନ୍ତର୍ଜାତୀୟ ଭଲିବଲ୍‍ ସଂଘର ୩୮ତମ ବିଶ୍ୱ କଂଗ୍ରେସରେ ଅଚ୍ୟୁତ ସାମନ୍ତ

ଅନ୍ତର୍ଜାତୀୟ ଭଲିବଲ୍‍ ସଂଘର ୩୮ତମ ବିଶ୍ୱ କଂଗ୍ରେସରେ ଅଚ୍ୟୁତ ସାମନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA